Advertisment

ବଡ଼ ଖବର: ସନ୍ଦିଗ୍ଧ ଘରୁ ଠାବ ହେଲା ୭ଟି ସିମ୍‌ ବକ୍ସ...

ଭୁବନେଶ୍ବର ଲକ୍ଷ୍ମୀସାଗର ଥାନା ଅଞ୍ଚଳରେ ଏକ ସନ୍ଦିଗ୍ଧ ଘରୁ ୭ଟି ସିମ୍‌ବକ୍ସ ଠାବ କରାଯାଇଛି।

ଅଦ୍ୟତନ ହୋଇଛି
SIM Box Racket Busted In Bhubaneswar

SIM Box racket

Advertisment

ଭୁବନେଶ୍ବରରେ ଜଣେ ସନ୍ଦିଗ୍ଧଙ୍କ ଘରୁ ୭ଟି ସିମ୍ ବକ୍ସ ଠାବ ହୋଇଛି। ଲକ୍ଷ୍ମୀସାଗର ଥାନା ଅଞ୍ଚଳର ମଙ୍ଗରାଜ ପଏଣ୍ଟ ନିକଟସ୍ଥ ଏକ ଘରୁ ଠାବ ହୋଇଛି ଏହି ସିମ୍ ବକ୍ସ। ସ୍ପେଶାଲ ସ୍କ୍ବାଡ୍  ଓ ଲକ୍ଷ୍ମୀସାଗର ପୋଲିସ ମିଳିତ ଭାବେ ରେଡ୍ କରି ଠାବ କରିବା ସହ ଜଣଙ୍କୁ ଅଟକ ରଖିଛନ୍ତି ।

Advertisment

 ୬/୭ ମାସ ତଳେ ସନ୍ଦିଗ୍ଧ ଘର ଭଡା ନେଇ ଏଠାରେ ଅଫିସ ଚଳାଉ ଥିବା ଘର ମାଲିକ କହିଛନ୍ତି।  ଭୁବନେଶ୍ବର ଡିସିପି ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଛନ୍ତି ।

ଅଧିକ ପଢ଼ନ୍ତୁ: ରାଜ୍ୟବ୍ୟାପୀ ଡାକ୍ତରଙ୍କ ଆନ୍ଦୋଳନ, ରୋଗୀ ସେବା ପ୍ରଭାବିତ

Advertisment

ଏପଟେ ଭିଜିଲାନ୍ସ ରେଡରୁ ଖୋଲୁଛି ଅତିରିକ୍ତ ଯୋଗାଣ ଅଧିକାରୀଙ୍କ ସମ୍ପତ୍ତି ପେଡି। କେନ୍ଦ୍ରାପଡ଼ାର ଅତିରିକ୍ତ ଯୋଗାଣ ଅଧିକାରୀ ପ୍ରଦୀପ କୁମାର ମହାପାତ୍ରଙ୍କ ଅମାପ ସମ୍ପତ୍ତିର ଖୋଳତାଡ କରୁଛି ଭିଜିଲାନ୍ସ। ଭୁବନେଶ୍ବର ଲିଙ୍ଗିପୁରରେ ୨ ମହଲା କୋଠା ରହିଛି। କଟକ କଲ୍ୟାଣୀନଗରରେ ରହିଛି ଏକ ମହଲା ବିଲଡିଂ। ଭୁବନେଶ୍ବର ଓ କଟକ ପ୍ରାଇମ୍ ଲୋକେସନରେ ଦୁଇଟି ପ୍ଲଟ୍ ରହିଛି। 

ରେଡ୍ ବେଳେ ଘରୁ ମିଳିଛି ନଗଦ ୧ ଲକ୍ଷ ୨୧ ହଜାର ଟଙ୍କା। କୋଟିଏ ଟଙ୍କାର ମ୍ୟୁଚୁଆଲ୍ ଫଣ୍ଡ ଡିପୋଜିଟ୍ ରହିଛି। ଅନ୍ୟାନ୍ୟ ଜମାର ଖୋଳତାଡ କରୁଛି ଭିଜିଲାନ୍ସ।କଟକ ଏସବିଆଇ ମୁଖ୍ୟ ଶାଖାରେ ପତ୍ନୀଙ୍କ ନାଁରେ ରହିଛି ଗୋଟିଏ ଲକର୍। ଆୟବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଆଜି ଅତିରିକ୍ତ ଯୋଗାଣ ଅଧିକାରୀ ପ୍ରଦୀପ କୁମାର ମହାପାତ୍ରଙ୍କ ଘର ସମେତ ଏକକାଳୀନ ୫ଟି ସ୍ଥାନରେ ଚଢ଼ାଉ କରିଛି ଭିଜିଲାନ୍ସ ଟିମ୍। 

Advertisment

SIM Box Racket SIM Box
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ