Advertisment

ଶିମିଳିପାଳରେ ହାତୀ ମୃତ୍ୟୁ: ଯିଏ ସବୁ ଦେଖିଥିଲେ, ସେ ଆଜି ଆଖି ବୁଜିଲେ...

ଶିମିଳିପାଳ ହାତୀ ମୃତ୍ୟୁ ଘଟଣାର ପ୍ରତ୍ୟକ୍ଷଦର୍ଶୀଙ୍କ ମୃତ୍ୟୁ ହୋଇଛି। ଗତ ୧୧ ତାରିଖରେ ବିଷ ପିଇ ଗୁରୁତର ଅବସ୍ଥାରେ ତାଙ୍କୁ SCBକୁ ସ୍ଥାନାନ୍ତର କରାଯାଇଥିଲା।

ଅଦ୍ୟତନ ହୋଇଛି
Similipal Tusker Death Eyewitness Dies Under Treatment

Similipal Tusker Death Eyewitness Dies Under Treatment

Advertisment

ଶିମିଳିପାଳ ହାତୀ ମୃତ୍ୟୁ ଘଟଣାର ପ୍ରତ୍ୟକ୍ଷଦର୍ଶୀ ତୁରାମ ପୂର୍ତ୍ତିଙ୍କ ମୃତ୍ୟୁ ହୋଇଛି। କରଞ୍ଜିଆ ହାତୀ ମୃତ୍ୟ ପରେ ପ୍ରମାଣ ନଷ୍ଟ କରିଥିବା ବନ କର୍ମଚାରୀମାନେ ତାଙ୍କୁ  ଧମକ ଚମକ ଦେଇଥିଲେ।  ଏହାପରେ ତୁରାମ ବିଷ ପିଇ ଦେଇଥିଲେ।

Advertisment

ଗତ ୧୧ ତାରିଖରେ ବିଷ ପିଇ ଗୁରୁତର ଅବସ୍ଥାରେ ତୁରାମଙ୍କୁ SCBକୁ ସ୍ଥାନାନ୍ତର କରାଯାଇଥିଲା। ତେବେ ଗତକାଲି ବିଳମ୍ବିତ ରାତିରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି।  ଗତ ୭ ତାରିଖରେ ଦନ୍ତା ହାତୀକୁ ଶିକାର କରି ପ୍ରମାଣ ନଷ୍ଟ କରି ଦେଇଥିଲେ। ଏନେଇ ତଦନ୍ତ ହେବା ପରେ ୩ ବନ କର୍ମଚାରୀଙ୍କୁ ନିଲମ୍ବନ କରାଯାଇଥିଲା।

ଏହାପରେ ନିଲମ୍ବିତ ବନ କର୍ମଚାରୀମାନେ ଅସ୍ଥାୟୀ ବନ କର୍ମଚାରୀ ତୁରାମଙ୍କୁ ନିର୍ଯାତନା ଦେବା ସହ ଧମକଚମକ ଦେଇଥିଲେ।  ଏଥିରେ ଅତିଷ୍ଠ ହୋଇ ସେ ବିଷ ପିଇ ଦେଇଥିଲେ ବୋଲି ଅଭିଯୋଗ ହୋଇଥିଲା।

Advertisment

ସେପଟେ ଦନ୍ତାହାତୀ ଶିକାର ପରେ ଏବେ ଶିମିଳିପାଳରେ ମହାବଳ ବାଘ ଶିକାର ହୋଇଥିବା ଜଣାପଡ଼ିଛି। ମହାବଳ ବାଘକୁ ଶିକାର କରି ଛାଲ ବିକ୍ରି ଉଦ୍ୟମ କରୁଥିବା ବେଳେ STF ହାତରେ ଶିକାରୀ ଧରାପଡ଼ିଛନ୍ତି। ଜଣେ ଶିକାରୀ ଧରା ପଡ଼ିଥିବା ବେଳେ ୨ ଜଣ ଚମ୍ପଟ ମାରିଛନ୍ତି। ମାସକ ପୂର୍ବେ ବାଘକୁ ଶିମିଳିପାଳରେ ଗୁଳି କରି ଶିକାର କରାଯାଇ ଥିବା ଅନୁମାନ କରାଯାଉଛି। 

Elephant Death
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ