Advertisment

‘ମୋ ଝିଅ ପ୍ରତି ବହୁତ ଅନ୍ୟାୟ କରାଯାଇଛି, ସୌମ୍ୟକୁ କଠୋର ଦଣ୍ଡ ମିଳୁ’

ଭୁବନେଶ୍ୱରର ସଫ୍ଟଓ୍ୱୟାର ଇଞ୍ଜିନିୟର ଶ୍ୱେତା ଉତ୍କଳ କୁମାରୀଙ୍କ ଆତ୍ମହତ୍ୟା ପରେ ଅନେକ ପ୍ରଶ୍ନ ସୃଷ୍ଟି ହୋଇଛି। କେଉଁ ପରିସ୍ଥିତିରେ ଶ୍ୱେତା ଆତ୍ମହତ୍ୟା କଲେ ? ଏହା ପଛର କାରଣ କ’ଣ ? ତାହା ଜଣାପଡ଼ିନାହିଁ।

ଅଦ୍ୟତନ ହୋଇଛି
Software Engineer Suicide Case in Bhubaneswar

Software Engineer Suicide Case in Bhubaneswar

Advertisment

‘ମୋ ଝିଅ ପ୍ରତି ବହୁତ ଅନ୍ୟାୟ କରାଯାଇଛି। ସେ ସୌମ୍ୟଜିତ୍‌ ମହାପାତ୍ର ମୋ ଝିଅ ପ୍ରତି ବହୁତ ଅନ୍ୟାୟ କରିଛି। ମୁଁ ରାଜ୍ୟ ସରକାରଙ୍କୁ ଅନୁରୋଧ କରୁଛି ସୌମ୍ୟଜିତ୍‌ ବିରୋଧରା ଉଚିତ୍‌ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ତାକୁ ଦଣ୍ଡ ମିଳୁ।’ ଭୋ ଭୋ ହୋଇ କାନ୍ଦି ଏଭଳି କିଛି କହିଛନ୍ତି ଶ୍ୱେତାଙ୍କ ମା’। ଭିଡିଓ ଜରିଆରେ ସେ ରାଜ୍ୟ ସରକାରଙ୍କୁ ଏଭଳି ଗୁହାରି କରିଛନ୍ତି। 

Advertisment

ଭୁବନେଶ୍ୱରର ସଫ୍ଟଓ୍ୱୟାର ଇଞ୍ଜିନିୟର ଶ୍ୱେତା ଉତ୍କଳ କୁମାରୀଙ୍କ ଆତ୍ମହତ୍ୟା ପରେ ଅନେକ ପ୍ରଶ୍ନ ସୃଷ୍ଟି ହୋଇଛି। କେଉଁ ପରିସ୍ଥିତିରେ ଶ୍ୱେତା ଆତ୍ମହତ୍ୟା କଲେ ? ଏହା ପଛର କାରଣ କ’ଣ ? ତାହା ଜଣାପଡ଼ିନାହିଁ। ଏସବୁ ଭିତରେ ଗୋଟିଏ ପରେ ଗୋଟିଏ ଚାଞ୍ଚଲ୍ୟକର ତଥ୍ୟ ଓ ବୟାନ ସାମ୍ନାକୁ ଅସୁଛି।

ସେପଟେ ଶ୍ୱେତାଙ୍କ ବାପା କହିଛନ୍ତି ଯେ, ପୋଲିସ ଯାହାକୁ ଖୋଜୁଛି, ପୂର୍ବରୁ ସେ ଥାନାକୁ ଆସିଥିଲେ। ସୌମ୍ୟ, ତାଙ୍କ ବାପାମା’ ପୂର୍ବରୁ ଚନ୍ଦ୍ରଶେଖରପୁର ଥାନାକୁ ଆସିଥିଲେ। ଗତ ୨୧ ତାରିଖରେ ଏତଲା ଦେବାକୁ ଆସିଥିବା ବେଳେ ଥାନା ବାହାରେ ସୌମ୍ୟ ଓ ତାଙ୍କ ବାପାମା’ଙ୍କୁ ଦେଖିଥିବା ଶ୍ୱେତାଙ୍କ ବାପା କହିଛନ୍ତି। ତେବେ ଏ ସଂପର୍କରେ ସୌମ୍ୟ କିମ୍ବା ସୌମ୍ୟଙ୍କ ପରିବାର ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିନାହିଁ।

Advertisment

ଶ୍ୱେତାଙ୍କ ବାପା ଆହୁରି କହିଛନ୍ତି ଯେ, ଥାନାରୁ ବାହାରିବା ପରେ ସେମାନେ ଥାନା ଭିତରକୁ ଯାଇଥିଲେ। ସୌମ୍ୟଜିତ୍‌କୁ ତୁରନ୍ତ ଗିରଫ କରାଯାଉ।’ ସୌମ୍ୟଜିତ୍‌ ମୋ ଝିଅକୁ ଶାରୀରିକ, ମାନସିକ ଓ ଆର୍ଥିକ ଶୋଷଣ କରିଛି। ଏତେ ହଇରାଣ କରିଛି ଯେ, ସେ ଆତ୍ମହତ୍ୟା କରିବାକୁ ବାଧ୍ୟ ହେଲା। ଏଣୁ ଏଭଳି ବ୍ୟକ୍ତିକୁ ତୁରନ୍ତ ଗିରଫ କରି ଦୃଷ୍ଟାନ୍ତମୂଳକ ଦଣ୍ଡବିଧାନ ହେଉ ବୋଲି ଶ୍ୱେତାଙ୍କ ବାପା ଦାବି କରିଛନ୍ତି।  ଶ୍ୱେତାଙ୍କ ଭାଇ ମଧ୍ୟ ସୌମ୍ୟଙ୍କ ଗିରଫ ଦାବି କରିଛନ୍ତି। 

Software Engineer Suicide Engineer Sweta Utkal Kumari Suicide Engineer Sweta Utkal Kumari
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ