theft
ଚାଞ୍ଚଲ୍ୟକର ଘଟଣା । ଶୁଣିଲେ ହେବେ ତାଜୁବ । ପ୍ରେମିକା ପାଇଁ ଚୋର ସାଜିଲା ପ୍ରେମିକ । ଘର ଘର ବୁଲି ରାତି ଅଧରେ କଲା ଚୋରି । ପ୍ରେମିକାକୁ ଖୁସି କରିବା ପାଇଁ ପ୍ରତିଦିନ ରାତିରେ କରୁଥିଲା ଚୋରି । ଏମିତି ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲିଟିଛି । ଯାହାକୁ ଶୁଣିବା ପରେ ସମସ୍ତେ ଆଶ୍ଚର୍ଯ୍ୟ ଚକିତ ହେଉଛନ୍ତି । କାରଣ ପ୍ରେମିକାକୁ ମହଙ୍ଗା ଉପହାର ଦେବା ପାଇଁ ଚୋରି କରୁଥିଲା ପ୍ରେମିକ। ତେବେ ପ୍ରେମିକ ଜଣକ ଜଣେ ଆଇନର ଛାତ୍ର ବୋଲି ମଧ୍ୟ ଜଣାପଡ଼ିଛି । ଏମିତି ଘଟଣା ଘଟିଛି ଉତ୍ତରପ୍ରଦେଶ ଲକ୍ଷ୍ମୌର ଗୋମତି ନଗର ଅଞ୍ଚଳରେ । ଆଇନ ଛାତ୍ର ହୋଇ ବେଆଇନ ରାସ୍ତାରେ ପାଦ ଦେବା ଘଟଣାକୁ ବିଭିନ୍ନ ମହଲରେ ନିନ୍ଦା କରାଯାଉଛି।
ପୋଲିସ ଅଭିଯୁକ୍ତ ପ୍ରେମିକକୁ ଗିରଫ କରିଛି । ଅଭିଯୁକ୍ତ ପ୍ରେମିକ ଜଣକ ଉତ୍ତରପ୍ରଦେଶର ଜୈନପୁରର ବାସିନ୍ଦା ଅବଦୁଲ ହଲିମ ବୋଲି ଜଣାପଡିଛି।
ଅଧିକ ପଢ଼ନ୍ତୁ: ବାଃ ବାଃ ରେ ପ୍ରେମ ! ପ୍ରେମିକାକୁ ଖୁସି କରିବାକୁ ଚୋରି କରି ଗିରଫ ହେଲେ ବ୍ୟାଙ୍କ କର୍ମଚାରୀ...
ନିକଟରେ ଲକ୍ଷ୍ମୌର ଗୋମତି ନଗରରେ ସିରିଜ୍ ଚୋରିର ଅଭିଯୋଗ ହୋଇଥିଲା । ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ ପରେ ପୋଲିସ ଅବଦୁଲ ନାମକ ଜଣେ ସନ୍ଦିଗ୍ଧଙ୍କୁ ଧରିବାରେ ସକ୍ଷମ ହୋଇଥିଲା, ସିସିଟିଭି ଫୁଟେଜ ବ୍ୟବହାର କରି ତାଙ୍କ ଗତିବିଧି ଉପରେ ନଜର ରଖିଥିଲା ​​ଏବଂ ତାଙ୍କୁ ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ ଭାବରେ ଗିରଫ କରାଯାଇଥିଲା।
ଗିରଫ ହେବା ପରେ ଅବଦୁଲ ହଲିମ୍ ସବୁ ଗୁମର ଖୋଲି କହିଥିଲା । ଗର୍ଲଫ୍ରେଣ୍ଡକୁ ଅତ୍ୟଧିକ ମହଙ୍ଗା ଉପହାର ଦେବାକୁ ଯାଇ ଅନେକ ଚୋରି କରିଛି ବୋଲି ସେ ସ୍ବୀକାର କରିଛି । ମାତ୍ର ଗୋଟିଏ ସପ୍ତାହ ମଧ୍ୟରେ ସେ ଏହି ଅଞ୍ଚଳର ତିନୋଟି ଘରକୁ ଟାର୍ଗେଟ କରି ଚୋରି କରିଥିଲା ।
ଅବଦୁଲ୍ର କହିବା ଅନୁଯାୟୀ, ପ୍ରେମିକାର ସଫି, ମଲ୍ରେ ବୁଲିବା , ଆଇଫୋନ୍ କିଣିବା, କ୍ଲବ ଯିବା ଓ ଫିଲ୍ମ ଦେଖିବା ପାଇଁ ଇଚ୍ଛା ଥିଲା ଓ ବାରମ୍ବାର ଦାବି କରୁଥିଲା ବୋଲି କହିଛି । ଏସବୁ ଦାବି ପୂରଣ କରିବା ପାଇଁ ସେ ଚୋରି କରିବାକୁ ରାସ୍ତା ବାଛିଥିଲା ବୋଲି କହିଛି ଅଭିଯୁକ୍ତ ଅବଦୁଲ୍ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/theft_1727423301.jpg)