Advertisment

ଦୁଷ୍କର୍ମୀଙ୍କ କବଳରୁ ବର୍ତ୍ତିବାକୁ ଛାତରୁ ଡେଇଁଲା ନାବାଳିକା : ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି

ଘଟଣାରେ ସଂପୃକ୍ତ ୫ ଜଣଙ୍କୁ ଅଟକ ରଖି କଳିଙ୍ଗନଗର ପୋଲିସ ଜେରା କରୁଛି ।

Special story

Special story

Advertisment

ଦୁଷ୍କର୍ମୀଙ୍କ କବଳରୁ ବର୍ତ୍ତିବାକୁ ଛାତରୁ ଡେଇଁଲା ନାବାଳିକା । ହେଲେ ଇଜ୍ଜତ୍‌ ବଞ୍ଚାଇବାକୁ ଯାଇ ନାବାଳିକା ଗୁରୁତର ହୋଇ ପଡ଼ିଥିବା ବେଳେ ତାଙ୍କୁ ଟାଟା ମେଡିକାରେ ଭର୍ତ୍ତି କରାଯାଉଛି । ବର୍ତ୍ତମାନ ଏହି ଘଟଣାରେ ସଂପୃକ୍ତ ୫ ଜଣଙ୍କୁ ଅଟକ ରଖି କଳିଙ୍ଗନଗର ପୋଲିସର୍ ଜେରା ଆରମ୍ଭ କରିଛି ।

Advertisment

ଗତକାଲି ଆନନ୍ଦପୁର ଅଞ୍ଚଳର ଜଣେ ନାବାଳିକା ନିଜ ସାନଭାଇ ସହ ଭଉଣୀଘର କାଳିଆପାଣିକୁ ଯିବା ପାଇଁ ଡୁବୁରୀ ଛକରେ ଓହ୍ଲାଇଥିଲେ । ହେଲେ ଡୁବୁରୀରୁ ଚାଲି ଚାଲି ଯିବା ବେଳେ ଝୁମ୍ପାଣରେ କିଛି ପିଲା ସେମାନଙ୍କୁ ଅଟକାଇଥିଲେ । ରାତିରେ ନଯାଇ ପାଖ ସ୍କୁଲ ଘରେ ରହି ସକାଳେ ଯିବାକୁ କହିଥିଲେ ।

ତାଙ୍କ କଥା ମାନି ଭାଇ ଭଉଣୀ ଉକ୍ତ ସ୍କୁଲ ଘର ଛାତରେ ଆଶ୍ରୟ ନେଇଥିଲେ । ଉଭୟେ ଜାଣି ପାଣିନଥିଲେ ନରପିଶାଚଙ୍କ ଷଡ଼ଯନ୍ତ୍ରକୁ । ସ୍କୁଲରେ ଉଭୟେ ଥିବାବେଳେ ବିଳମ୍ବିତ ରାତିରେ ସେଠାରେ ୫ ଜଣ ଯୁବକ ପହଞ୍ଚି ନାବାଳିକାକୁ ଦୁଷ୍କର୍ମ ଉଦ୍ୟମ କରିଥିଲେ ।

Advertisment

ଅନ୍ୟପଟେ ନାବାଳିକାର ସାନଭାଇକୁ ପିଟି ପିଟି ସେଠାରୁ ଘଉଡ଼ାଇ ଦେଇଥିଲେ । ଆଉ ସାନଭାଇକୁ ବିଦା କରିବା ପରେ ନାବାଳିକାକୁ ଦୁଷ୍କର୍ମ ଉଦ୍ୟମ କରିଥିଲେ । ତେବେ ଦୁଷ୍କର୍ମୀଙ୍କ କବଳରୁ ବର୍ତ୍ତିବାକୁ ଛାତରୁ ତଳକୁ ଡେଇଁ ପଡ଼ିଥିଲେ ନାବାଳିକା ଜଣକ । ସେପଟେ ମାଡ଼ ଖାଇ ପଳାଇଥିବା ସାନଭାଇ ପାଖ ଲୋକଙ୍କୁ ଖବର କରିଥିଲା । ଖବର ପାଇ ଲୋକ ପୋଲିସକୁ ଖବର ଦେବା ପରେ ଉଭୟ ଉଦ୍ଧାର ହୋଇଥିଲେ ।

Rape Attempt
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ