Advertisment

ରହସ୍ୟ ଘେରରେ ଇଞ୍ଜିନିୟର ଶ୍ୱେତାଙ୍କ ଆତ୍ମହତ୍ୟା: ସାମ୍ନାକୁ ଆସିଲା ବୟଫ୍ରେଣ୍ଡ୍‌ ଘର ଆଗର CCTV ଫୁଟେଜ୍‌

ଶ୍ୱେତାଙ୍କ ବୟଫ୍ରେଣ୍ଡ୍‌ ସୌମ୍ୟଜିତ୍‌ଙ୍କ ଘର ଆଗର ସିସିଟିଭି ଫୁଟେଜ୍ ଓଟିଭି ହାତରେ ଲାଗିଛି। ଗତକାଲି ରାତି ୧୦ଟା ୧୭ ମିନିଟ୍‌ରେ ସୌମଜିତଙ୍କ ଘରୁ ୨ ଜଣ ବ୍ୟକ୍ତି ବାଇକ୍‌ରେ କୁଆଡ଼େ ବାହାରି ଯାଇଥିଲେ।

Software engineer suicide: CCTV footage shows two men leaving home of Sweta’s boyfriend Soumyajit

Software engineer suicide: CCTV footage shows two men leaving home of Sweta’s boyfriend Soumyajit

Advertisment

ଏବେ ବି ରହସ୍ୟ ଘେରରେ ଭୁବନେଶ୍ୱରର ସଫ୍ଟଓ୍ୱୟାର ଇଞ୍ଜିନିୟର ଶ୍ୱେତା ଉତ୍କଳ କୁମାରୀଙ୍କ ଆତ୍ମହତ୍ୟା। ଏହି ଘଟଣାରେ ପଚରାଉଚରା ପାଇଁ ହାଜର ହେବାକୁ ବୟଫ୍ରେଣ୍ଡ୍‌ ସୌମ୍ୟଜିତ୍‌ଙ୍କୁ କମିଶନରେଟ୍ ପୋଲିସ୍ ନୋଟିସ୍ କରିବ। ଶ୍ୱେତାଙ୍କ ବୟଫ୍ରେଣ୍ଡ୍‌ ବିରୋଧରେ ପରିବାର ଲୋକେ ସଙ୍ଗୀନ ଅଭିଯୋଗ ଆଣିଛନ୍ତି।  ଶ୍ୱେତାଙ୍କର କିଛି ଭିଡିଓ ଭାଇରାଲ କରିବାର ଧମକ ଦେଇ ସୌମ୍ୟଜିତ୍‌ ବ୍ଲାକମେଲିଂ କରୁଥିଲେ ବୋଲି ଅଭିଯୋଗ ହୋଇଛି। ଏନେଇ ଶ୍ୱେତାଙ୍କ ପରିବାର ଲୋକ ଚନ୍ଦ୍ରଶେଖରପୁର ଥାନାରେ ଏତଲା ଦେଇଛନ୍ତି। 

Advertisment

ଅନ୍ୟପକ୍ଷେ, ଶ୍ୱେତାଙ୍କ ବୟଫ୍ରେଣ୍ଡ୍‌ ସୌମ୍ୟଜିତ୍‌ଙ୍କ ଘର ଆଗର ସିସିଟିଭି ଫୁଟେଜ୍ ଓଟିଭି ହାତରେ ଲାଗିଛି। ଗତକାଲି ରାତି ୧୦ଟା ୧୭ ମିନିଟ୍‌ରେ ସୌମଜିତଙ୍କ ଘରୁ ୨ ଜଣ ବ୍ୟକ୍ତି ବାଇକ୍‌ରେ କୁଆଡ଼େ ବାହାରି ଯାଇଥିଲେ। ତେବେ ପରେ ବାଇକ୍‌ ନେଇ କେବଳ ଜଣେ ଫେରିଥିଲେ। ତେବେ ସୌମ୍ୟଜିତ୍‌ଙ୍କ ଘରୁ କେଉଁ ୨ ଜଣ ବାହାରକୁ ଯାଇଥିଲେ  ଏବଂ କାହାକୁ ଛାଡ଼ି ଅନ୍ୟ ବ୍ୟକ୍ତି ଜଣକ ଫେରିଥିଲେ, ତାକୁ ନେଇ ପ୍ରଶ୍ନ ଉଠିଛି।

ଗତକାଲି ରାତିରେ ପରିବାର ଲୋକେ ସୌମ୍ୟଜିତ୍‌ଙ୍କୁ ଫେରାର କରାଇଥିବା ଚର୍ଚ୍ଚା ହେଉଛି। ଏନେଇ ସଠିକ୍ ତଥ୍ୟ ମିଳିନାହିଁ।ତେବେ ଏହି ପ୍ରସଙ୍ଗରେ ସୌମ୍ୟଜିତ୍‌ଙ୍କ ପରିବାର ପକ୍ଷରୁ କେହି ମୁହଁ ଖୋଲୁ ନାହାନ୍ତି। ସୌମ୍ୟଜିତ୍‌ଙ୍କ ପଡ଼ୋଶୀ କହିଛନ୍ତି ଯେ, ଏହି ପରିବାର କାହା ସହ ଭଲରେ ମିଶନ୍ତି ନାହିଁ। ଏମାନେ କଳହ ପ୍ରିୟ ବୋଲି ମଧ୍ୟ ପଡ଼ୋଶୀ ଅଭିଯୋଗ ଆଣିଛନ୍ତି। ପଡ଼ୋଶୀଙ୍କ ଅଭିଯୋଗ ନେଇ ଖବର ଲେଖାଯିବା ସୁଦ୍ଧା ସୌମ୍ୟଜିତ୍‌ଙ୍କ ପରିବାରର ପ୍ରତିକ୍ରିୟା ମିଳିପାରିନାହିଁ।

Advertisment

ଶ୍ୱେତା ଓ ସୌମ୍ୟଜିତ୍‌ଙ୍କ ମଧ୍ୟରେ ସମ୍ପର୍କ ଥିଲା। ସୌମ୍ୟଜିତ୍‌ ସେମାନଙ୍କର ଫଟୋ ଭାଇରାଲ କରିବାର ଧମକ ଦେବା ସହ ଅନ୍ୟ ଝିଅଙ୍କ ସହ ସମ୍ପର୍କ ରଖି ନିର୍ଯାତନା ଦେବାରୁ ଶ୍ୱେତା ଆତ୍ମହତ୍ୟା କରିଥିବା ତାଙ୍କ ବାପା ଅଭିଯୋଗ କରିଛନ୍ତି। ପୋଲିସ ଶ୍ୱେତାଙ୍କ ମୋବାଇଲ ଓ ଡାଏରୀ ଜବତ କରିଛି। ସେଥିରୁ ରହସ୍ୟ ଫିଟିବ ବୋଲି କୁହାଯାଉଛି। ହେଲେ ଏପର୍ଯ୍ୟନ୍ତ ସୌମ୍ୟଜିତ୍‌ଙ୍କ ପତ୍ତା ମିଳୁନି। ସୌମ୍ୟଜିତ୍‌ ପଢୁଥିବା ପ୍ରତିଷ୍ଠିତ ଅନୁଷ୍ଠାନରେ ପୋଲିସ ଖୋଜିଥିବା ସୂଚନା ମିଳିଛି। 

Advertisment

ଶ୍ୱେତାଙ୍କ ମୃତ୍ୟୁକୁ ନେଇ ସସ୍‌ପେନ୍ସ ଲାଗି ରହିଥିବା ବେଳେ ତାଙ୍କ ବୟଫ୍ରେଣ୍ଡ୍‌ଙ୍କ ସହ ଏକ ଅଡ଼ିଓ ଭାଇରାଲ ହୋଇଛି। ଯେଉଁଥିରେ ଶ୍ୱେତା ତାଙ୍କର ବୟଫ୍ରେଣ୍ଡ ସୌମ୍ୟଜିତ୍‌ଙ୍କ ସହ କଥା କଟାକଟି ହୋଇଥିବା ଶୁଣିବାକୁ ମିଳିଛି। ସୌମ୍ୟଜିତ୍‌ ନିଜ ଜୀବନରୁ ଶ୍ୱେତାଙ୍କୁ ବାହାରିଯିବାକୁ କହୁଛନ୍ତି। ତା’ସହ କହିଛନ୍ତି ମୋତେ ଶାନ୍ତିରେ ରହିବାର ଅଛି। ଏପରିକି କଲ୍ ନକରିବାକୁ ବି ତାଗିଦ୍ କରୁଥିବା ଶୁଣିବାକୁ ମିଳୁଛି ଏହି ଅଡ଼ିଓରେ। ତେବେ ଏହି ଭାଇରାଲ୍ ଅଡ଼ିଓଟି କେବେକାର, ସେନେଇ ସ୍ପଷ୍ଟ ହୋଇନାହିଁ।

Commissionerate Police Software Engineer Suicide Engineer Sweta Utkal Kumari Suicide
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ