ଶ୍ରଦ୍ଧା ୱାକର ହତ୍ୟା ମାମଲା: ଅଫ୍‌ତାବର କେମିତି ହେଲା ନାର୍କୋ ଟେଷ୍ଟ ? ଜାଣନ୍ତୁ...

ଅଫ୍‌ତାବ ଏବେ ସୁସ୍ଥ ଅଛି । ଦିଲ୍ଲୀ ରୋହିଣୀର ,କ ହସ୍ପିଟାଲରେ ଏହି ନାର୍କୋଟେଷ୍ଟ କରାଯାଇଥିଲା ।

Narco Test

ଦିଲ୍ଲୀ ଶ୍ରଦ୍ଧା ୱାକର ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଅଫ୍‌ତାବ ଅମିନ୍ ପୁନାୱାଲାର ନାର୍କୋ ଟେଷ୍ଟ ଶେଷ ହୋଇଛି । ସ୍ୱତନ୍ତ୍ର ପୋଲିସ ଅଧିକାରୀ ସାଗର ପ୍ରୀତ ହୁଡ୍ଡା ସୂଚନା ଦେଇଛନ୍ତି । ସେ କହିଛନ୍ତି ଦୀର୍ଘ ଦୁଇ ଘଣ୍ଟା ଧରି ଅଫ୍‌ତାବ୍‌ର ନାର୍କୋ ଟେଷ୍ଟ କରାଯାଇଥିଲା । ଯାହାକି ସଫଳତା ରୂପକ ଶେଷ ହୋଇଛି । ଅଫ୍‌ତାବ ଏବେ ସୁସ୍ଥ ଅଛି । ଦିଲ୍ଲୀ ରୋହିଣୀର ,କ ହସ୍ପିଟାଲରେ ଏହି ନାର୍କୋଟେଷ୍ଟ କରାଯାଇଥିଲା ।

ଅଧିକାରୀ ସୂଚନା ଦେଇଛନ୍ତି ଯେ, ସକାଳ ପ୍ରାୟ ୮ଟା ୪୦ରେ ଅଫ୍‌ତାବ୍‌କୁ ରୋହିଣୀର ବାବା ସାହେବ ଆମ୍ବେଦ୍‌କର ହସ୍ପିଟାଲକୁ ନିଆଯାଇଥିଲା । ସେଠାରେ ପ୍ରାୟ ଦିନ ୧୦ଟା ବେଳକୁ ନାର୍କୋ ଟେଷ୍ଟ ଆରମ୍ଭ ହୋଇଥିଲା । ଟେଷ୍ଟ ପରେ ତାକୁ ଡାକ୍ତରଙ୍କ ଅବଜରଭେସନରେ ରଖାଯାଇଥିଲା । ଆସନ୍ତାକାଲି ଅର୍ଥାତ ଶୁକ୍ରବାର ଅଫ୍‌ତାବ୍‌କୁ ପରେନ୍ସିକ୍‌ ସାଇନ୍‌ସ ଲାବ୍ରୋଟୋରୀ (FSL) ନିଆଯିବା ନେଇ ଯୋଜନା କରାଯାଉଛି । FSLର ସୂଚନା ଅନୁଯାୟୀ, ନାର୍କୋ ଟେଷ୍ଟ ବେଳେ ଅଫ୍‌ତାବ ଦେଇଥିବା ପ୍ରଶ୍ନର ଉତ୍ତର ଗୁଡ଼ିକୁ ତର୍ଜମା ତଥା ବିଶ୍ଲେଷଣ କରାଯିବ । ଏହାସହ ଅଫ୍‌ତାବକୁ ସେନେଇ ସୂଚନା ମଧ୍ୟ ଦିଆଯିବ । ଅଫ୍‌ତାବ ଟେଷ୍ଟ ସମୟରେ ଯାହା କହିଥିଲା ସେହି କଥାକୁ ନେଇ ପୁଣି ତାକୁ ପଚରାଯିବ ।

ଅଧିକ ପଢ଼ନ୍ତୁ: କ’ଣ ଏହି ନାର୍କୋ ଟେଷ୍ଟ୍; କିପରି ଧରାପଡ଼େ ସତ ?

ଜଣେ ବରିଷ୍ଟ ଅଧିକାରୀଙ୍କ ସୂଚନା ଅନୁଯାୟୀ, ନାର୍କୋ ଟେଷ୍ଟ ପୂର୍ବରୁ ଅଫ୍‌ତାବର ବ୍ଲଡ୍‌ ପ୍ରେସର, ନରଭସ୍‌, ତାପମାତ୍ରା ଏବଂ ହାର୍ଟ ବିଟ୍ ଯାଞ୍ଚ କରାଯିବା ସହ ଅନ୍ୟାନ୍ୟ ପରୀକ୍ଷା ମଧ୍ୟ କରାଯାଇଥିଲା । ଖାଲି ସେତିକି ନୁହେଁ, ଟେଷ୍ଟ ପୂର୍ବରୁ ଏକ ଫର୍ମ ମଧ୍ୟ ଦିଆଯାଇଥିଲା । ଯେଉଁଥିରେ ଲେଖାଥିଲା ଯେ, ଅଫ୍‌ତାବର ଇଚ୍ଛା ଅନୁସାରେ ଏହି ଟେଷ୍ଟ କରାଯାଉଛି । ଏଥିରେ ତାର ସହମତି ରହିଛି । ଏହି ଫର୍ମରେ ଅଫ୍‌ତାବର ଦସ୍ତଖତ ମଧ୍ୟ ନିଆଯାଇଛି ।

ତେବେ ଆସନ୍ତୁ ଜାଣିବା ଏହି ନାର୍କୋ ଟେଷ୍ଟ କ’ଣ ?