Advertisment

ବାକି ମାଗିବାରୁ ରାଗିଗଲେ ଦୋକାନୀ, ଦାନ୍ତରେ କାମୁଡି ଛିଣ୍ଡାଇଦେଲେ ଗ୍ରାହକଙ୍କ କାନ

ବାକିରେ ପରିବା ନଦେବାରୁ ଜଣେ ଗ୍ରାହକ ଓ ଦୋକାନୀଙ୍କ ମଧ୍ୟରେ ବିବାଦ ଉଗ୍ର ରୂପ ନେଇଛି...

ଅଦ୍ୟତନ ହୋଇଛି
shopkeeper bites of customer ear

shopkeeper bites of customer ear

Advertisment

ବାକିରେ ପରିବା ନଦେବାରୁ ଜଣେ ଗ୍ରାହକ ଓ ଦୋକାନୀଙ୍କ ମଧ୍ୟରେ ବିବାଦ ଉଗ୍ର ରୂପ ନେଇଛି। ଟଙ୍କା ନଦେବାରୁ ଗ୍ରାହକଙ୍କ କାନକୁ କାମୁଡି ଛିଣ୍ଡାଇଦେଲେ ଦୋକାନୀ। ଏହି ଘଟଣା ଘଟିଛି ଉତ୍ତର ପ୍ରଦେଶର ପିଲଭିଟ୍ ଜିଲ୍ଲାରେ।

Advertisment

ଜିଲ୍ଲାର ବିଲସଡା ଅଞ୍ଚଳର ଲୀଲହର ଗ୍ରାମର ଉମାକାନ୍ତ ଅଟୋ ରିକ୍ସା କରି ପରିବାର ଚଳାନ୍ତି। ଏପ୍ରିଲ ୨୫ରେ ଅଟୋ ରିକ୍ସାରେ ସେ ଘରକୁ ଫେରୁଥିଲେ, ସେହି ସମୟରେ ରାସ୍ତାରେ ବିକୁଥିବା ଜଣେ କାକୁଡି ବିକୁଥିବା ଦୋକାନୀ ମହେଶ ସହ କଥା ହୋଇଥିଲେ।

ଏହାପରେ କାକୁଡି କିଣି ଟଙ୍କା ପରେ ଦେବା ପାଇଁ କହିଥିଲେ। କାକୁଡିକୁ ବାକିରେ ଦେବା ପାଇଁ ମନା କରିଦେଇଥିଲେ ମହେଶ। ହଠାତ୍‌ ମହେଶ ଟଙ୍କା ନେଣଦେଣକୁ ନେଇ ଝଗଡ଼ା ଆରମ୍ଭ କରିବା ସହ ଗାଳିଗୁଳଜ କରିଥିଲେ। ଏତେପରେବି ଉମାକାନ୍ତ ସେଠୁ ଘରକୁ ଚାଲିଆସିଥିଲେ।

Advertisment

କିନ୍ତୁ ପରେ ମହେଶ ଉମାକାନ୍ତଙ୍କ ଘରକୁ ଜବରଦସ୍ତି ପ୍ରବେଶ କରି ମାରପିଟ୍‌ କରିବାରେ ଲାଗିଲା। ଆଉ ରାଗରେ ମହେଶ ନିଜ ଦାନ୍ତରେ ଉମାକାନ୍ତଙ୍କ କାନକୁ କାଟି ଅଲଗା କରିଦେଇଥିବା ନେଇ ଉମାକାନ୍ତଙ୍କ ପତ୍ନୀ ଏତଲାରେ ଦର୍ଶାଇଛନ୍ତି। ପୁଲିସ ମାମଲା ରୁଜୁ କରି ମହେଶକୁ ଗିରଫ କରିଛି। 

ଗିରଫ ଅଭିଯୁକ୍ତ ମହେଶ(ଗିରଫ ଅଭିଯୁକ୍ତ ମହେଶ)

ଏନେଇ ଥାନାଥିକାରୀ ଅଚଲ କୁମାର କହିଛନ୍ତି ଯେ- ଟଙ୍କା ନେଣଦେଣକୁ ନେଇ ଉଭୟଙ୍କ ଭିତରେ ଝଗଡ଼ା ଲାଗିଥିଲା। ଝଗଡ଼ା ସମୟରେ ଉଭୟ ନିଶାରେ ଥିଲେ। ପୀଡିତଙ୍କ ପତ୍ନୀଙ୍କ ଏତଲା ଆଧାରରେ ମାମଲା ରୁଜୁ କରାଯାଇ ଅଭିଯୁକ୍ତକୁ ଗିରଫ କରାଯାଇଛି।    

Advertisment
Customer
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ