Advertisment

ନିରକ୍ଷରତା ପାଇଁ ଜାଣିପାରିଲେନି... ଠକାମୀର ଶିକାର ହେଲେ

ଗ୍ରାମପତି ସ୍ୱୟଂ ସହାୟକ ଗୋଷ୍ଠୀ ଦ୍ୱାରା ଏହି ଅଂଚଳରେ ଉଭୟ ଖରିଫ ଓ ରବି ରୁତରେ ଚାଷୀଙ୍କଠାରୁ ଧାନ କ୍ରୟ କରାଯାଉଛି । ଗୋଷ୍ଠୀର ସଦସ୍ୟମାନେ ଅଶିକ୍ଷିତ ହୋଇଥିବାରୁ ସେମାନଙ୍କଠାରୁ ବିଭିନ୍ନ ସମୟରେ ଠକି ଦସ୍ତଖତ ନେଇଯାଇ ଆଖାପାଖର ୫୨ ଲକ୍ଷ ଟଙ୍କା ହଡ଼ପ ଅଭିଯୋଗ ହୋଇଛି।

ଅଦ୍ୟତନ ହୋଇଛି
SHG President Dupes Workers In Subarnapur

SHG

Advertisment

ବାଡ ଯେବେ ଫସଲ ଖାଏ ... ଗୁହାରୀ କରିବ କାହାକୁ ? ନିରକ୍ଷରତା ଯେ କେତେ ବଡ ବିପତ୍ତି ଆଣିପାରେ ତାହା ଯେଉଁମାନେ ପାଠ ପଢିନାହାନ୍ତି ସେମାନେ କହିପାରିବେ । ଆତ୍ମ ନିର୍ଭରଶୀଳ ହେବାପାଇଁ ଗାଁର କିଛି ମହିଳା ମାନେ ଆରମ୍ଭ କରିଥିଲେ ସ୍ୱୟଂ ସହାୟକ ଗୋଷ୍ଠୀ । ଯୋଜନା ଥିଲା ସରକାରୀ ସହାୟତା ନେଇ ବ୍ୟବସାୟ କରିବେ ଏବଂ ଦୁଇପଇସା ଉପାର୍ଜନ କରି ପରିବାର ଚଳାଇବା ସହ ଆତ୍ମ ନିର୍ଭରଶୀଳ ହେବେ । ଯୋଜନା ଅନୁସାରେ ସ୍ୱୟଂ ସହାୟକ ଗୋଷ୍ଠୀ ଗଠନ ହେଲା ଆଉ କାମ ବି ଚାଲିଲା । ହେଲେ ୫ ବର୍ଷ ଧରି ବ୍ୟବସାୟ କଲାପରେ ବି ମିଳିଳାନି ଲାଭ । ଶେଷରେ ଜଣାପଡିଲା ଯେ ସରକାରୀ ଭାବେ ଗୋଷ୍ଠୀକୁ ମିଳିଥିବା ଲକ୍ଷାଧିକ ଟଙ୍କାର କମିସନ ଖାଇଯାଇଛନ୍ତି ନିଜ ଗୋଷ୍ଠୀର ସଭାପତି ।

Advertisment

ବାଲ୍‌ପୁର ଗାଁର ଗ୍ରାମପତି ସ୍ୱୟଂ ସହାୟକ ଗୋଷ୍ଠୀରେ ମୋଟ ୧୧ ଜଣ ସଦସ୍ୟ ରହିଛନ୍ତି । ଗତ ୨୦୧୭ ମସିହାରେ ସରକାରଙ୍କ ଦ୍ୱାରା ଏହି ଅଂଚଳର ଧାନ କ୍ରୟ କରିବାକୁ ସ୍ୱୟଂ ସହାୟକ ଗୋଷ୍ଠୀକୁ ଦାୟିତ୍ୱ ଦିଆଯାଇଥିଲା । ସେହିଦିନ ଠାରୁ ଗ୍ରାମପତି ସ୍ୱୟଂ ସହାୟକ ଗୋଷ୍ଠୀ ଦ୍ୱାରା ଏହି ଅଂଚଳରେ ଉଭୟ ଖରିଫ ଓ ରବୀ ରୁତରେ ଚାଷୀଙ୍କଠାରୁ ଧାନ କ୍ରୟ କରାଯାଉଛି । ଗୋଷ୍ଠୀର ସଦସ୍ୟମାନେ ଅଶିକ୍ଷିତ ହୋଇଥିବାରୁ ସେମାନଙ୍କଠାରୁ ବିଭିନ୍ନ ସମୟରେ ଠକି ଦସ୍ତଖତ ନେଇଯାଇ ଆଖପାଖର ୫୨ ଲକ୍ଷ ଟଙ୍କା ହଡପ ଆଭିଯୋଗ ହୋଇଛି। ଏଥିରେ ଗୋଷ୍ଠୀର ସଭାପତି  ଓ ତାଙ୍କ ସ୍ୱାମୀ ସଂପୃକ୍ତ ଥିବା ଅଭିଯୋଗ ହୋଇଛି।

ଏବେ ଏହି ଘଟଣା ସମ୍ପର୍କରେ ଗୋଷ୍ଠୀର ସଦସ୍ୟମାନେ ବ୍ୟାଙ୍କକୁ ଯାଇ ଜାଣିବା ପରେ ନ୍ୟାୟ ପାଇଁ ଜିଲ୍ଲା ପ୍ରଶାସନ ଓ ଯୋଗାଣ ବିଭାଗ ପାଖରେ ଫେରାଦ ହୋଇଛନ୍ତି । ଏବେ ସେମାନଙ୍କୁ ନ୍ୟାୟ ଦେବା ସହ ସେମାନଙ୍କର ପ୍ରାପ୍ୟ ଫେରାଇ ଦେବାକୁ ସେମାନେ ଦାବି କରିଛନ୍ତି । ଅପରପକ୍ଷରେ ଏନେଇ ଜିଲ୍ଲାପାଳଙ୍କ ପାଖରେ ଅଭିଯୋଗ ହେବାପରେ ଏକ କମିଟି ଗଠନ କରାଯାଇ ତଦନ୍ତ ଆରମ୍ଭ କରାଯାଇଥିବା ଜିଲ୍ଲା ଯୋଗାଣ ଅଧିକାରୀ ସୂଚନା ଦେଇଛନ୍ତି । 

Advertisment

ଦୁଇ ପଇସା ପାଇବା ଆଶାରେ ମୁଣ୍ଡ  ଝାଳ ତୁଣ୍ଡରେ ମାରି ମହିଳାମାନେ କାମ କରିଥିଲେ । ହେଲେ ସେମାନଙ୍କ ନିରକ୍ଷରତାର ସୁଯୋଗ ନେଇ ସବୁ ତକ ଲାଭ ଟଙ୍କା ହଡ଼ପ ହୋଇଛି। ତେଣୁ  ସେମାନଙ୍କୁ ଉପଯୁକ୍ତ ନ୍ୟାୟ ଦେବାକୁ ଦାବି ହେଉଛି।

(ସୁବର୍ଣ୍ଣପୁରରୁ ରବିନ୍ଦ୍ର ହୋତାଙ୍କ ରିପୋର୍ଟ)

Special Story SHG Group
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ