Advertisment

ଭିଜିଲାନ୍ସ ଜାଲରେ ପୋଲିସ SI, ଜବତ ବାଇକ୍ ଛାଡ଼ିବା ପାଇଁ ନେଉଥିଲେ ୧୫ ହଜାର ଲାଞ୍ଚ

କୋର୍ଟ ଅନୁମତି ପରେ ବି ଛାଡ଼ୁନଥିଲେ ଜବତ ଗାଡ଼ି….ବୌଦ୍ଧ ଜିଲ୍ଲା ବାଉଁସୁଣି ଥାନାର SI ବିକ୍ରମ କିଶୋର ଦେହୁରୀ …

ଅଦ୍ୟତନ ହୋଇଛି
Police SI Arrested By Vigilance

Arrest

Advertisment

କୋର୍ଟ ଅନୁମତି ପରେ ବି ଜବତ ଗାଡ଼ିକୁ ଛାଡ଼ିବା ପାଇଁ ଲାଞ୍ଚ ମାଗୁଥିଲେ ପୋଲିସ ବାବୁ । ୧୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ, ରଙ୍ଗେହାତ୍ ଧରିଲା ଭିଜିଲାନ୍ସ ।  ବୌଦ୍ଧ ଜିଲ୍ଲା ବାଉଁସୁଣି ଥାନାର ସବ ଇନ୍ସପେକ୍ଟର ବିକ୍ରମ କିଶୋର ଦେହୁରୀ ଭିଜିଲାନ୍ସ ହାତରେ ଧରାପଡ଼ି ଗିରଫ ହୋଇଛନ୍ତି।

Advertisment

ଅଭିଯୋଗ ଅନୁସାରେ, ସେ ବବଡ଼ା ଗାଁର କରୁଣାକର ନାଏକଙ୍କ ଠାରୁ ଜବତ ବାଇକ୍ ରିଲିଜ୍ କରିବାକୁ ପୂର୍ବରୁ ୨୦ ହଜାର ଟଙ୍କା ନେଇଥିଲେ। ପରେ କୋର୍ଟ ଅର୍ଡର ଦେଖାଇବା ସତ୍ତ୍ୱେ ଆହୁରି ୧୫ ହଜାର ଟଙ୍କା ଦେବାକୁ କହିଥିଲେ। କରୁଣାକର ଏ ନେଇ ବୌଦ୍ଧ ଭିଜିଲାନ୍ସକୁ ଜଣାଇବା ପରେ, ପୂର୍ବ ଯୋଜନା ଅନୁଯାୟୀ ଭିଜିଲାନ୍ସ ବାଉଁସୁଣୀ ଥାନା ଅଂଚଳରେ ଛପି ରହିଥିଲା ।

Advertisment

ଫୋନପେ ଯୋଗେ ଲାଞ୍ଚ ଟଙ୍କା ନେଣଦେଣ ବେଳେ, ସବଇନସପେକ୍ଟରଙ୍କୁ ବିକ୍ରମଙ୍କୁ ମାଡ଼ି ବସିଥିଲା । ତେବେ ଏ ନେଇ ଅଧିକ ତଦନ୍ତ ଜାରି ରହିଛି ଏବଂ ଆଜି ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ସୂଚନା ମିଳିଛି।...

Vigilance Raid Bribe Case
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ