Advertisment

ଇଞ୍ଜିନିୟର ଶ୍ୱେତା ମୃତ୍ୟୁ ମାମଲା: ଆସିଲା ପୋଷ୍ଟମର୍ଟମ ରିପୋର୍ଟ

ଭୁବନେଶ୍ୱରର ସଫ୍ଟଓ୍ୱୟାର ଇଞ୍ଜିନିୟର ଶ୍ୱେତା ଉତ୍କଳ କୁମାରୀଙ୍କ ପୋଷ୍ଟମର୍ଟମ ରିପୋର୍ଟ ଏବେ ସାମ୍ନାକୁ ଆସିଛି।

ଅଦ୍ୟତନ ହୋଇଛି
Software Engineer Sweta’s death case Bhubaneswar Post mortem report reveals death due to asphyxiation

Software Engineer Sweta’s death case Bhubaneswar Post mortem report reveals death due to asphyxiation

Advertisment

ଭୁବନେଶ୍ୱରର ସଫ୍ଟଓ୍ୱୟାର ଇଞ୍ଜିନିୟର ଶ୍ୱେତା ଉତ୍କଳ କୁମାରୀଙ୍କ ପୋଷ୍ଟମର୍ଟମ ରିପୋର୍ଟ ଏବେ ସାମ୍ନାକୁ ଆସିଛି। ଶ୍ୱାସରୁଦ୍ଧ ହୋଇ ଶ୍ୱେତାଙ୍କ ମୃତ୍ୟୁ ଘଟିଥିବା ରିପୋର୍ଟରେ ଉଲ୍ଲେଖ କରାଯାଇଛି। ବେକ ବ୍ୟତୀତ ଶରୀରରେ ଆଉ କୌଣସି ସ୍ଥାନରେ କ୍ଷତି ଚିହ୍ନ ନଥିବା ଜଣାପଡ଼ିଛି। 

Advertisment

ଅନ୍ୟପକ୍ଷେ, ଶ୍ୱେତାଙ୍କ ବୟଫ୍ରେଣ୍ଡ୍‌ ସୌମ୍ୟଜିତ୍‌ଙ୍କୁ ପୋଲିସ୍‌ ହେପାଜତକୁ ନେଇଛି। ଚନ୍ଦ୍ରଶେଖରପୁର ଥାନା ପୋଲିସ ସୌମ୍ୟଜିତଙ୍କୁ ହେପାଜତକୁ ନେଇଥିବା ବିଶ୍ୱସ୍ତ ସୂତ୍ରରୁ ସୂଚନା ମିଳିଛି । ତାଙ୍କୁ ପଚରାଉଚରା କରି ତଥ୍ୟ ଓଗାଳିବାକୁ କମିଶନରେଟ ପୋଲିସ ଚେଷ୍ଟା କରିବ ବୋଲି ଜଣାପଡ଼ିଛି।  

ଆତ୍ମହତ୍ୟା ପାଇଁ ବାଧ୍ୟ କରିଥିବା ଅଭିଯୋଗରେ ସୌମ୍ୟଜିତ୍‌ଙ୍କ ବିରୋଧରେ ୩୦୬ ଦଫା ପୋଲିସ ରୁଜୁ କରିଛି। ଶ୍ୱେତାଙ୍କ ବାପାଙ୍କ ଅଭିଯୋଗକୁ ଭିତ୍ତି କରି ପୋଲିସ ମାମଲା ରୁଜୁ କରିବା ସହ ସୌମ୍ୟଜିତ୍‌ଙ୍କୁ ନୋଟିସ କରିଥିଲା । ମୃତ୍ୟୁର ଅଧଘଣ୍ଟା ପୂର୍ବରୁ ସୌମ୍ୟଙ୍କୁ ଶ୍ୱେତା ୧୫ ଥର କଲ୍ କରିଥିବା ସୂଚନା ମିଳିିଛି । କିନ୍ତୁ ସୌମ୍ୟଜିତ୍ ତାଙ୍କ ଫୋନ ଉଠାଇ ନଥଲେ । ବୟଫ୍ରେଣ୍ଡ୍‌ ସୌମ୍ୟଜିତ୍ ଆତ୍ମହତ୍ୟା କରିବାକୁ ବାଧ୍ୟ କରିବା ନେଇ ଶ୍ୱେତାଙ୍କ ବାପାଙ୍କ ଏତଲା ଆଧାରରେ ମାମଲା ରୁଜୁ କରିଛି ପୋଲିସ ।  

Advertisment

ଅନ୍ୟପକ୍ଷେ, ଶ୍ୱେତା ମୃତ୍ୟୁ ମାମଲା ନେଇ ଡିସିପି ପ୍ରତୀକ ସିଂଙ୍କ ସୂଚନା ଦେଇଛନ୍ତି। ଘଟଣାର ପ୍ରଥମ ଦିନ ସୌମ୍ୟଜିତ୍‌ଙ୍କୁ ପଚରାଉଚରା ହୋଇଥିଲା। ସୌମ୍ୟଜିତ୍‌ ଥାନାକୁ ଆସିଥିଲେ, ତାଙ୍କୁ ପଚରାଉଚରା କରାଯାଇଥିଲା। ସେଦିନ ସୌମ୍ୟଜିତ୍‌ଙ୍କ ମାନସିକ ଅବସ୍ଥା ଭଲ ନଥିଲା। 

ଶ୍ୱେତାଙ୍କ ପରିବାର ବି ଆସିଥିଲେ। ସେବେ କିଛି ଅଭିଯୋଗ କରିନଥିଲେ। ପରେ ଆସି ଏତଲା କରିଛନ୍ତି। ସବୁ ଅଭିଯୋଗର ତଦନ୍ତ କରାଯିବ। ଅଭିଯୋଗ ଅନୁସାରେ ସବୁ ଦିଗରୁ ତଦନ୍ତ କରାଯାଉଛି ବୋଲି ଡିସିପି ପ୍ରତୀକ ସିଂ କହିଛନ୍ତି।

Advertisment
Software Engineer Suicide Engineer Sweta Utkal Kumari Suicide Engineer Sweta Utkal Kumari Software Engineer Sweta’s Death Case
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ