Advertisment

ଲକ୍ଷ୍ମୀସାଗରରେ ବିଜେପି ନେତାଙ୍କୁ ଆକ୍ରମଣ ଘଟଣାରେ ଶିଖର ଜେନା ଗିରଫ

ଶିଖରଙ୍କ ନାଁରେ ଆର୍ମସ୍ ଆକ୍ଟ ଓ ୩୦୭ ଧାରାରେ ପୋଲିସ ମାମଲା ରୁଜୁ କରିଛି ।

ଅଦ୍ୟତନ ହୋଇଛି
Sikhar Jena

Sikhar Jena

Advertisment

ଭୁବନେଶ୍ୱର ଲକ୍ଷ୍ମୀସାଗର ଅଞ୍ଚଳରେ ସଂଗଠିତ ନିର୍ବାଚନୀ ଗଣ୍ଡଗୋଳ ମାମଲାର ମୁଖ୍ୟ ଅଭିଯୁକ୍ତକୁ ଗିରଫ କଲା କମିଶନରେଟ୍ ପୋଲିସ । ମୁଖ୍ୟ ଅଭିଯୁକ୍ତ ଶିଖର ଜେନାଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି । ଶିଖରଙ୍କ ନାଁରେ ଆର୍ମସ୍ ଆକ୍ଟ ଓ ୩୦୭ ଧାରାରେ ପୋଲିସ ମାମଲା ରୁଜୁ କରିଛି ।

Advertisment

ଆଜି ଏକ ସ୍ପେଶାଲ ଟିମ୍ ଶିଖର ଜେନା ଘରେ ରେଡ୍ କରି ଗିରଫ କରିଛି । ଲକ୍ଷ୍ମୀସାଗର ୩୨ ନମ୍ବର ୱାର୍ଡ ପୂର୍ବତନ କର୍ପୋରେଟରଙ୍କ ଭାଇ ହେଉଛନ୍ତି ଶିଖର ଜେନା । ଗତ ଶୁକ୍ରବାର ଦିନ ଲକ୍ଷ୍ମୀସାଗର ଅଞ୍ଚଳରେ ହୋଇଥିବା ନିର୍ବାଚନୀ ଗଣ୍ଡଗୋଳରେ ତାଙ୍କର ସଂପୃକ୍ତି ନେଇ ବିଜେପି ଅଭିଯୋଗ ଆଣିଥିଲା । ବିଜେପି କର୍ପୋରେଟର ପ୍ରାର୍ଥୀନୀଙ୍କ ସ୍ୱାମୀ, ଦିଅର ଓ ଭାଇଙ୍କୁ ଥାନା ସମ୍ମୁଖରେ ଶିଖର ଜେନା ସମେତ ଶ୍ରୀଧର ଜେନା ଓ ଦିଲ୍ଲୀପ ଜେନା ଆକ୍ରମଣ କରିଥିବା ଅଭିଯୋଗ ଆଣିଥିଲା ବିଜେପି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ