Advertisment

‘ସୌମ୍ୟଜିତ୍‌ ମୋ ଝିଅକୁ ଶାରୀରିକ, ମାନସିକ ନିର୍ଯାତନା ଦେଉଥିଲା’

‘ସୌମ୍ୟଜିତ୍‌କୁ ତୁରନ୍ତ ଗିରଫ କରାଯାଉ। ସୌମ୍ୟଜିତ୍‌ ମୋ ଝିଅକୁ ଶାରୀରିକ, ମାନସିକ ଓ ଆର୍ଥିକ ଶୋଷଣ କରିଛି।’ ବୋଲି ଶ୍ୱେତାଙ୍କ ବାପା ଅଭିଯୋଗ ଆଣିଛନ୍ତି।

ଅଦ୍ୟତନ ହୋଇଛି
Software Engineer Suicide Case in Bhubaneswar Arrest Soumyajit Soon says Sweta Father

Software Engineer Suicide Case in Bhubaneswar Arrest Soumyajit Soon says Sweta Father

Advertisment

‘ସୌମ୍ୟଜିତ୍‌କୁ ତୁରନ୍ତ ଗିରଫ କରାଯାଉ। ସେ ମୋ ଝିଅକୁ ଶାରୀରିକ, ମାନସିକ ନିର୍ଯାତନା ଦେବାସହ ଆର୍ଥିକ ଶୋଷଣ କରୁଥିଲା।’ ଏଭଳି କିଛି ପ୍ରତିକ୍ରିୟା ରଖିଛନ୍ତି ଭୁବନେଶ୍ୱରର ସଫ୍ଟଓ୍ୱୟାର ଇଞ୍ଜିନିୟର ଶ୍ୱେତା ଉତ୍କଳ କୁମାରୀଙ୍କ ବାପା ସୁଶାନ୍ତ ଦାସ। ଭୁବନେଶ୍ୱରର ସଫ୍ଟଓ୍ୱୟାର ଇଞ୍ଜିନିୟର ଶ୍ୱେତା ଉତ୍କଳ କୁମାରୀଙ୍କ ଆତ୍ମହତ୍ୟା ରହସ୍ୟ ଘେରରେ ଥିବାବେଳେ ଗୋଟିଏ ପରେ ଗୋଟିଏ ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସୁଛି। ଶ୍ୱେତା ଆତ୍ମହତ୍ୟା ମାମଲାରେ ପୋଲିସର ପଦକ୍ଷେପକୁ ନେଇ ତାଙ୍କ ବାପା ଅସନ୍ତୋଷ ପ୍ରକାଶ କରିଛନ୍ତି।

Advertisment

ସୌମ୍ୟଜିତ୍‌ଙ୍କ ବିରୋଧରେ ମାମଲା ରୁଜୁ କରି ପୋଲିସ୍‌ ଖୋଜୁଛି ବୋଲି କହିବାକୁ ନେଇ ଶ୍ୱେତାଙ୍କ ବାପା ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି ଯେ, ପୋଲିସ ଯାହାକୁ ଖୋଜୁଛି, ପୂର୍ବରୁ ସେ ଥାନାକୁ ଆସିଥିଲେ। ସୌମ୍ୟ, ତାଙ୍କ ବାପାମା’ ପୂର୍ବରୁ ଚନ୍ଦ୍ରଶେଖରପୁର ଥାନାକୁ ଆସିଥିଲେ। ଗତ ୨୧ ତାରିଖରେ ଏତଲା ଦେବାକୁ ଆସିଥିବା ବେଳେ ଥାନା ବାହାରେ ସୌମ୍ୟ ଓ ତାଙ୍କ ବାପାମା’ଙ୍କୁ ଦେଖିଥିବା ଶ୍ୱେତାଙ୍କ ବାପା କହିଛନ୍ତି। 

ଶ୍ୱେତାଙ୍କ ବାପା ଆହୁରି କହିଛନ୍ତି ଯେ, ଥାନାରୁ ବାହାରିବା ପରେ ସେମାନେ ଥାନା ଭିତରକୁ ଯାଇଥିଲେ। ସୌମ୍ୟଜିତ୍‌କୁ ତୁରନ୍ତ ଗିରଫ କରାଯାଉ।’ ସୌମ୍ୟଜିତ୍‌ ମୋ ଝିଅକୁ ଶାରୀରିକ, ମାନସିକ ଓ ଆର୍ଥିକ ଶୋଷଣ କରିଛି। ଏତେ ହଇରାଣ କରିଛି ଯେ, ସେ ଆତ୍ମହତ୍ୟା କରିବାକୁ ବାଧ୍ୟ ହେଲା। ଏଣୁ ଏଭଳି ବ୍ୟକ୍ତିକୁ ତୁରନ୍ତ ଗିରଫ କରି ଦୃଷ୍ଟାନ୍ତମୂଳକ ଦଣ୍ଡବିଧାନ ହେଉ ବୋଲି ଶ୍ୱେତାଙ୍କ ବାପା ଦାବି କରିଛନ୍ତି।  ଶ୍ୱେତାଙ୍କ ଭାଇ ମଧ୍ୟ ସୌମ୍ୟଙ୍କ ଗିରଫ ଦାବି କରିଛନ୍ତି। 

Advertisment

ଅନ୍ୟପକ୍ଷେ, ପୋଲିସ ହାତରେ ଲାଗିଥିବା କଲ୍ ଡିଟେଲ୍ସ ରେକର୍ଡ ରିପୋର୍ଟରେ ଏକ ବଡ଼ ତଥ୍ୟ ଏବେ ସାମ୍ନାକୁ ଆସିଛି। ଆତ୍ମହତ୍ୟାର ଅଧ ଘଣ୍ଟା ପୂର୍ବରୁ ବୟଫ୍ରେଣ୍ଡ୍‌ ସୌମ୍ୟଜିତ୍‌ଙ୍କୁ ଶ୍ୱେତା ୧୫ ଥର କଲ୍ କରିଥିଲେ। ରାତି ସାଢ଼େ ଗୋଟାଏ ପର୍ଯ୍ୟନ୍ତ ଶ୍ୱେତା ସୌମ୍ୟଙ୍କୁ ଫୋନ୍ କରିଥିଲେ। ମୋଟ୍‌ ୧୫ ଥର ଶ୍ୱେତା କଲ୍‌ କରିଥିଲେ। ହେଲେ ସୌମ୍ୟ, ଶ୍ୱେତାଙ୍କ କଲ୍ ରିସିଭ୍ କରିନଥିଲେ ବୋଲି ପୋଲିସ ସୂଚନା ଦେଇଛି।

Software Engineer Suicide Engineer Sweta Utkal Kumari Suicide Engineer Sweta Utkal Kumari
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ