Viral Audio
ଡାକ୍ତର ହୋଇ କହିଲେ ରୋଗୀକୁ ମାରିଦିଅ । ୨୦୨୧ ମସିହାର କୋଭିଡ୍ ସଂକ୍ରମଣ ବେଳର କଥା । ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ କୋଭିଡ୍ ରୋଗୀ । କୋଭିଡ ହସ୍ପିଟାଲର ୱାର୍ଡ ଭିତରେ ଦୁଇଜଣ ଡାକ୍ତରଙ୍କ ମଧ୍ୟରେ ହୋଇଥିବା ଏକ କଥାବାର୍ତ୍ତାର ଅଡିଓ ଭାଇରାଲ୍ ହେଉଛି । ଏହି ଅଡିଓରେ ବରିଷ୍ଠ ଡାକ୍ତର ଜଣକ ତାଙ୍କ ଜୁନିଅର୍ ଡାକ୍ତରଙ୍କୁ କହୁଛନ୍ତି, କାହାକୁ ଭିତରକୁ ଆସିବାକୁ ଅନୁମତି ଦିଅନି । ବନ୍ଦ କରିଦିଅ । ଏ ମହିଳାକୁ ମାରିଦିଅ ।
ଏହି ଅଡିଓକୁ ନେଇ ମହାରାଷ୍ଟ୍ର ପୋଲିସ୍ ଏକ ଏଫଆଇଆର୍ ରୁଜୁ କରି ତଦନ୍ତ ଆରମ୍ଭ କରିଛି । ଦ୍ୱିତୀୟ ପର୍ଯ୍ୟାୟ କୋଭିଡ୍ ଲହର ବେଳେ ମହାରାଷ୍ଟ୍ରର ଉଡଗିରି ହସ୍ପିଟାଲର ଅତିରିକ୍ତ ଜିଲ୍ଲା ସର୍ଜନ ଡାକ୍ତର ଶଶିକାନ୍ତ ଦେଶପାଣ୍ଡେଙ୍କୁ ଏଥିରେ ଅଭିଯୁକ୍ତ ଭାବେ ଦର୍ଶାଯାଇଛି । ଭାଇରାଲ୍ ହେଉଥିବା ଅଡିଓରେ ଡାକ୍ତର ଜଣକ ଜଣେ ମହିଳା ରୋଗୀଙ୍କୁ ମାରିଦିଅ ବୋଲି କହୁଥିବାର ସ୍ପଷ୍ଟ ଭାବେ ଶୁଣାଯାଉଛି ।
ଅଧିକ ପଢ଼ନ୍ତୁ: ରାକ୍ଷସ ପୁଅର ନାରକୀୟ କାଣ୍ଡ, ନିଶା ଖାଇବାକୁ ଟଙ୍କା ନ ମିଳିବାରୁ...
ମହିଳା କୋଭିଡ ଆକ୍ରାନ୍ତ ଜଣକ ୨୦୨୧ ଏପ୍ରିଲ ୧୫ ତାରିଖରେ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ । ୧୦ ଦିନ ରହି ଭଲ ହୋଇ ଘରକୁ ଫେରିଥିଲେ । ଏହି ମହିଳା ରୋଗୀଙ୍କ ସ୍ୱାମୀ ପୋଲିସ ନିକଟରେ ଭାଇରାଲ୍ ଅଡିଓ ଆଧାରରେ ଅଭିଯୋଗ କରିଛନ୍ତି । ଏହି କଥାବାର୍ତ୍ତା ବେଳେ ସେ ନିଜେ ଉପସ୍ଥିତ ଥିବାର ଏତଲାରେ ଦର୍ଶାଇଛନ୍ତି ।
କନିଷ୍ଠ ଡାକ୍ତର ଡାଙ୍ଗେ ମଧ୍ୟାହ୍ନ ଭୋଜନ କରୁଥିଲା ବେଳେ ତାଙ୍କ ଫୋନ୍ ସ୍ପିକର ଅନ୍ ଥିଲା । ସେହି ସମୟରେ ଡାକ୍ତର ଡାଙ୍ଗେଙ୍କ ପାଖରେ ବସିଥିବା ବେଳେ ସେ ଏହା ଶୁଣିଛନ୍ତି ବୋଲି କହିଛନ୍ତି । ଫୋନରେ ଏହି କଥା କହିଲା ବେଳେ ଡାକ୍ତର ଦେଶପାଣ୍ଡେ କେବଳ ମାରିଦିଅ ବୋଲି କହିନଥିଲେ, ଜାତିକୁ ନେଇ ମଧ୍ୟ ଆକ୍ଷେପ କରିଥିଲେ । ଯାହା ତାଙ୍କୁ ବହୁତ ବାଧିଥିଲା ବୋଲି କହିଛନ୍ତି ମହିଳା ରୋଗୀଙ୍କ ସ୍ୱାମୀ ।
ପୋଲିସ ଡାକ୍ତର ଦେଶପାଣ୍ଡେଙ୍କ ମୋବାଇଲ୍ ଜବତ କରିବା ସହ ତାଙ୍କୁ ନୋଟିସ୍ ଜାରି କରିଛି । ତାଙ୍କ ଷ୍ଟେଟମେଣ୍ଟ ମଧ୍ୟ ପୋଲିସ ରେକର୍ଡ କରିଛି । ଭଆରାଲ୍ ଅଡିଓର ସତ୍ୟତା ନେଇ ଫରେନସିକ ଯାଞ୍ଚ କରାଯିବ । କନିଷ୍ଠ ଡାକ୍ତରଜଣକ ଏବେ ଜିଲ୍ଲା ବାହାରକୁ ଯାଇଛନ୍ତି । ସେ ଫେରିବା ପରେ ତାଙ୍କ ମୋବାଇଲ୍ ମଧ୍ୟ ଯାଞ୍ଚ କରାଯିବ ବୋଲି ପୋଲିସ୍ କହିଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1748616885.jpg)