Advertisment

ରାଞ୍ଚିକୁ ଲମ୍ବିଛି ସିମବକ୍ସ ଚେର, କମିଶନରେଟ୍ ପୋଲିସକୁ ମିଳିଲା ତୃତୀୟ ସିମବକ୍ସ

କଟକ ଭୁବନେଶ୍ୱର ପରେ ଝାଡ଼ଖଣ୍ଡ ରାଞ୍ଚିରୁ ମିଳିଲା ସିମବକ୍ସ । ସିମ୍ ବକ୍ସର ଚେର ଖୋଜି ଖୋଜି ରାଞ୍ଚିରେ ପହଞ୍ଚିଛି କମିଶନରେଟ୍ ପୋଲିସ୍ ।

ଅଦ୍ୟତନ ହୋଇଛି
SIM Box Racket Busted

SIM Box racket

Advertisment

କଟକ ଭୁବନେଶ୍ୱର ପରେ ଝାଡ଼ଖଣ୍ଡ ରାଞ୍ଚିରେ ମିଳିଲା ସିମବକ୍ସ । ଝାଡ଼ଖଣ୍ଡ ରାଞ୍ଚି ଯାଏଁ ଲମ୍ବିଛି ସିମବକ୍ସର ଚେର । ସିମ୍ ବକ୍ସର ଚେର ଖୋଜି ଖୋଜି ରାଞ୍ଚିରେ କମିଶନରେଟ୍ ପୋଲିସ୍ ପହଞ୍ଚିବା ପରେ ସେଠାରୁ ଏକ ସ୍ଥାନରୁ ସିମବକ୍ସ ଠାବ କରିଛି । ୫ ଦିନିଆ ପୋଲିସ ରିମାଣ୍ଡରେ ଥିବା ରାଜୁ ମଣ୍ଡଳକୁ ନେଇ ରାଞ୍ଚିରେ ପହଞ୍ଚି ତନାଘନା ଚଳାଇଛି ସ୍ପେଶାଲ ସ୍କ୍ୱାଡ୍।

Advertisment

ରାଞ୍ଚିର ଏକ ଘରେ ସିମ୍ ବକ୍ସ ଲଗାଇଥିଲା ରାଜୁ ମଣ୍ଡଳ। ୨ଟି ଟିମ୍ ରାଞ୍ଚିରେ ପହଞ୍ଚି ତନାଘନା ଆରମ୍ଭ କରିଛି। ସେପଟେ ବାଂଲାଦେଶରେ ବସିଥିବା ମାଷ୍ଟର ମାଇଣ୍ଡ୍ ଅସାଦୂର୍ ଜମାନକୁ ଗିରଫ କରିବା ପାଇଁ ଇଣ୍ଟରପୋଲର ସହାୟତା ନେଇଛି କମିସନରେଟ୍ ପୋଲିସ। ଆତଙ୍କୀ ଲିଙ୍କ ତଦନ୍ତ ନେଇ ଜାତୀୟ ତଦନ୍ତକାରୀ ସଂସ୍ଥା NIA ମଧ୍ୟ ଆସି ଭୁବନେଶ୍ୱର ପହଞ୍ଚିଥିବା ସୂଚନା ମିଳିଛି । ଏବେ ଯାଏଁ ଭୁବନେଶ୍ୱର ଓ କଟକରୁ ମୋଟ ୧୨ଟି  ସିମ୍ ବକ୍ସ ଜବତ କରିସାରିଲାଣି ପୋଲିସ ।

ଅଧିକ ପଢ଼ନ୍ତୁ: ଦୁଇ ନାବାଳିକାଙ୍କୁ ଯୌନ ଶୋଷଣ, ତାତିଲେ ଲୋକେ...ରେଳ ଷ୍ଟେସନରେ ଶହ ଶହ ଆନ୍ଦୋଳନକାରୀ

Advertisment

ଲମ୍ବି ଚାଲିଛି ସିମ୍ ବକ୍ସ କ୍ରାଇମର ନେଟୱର୍କ...ଯୋଡ଼ି ହେବାରେ ଲାଗିଛି ଗୋଟିଏ ପରେ ଗୋଟିଏ ରାଜ୍ୟ । ଗତ ୩ ଦିନର ଖୋଳତାଡ଼ ଭିତରେ ପ୍ରଥମେ ଭୁବନେଶ୍ୱର, ପରେ କଟକ ଆଉ ଆଜି ସାମ୍ନାକୁ ଆସିଛି ଝାଡ଼ଖଣ୍ଡ ଲିଙ୍କ୍ । ଝାଡ଼ଖଣ୍ଡର ରାଞ୍ଚିରେ ବି ବସିଛି ସିମ୍ ବକ୍ସ ସେଟଅପ୍ । ଅର୍ଥାତ ବାଂଲାଦେଶରୁ ଭାୟା ପଶ୍ଚିମବଙ୍ଗ ହୋଇ ଓଡ଼ିଶା ଓ ଝାଡ଼ଖଣ୍ଡରେ ଚାଲିଥିଲା ନେଟୱର୍କ । ବାଂଲାଦେଶୀ ରିଂ ମାଷ୍ଟର ଅସାଦ୍ଦୁର ଜମାନ, ପଶ୍ଚିମବଙ୍ଗର ରାଜୁ ମଣ୍ଡଳକୁ ହାତ କରି ବିଛାଇଛି ସିମବକ୍ସର ଅପରାଧିକ ନେଟୱାର୍କ ।

୫ ଦିନିଆ ରିମାଣ୍ଡରେ ଥିବା ରାଜୁଠାରୁ ଏହି ତଥ୍ୟ ପାଇବା ପରେ ଏବେ ଦଳବଳ ଧରି ରାଞ୍ଚିରେ କମିଶନରେଟ୍ ପୋଲିସ । ପୋଲିସ କମିଶନରଙ୍କ କହିବା କଥା, ସିମବକ୍ସ କ୍ରାଇମର ବଙ୍ଗୀୟ ଏଜେଣ୍ଟ ତଥା ଉତ୍ତର ଚବିଶ ପ୍ରଗଣାର ରାଜୁ ମଣ୍ଡଳ ଭୁବନେଶ୍ୱର ଏବଂ କୋଲକାତାରୁ ଜିନିଷପତ୍ର ନେଇ ବାଂଲାଦେଶରେ ବ୍ୟବସାୟ କରୁଥିଲା ।

Advertisment

ତା ଭିତରେ ମାଷ୍ଟରମାଇଣ୍ଡ ଅସାଦ୍ଦୁରକୁ ଭେଟିବା ପରେ ସିମ୍ ବକ୍ସ ଜାଲରେ ପଡ଼ିଥିଲା । ଡିଲ୍ ପରେ ବୈଧ ଭିସାରେ ଗତ ଅକ୍ଟୋବରରେ ଅଗରତାଲା ଦେଇ ଭାରତ ଆସିଥିଲା ଅସାଦ୍ଦୁର । ପରେ ଡିସେମ୍ବରରେ କଟକ ଓ ଭୁବନେଶ୍ୱର ଆସି ରାଜୁ ନାଁରେ ଘରଭଡ଼ା ନେବା ସହ ସ୍ଥାପନ କରିଥିଲା ସିମବକ୍ସ ନେଟୱର୍କ । ଭୁବନେଶ୍ୱରର ଲିଙ୍ଗରାଜ ହୋଟେଲ୍ । ଯେଉଁଠି ଅସାଦ୍ଦୁର ରହୁଥିଲା ବୋଲି ପୋଲିସକୁ ସୂଚନା ଦେଇଛି ରାଜୁ।

Odisha News SIM Box Racket
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ