Advertisment

ଘର ଛାଡ଼ିବାକୁ କହିବାରୁ ମାଲିକଙ୍କୁ ଠେଙ୍ଗାରେ ପିଟି ପିଟି ହତ୍ୟା

ଘର ଛାଡ଼ିବା ପାଇଁ କହିବାରୁ ମାଲିକଙ୍କୁ ପିଟି ପିଟି ହତ୍ୟା କଲା ଭଡ଼ାଟିଆ। ପରେ ଜଙ୍ଗଲରେ ଯାଇ ଲୁଚିଥିବା ବେଳେ ଅଭିଯୁକ୍ତକୁ କାବୁ କରିଛି ପୋଲିସ।

Crimes In Odisha

Crimes In Odisha

Advertisment

ଘର ଛାଡ଼ିବା ପାଇଁ କହିବାରୁ ମାଲିକଙ୍କୁ ପିଟି ପିଟି ହତ୍ୟା । ଯିଏ ଘର ଦେଇ ଆଶ୍ରୟ ଦେଇଥିଲା, ତାକୁ ହିଁ ମର୍ଡର । ଏହି ଅଭିଯୋଗ ଆସିଛି ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ବାଉଁଶପାଳ ଗାଁ ଶଅର ସାହିରେ । ମୃତକ ହେଲେ ରୋହିତ ପ୍ରଧାନ ।

Advertisment

ବର୍ଷେ ଆଗରୁ ଅଭିଯୁକ୍ତ ନିର ଭୁତିଆ ଓ ତାର ସ୍ତ୍ରୀକୁ ଆଶ୍ରୟ ଦେଇଥିଲେ ରୋହିତ । ସେତେବେଳେ କଥା ହୋଇଥିଲା-୪ ମାସ ପାଇଁ ରହିବ ନିର । କିନ୍ତୁ ବର୍ଷେ ବିତି ଯାଇଥିଲେ ମଧ୍ୟ ନିର ଘର ଛାଡ଼ିନଥିଲା । ଗତକାଲି ରୋହିତ ପୁଣି ଥରେ ଘର ଛାଡ଼ିବାକୁ କହିବାରୁ ନିର ତାଙ୍କୁ ଠେଙ୍ଗାରେ ଆକ୍ରମଣ କରିଥିଲା । ଏଥିରେ ରୋହିତଙ୍କ ମୃତ୍ୟୁ ହୋଇଛି । ପୋଲିସ ଅଭିଯୁକ୍ତକୁ ଗିରଫ କରିଛି ।

ଅନ୍ୟପକ୍ଷରେ ନିର ବିରୋଧରେ ସ୍ତ୍ରୀ ପପିନା ସଙ୍ଗିନ ଅଭିଯୋଗ ଆଣିଛନ୍ତି । ତାଙ୍କୁ ପ୍ରେମ ବିବାହ କରି ଆଣିବା ଦିନ ଠାରୁ ସ୍ୱାମୀ ନିର ନିର୍ଯ୍ୟାତନା ଦେଇ ଆସୁଥିଲେ, ତାଙ୍କୁ କଠୋର ଦଣ୍ଡରେ ଦଣ୍ଡିତ କରାଯାଉ ବୋଲି ସ୍ତ୍ରୀ ଅଭିଯୋଗ କରିଛନ୍ତି ।

Advertisment
Crimes In Odisha Murder
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ