Advertisment

Crime Story: ତିନି ପ୍ରେମିକ ସହ ସଂପର୍କ ଯୋଡ଼ିଲା...ତା’ପରେ ପ୍ରଥମ ପ୍ରେମିକକୁ ପୁଅ ସାମ୍ନାରେ କଲା ହତ୍ୟା

ରାଜସ୍ଥାନର ଅଲୱାର ଜିଲ୍ଲାର ଖେରଲି ଅଞ୍ଚଳରେ ଇନ୍ଦ୍ରମୋହନଙ୍କ ରହସ୍ୟପୂର୍ଣ୍ଣ ହତ୍ୟାକାଣ୍ଡ ପୁଲିସର ହୋସ୍ ଉଡ଼ାଇ ଦେଇଥିଲା। ପୁଲିସ ହତ୍ୟାକାଣ୍ଡର ମୂଳରେ ପହଞ୍ଚିବା ପ୍ରାଥମିକ ଭାବେ କଷ୍ଟକର ଥିଲା। କିନ୍ତୁ ଇନ୍ଦ୍ରମୋହନଙ୍କ ପୁଅ ଯେତେବେଳେ ସାମନାକୁ ଆସିଲା, ସେତେବେଳେ ରହସ୍ୟ ଉପରୁ ପରଦା ହଟିଥିଲା।

ଅଦ୍ୟତନ ହୋଇଛି
ଭୟଙ୍କର ପ୍ରେମ କାହାଣୀ

ଭୟଙ୍କର ପ୍ରେମ କାହାଣୀ

Advertisment

ଆଉ ଜଣେ ସୋନମ ଓ ରାଜା ରଘୁବଂଶୀ। ଜଣେ ମହିଳା ନିଜ ଜୀବନରେ ତିନି ଜଣ ପୁରୁଷଙ୍କ ସହିତ ପାପ ସମ୍ପର୍କ ଯୋଡ଼ିଲେ। ପାପ ସମ୍ପର୍କରେ ଅନ୍ଧ ମହିଳା ଜଣକ ନିଜ ପୁଅ ସାମନାରେ ପ୍ରଥମ ସ୍ବାମୀଙ୍କୁ ପ୍ରେମିକ ମାଧ୍ୟମରେ ଗଳା କାଟି ହତ୍ୟା କରିବା ଘଟଣା ଶୁଣିଲେ ଦେହରେ ଶୀହରଣ ଖେଳିଯିବ। ଧୋକାବାଜ୍ ପତ୍ନୀ ରାଜସ୍ଥାନରେ ଏମିତି କାଣ୍ଡ ଘଟାଇଛନ୍ତି। ଏ କାହାଣୀ ହେଉଛି ଅନିତା ଓ ଇନ୍ଦ୍ରମୋହନଙ୍କର।

Advertisment

ଏଇଠୁ ବଦଳିଗଲା ଗୋଟିଏ ଝିଅର କାହାଣୀ

ଏଇ କାହାଣୀଟି ୨୦୧୦ ମସିହାରେ ଆରମ୍ଭ ହୁଏ। ଅନିତା ରାଜଙ୍କ ବାହାଘର ଭୁସାୱର ଥାନା ଅଞ୍ଚଳର ଜଣେ ଶିକ୍ଷିତ ଯୁବକ ଇନ୍ଦ୍ରମୋହନ ଜାଟଭଙ୍କ ସହିତ ହେଲା। ହିନ୍ଦୁ ରୀତିନୀତି ଅନୁସାରେ ବିବାହ କରିଥିଲେ। ବିବାହ ପରେ କିଛି ବର୍ଷ ପର୍ଯ୍ୟନ୍ତ ସବୁକିଛି ଠିକଠାକ୍ ଥିଲା। ଅନିତାଙ୍କର ଏକ ପୁଅ ଜନ୍ମ ହୋଇଥିଲା। ହସଖୁସିରେ ସଂସାର ଚାଲିଥିଲା। ଇନ୍ଦ୍ରମୋହନ ଅଲୱାରର ଖେରଲି ରେଳବାଇ ଅଞ୍ଚଳରେ ଏକ ନୂଆ ଘର ତିଆରି କରିଥିଲେ। ସେଠାରେ ପୁରା ପରିବାର ରହିଥିଲେ। ଏହି ଘରକୁ ଆସିବା ପରେ କାହାଣୀ ଏକ ନୂଆ ମୋଡ଼ ନିଏ। ଅନିତାର ଓ ତାଙ୍କ ଶାଶୁ ଘର ଲୋକଙ୍କ ମଝିରେ ମନାନ୍ତର ବଢ଼ିଥିଲା। ଘରୋଇ କଳି ଏତେ ମାତ୍ରାରେ ବଢ଼ିଲା ଯେ ଅନିତା ତାଙ୍କ ସ୍ୱାମୀ, ଶାଶୁ ଏବଂ ଶ୍ୱଶୁରଙ୍କ ବିରୋଧରେ ନିର୍ଯାତନାର ଅଭିଯୋଗ ଆଣିଲେ। ତଥାପି ଇନ୍ଦ୍ରମୋହନ ତାଙ୍କ ପତ୍ନୀଙ୍କୁ ଛାଡ଼ିପାରିନଥିଲେ।

ପତି, ପତ୍ନୀ ଏବଂ ସିଏ…

ଅନିତା ଓ ଇନ୍ଦ୍ରମୋହନଙ୍କ ବୈବାହିକ ଜୀବନର ସମ୍ପର୍କ ଏକ ସାଧାରଣ ପରିବାରର ଦମ୍ପତ୍ତିଙ୍କ ଭଳି ଥିଲା। କିନ୍ତୁ ସମୟ ଏହି ସମ୍ପର୍କକୁ ଏମିତି ଏକ ମୋଡ଼ରେ ଛିଡ଼ା କରିଦେଲା ଯେ ଏହି ସମ୍ପର୍କ ରକ୍ତପାତର ରୂପ ନେଲା। ଅନିତାଙ୍କର ଶାଶୁଘର ଲୋକଙ୍କ ସହିତ ବିବାଦ ପରେ ଇନ୍ଦ୍ରମୋହନ ପତ୍ନୀ ଓ ପୁଅକୁ ଖେରଲି ବାଇପାସରେ ଏକ ଭଡ଼ା ଘରେ ରଖିଥିଲେ। ଇନ୍ଦ୍ରମୋହନ ଘର ଲୋକଙ୍କଠାରୁ ଅଲଗା ହୋଇ ରହିଥିଲେ। ସେ ଫଳ ବିକ୍ରି କରି ପରିବାର ଚଳାଇଥିଲେ। ଇନ୍ଦ୍ରମୋହନ ଛୋଟ ପରିବାରକୁ ନେଇ ସୁଖର ସଂସାର ଆଗକୁ ବଢ଼ାଇବାକୁ ଚାହୁଁଥିଲେ। କିନ୍ତୁ ଅନିତାଙ୍କ ମନରେ ଅନ୍ୟ କିଛି ଥିଲା। ନିଜ ଜୀବନକୁ ଭିନ୍ନ ରାସ୍ତା ନେବାକୁ ଯୋଜନାରେ ଥିଲେ। ଅନିତାଙ୍କର ବୀରୁ ଜାଟଭ ନାମକ ଜଣେ ବ୍ୟକ୍ତିଙ୍କ ସହିତ ଭେଟ ହୁଏ। ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢ଼ିଉଠେ। ଏହି ପ୍ରେମ ସମ୍ପର୍କ କିଛି ଦିନ ଭିତରେ ଏତେ ନିବିଡ଼ ହୋଇଗଲା ଯେ ଅନିତା ତାଙ୍କ ସ୍ୱାମୀ ଇନ୍ଦ୍ରମୋହନଙ୍କ ସହିତ ଆଉ ଆଗ ଭଳି ସମ୍ପର୍କ ରଖିବାକୁ ଚାହିଁନଥିଲେ। ଦମ୍ପତ୍ତିଙ୍କ ଭିତରେ ସ୍ନେହ, ପ୍ରେମର ସମ୍ପର୍କର ଫାଟ ବଢ଼ିବାକୁ ଲାଗିଲା।

Advertisment

ଅନିତାଙ୍କ ତୃତୀୟ ପ୍ରେମ

ଇନ୍ଦ୍ରମୋହନଙ୍କ ପରେ ଅନିତା ବୀରୁଙ୍କ ସହିତ ରହିବା ଆରମ୍ଭ କଲେ। ବୀରୁଙ୍କ ପରେ ଅନିତାଙ୍କ ଜୀବନକୁ ଆସିଥିଲେ କାଶୀ। ଅନିତାଙ୍କ ଜୀବନରେ ଏମିତି ଗୋଟିଏ ଦିନ ଆସିଲା ଯେଉଁଦିନ ସେ ଇନ୍ଦ୍ରମୋହନଙ୍କୁ ସମ୍ପୂର୍ଣ୍ଣ ଭାବରେ ଛାଡିଦେଲେ। ବୀରୁ ଜାଟଭଙ୍କ ସହିତ ଲିଭ୍-ଇନରେ ରହିବା ଆରମ୍ଭ କଲେ। ଏହି ସମ୍ପର୍କରୁ ଏକ ପୁଅ ବିଶାଲ ଜନ୍ମ ନେଇଥିଲା। କିନ୍ତୁ ଏହି ପାପ ସମ୍ପର୍କର କାହାଣୀ ଏଠାରେ ଅଟକିଯାଇନଥିଲା। ଅନିତା ବୀରୁଙ୍କୁ ପଛରେ ପକାଇ ତୃତୀୟ ବ୍ୟକ୍ତିଙ୍କ ସହିତ ସମ୍ପର୍କ ରଖିବା ଆରମ୍ଭ କରିଥିଲେ। ଏହି ତୃତୀୟ ସମ୍ପର୍କରେ ତାଙ୍କର ଆଉ ଏକ ପୁଅ ଜନ୍ମ ହେଲା। ତିନି ଜଣ ପୁରୁଷ, ଦୁଇଟି ଭିନ୍ନ ପାପ ସମ୍ପର୍କରୁ ସନ୍ତାନ ଅନିତାଙ୍କ ଜୀବନରେ ଯୋଡ଼ି ହୋଇଯାଇଥିଲା। ଅନିତାଙ୍କ ବୈବାହିକ ଜୀବନରେ ଏହି ପାପ ସମ୍ପର୍କ ଗୋଟିଏ ପରେ ଗୋଟିଏ ଯୋଡ଼ିହେବା ପରେ ଆଉ ଏକ ନୂଆ କାହାଣୀ ଲେଖିଲେ ଅନିତା। ନିଜ ପ୍ରଥମ ସ୍ବାମୀ ଇନ୍ଦ୍ରମୋହନଙ୍କୁ ହତ୍ୟା କରିବାର ବଡ଼ ଷଡ଼ଯନ୍ତ୍ର ରଚିଥିଲେ ଅନିତା। ଶେଷରେ ହତ୍ୟା ହିଁ ହେଲା।

ପୁଅ ମୁହଁରେ ମା’ର କଳା କାରନାମା

ରାଜସ୍ଥାନର ଅଲୱାର ଜିଲ୍ଲାର ଖେରଲି ଅଞ୍ଚଳରେ ଇନ୍ଦ୍ରମୋହନଙ୍କ ରହସ୍ୟପୂର୍ଣ୍ଣ ହତ୍ୟାକାଣ୍ଡ ପୁଲିସର ହୋସ୍ ଉଡ଼ାଇ ଦେଇଥିଲା। ପୁଲିସ ହତ୍ୟାକାଣ୍ଡର ମୂଳରେ ପହଞ୍ଚିବା ପ୍ରାଥମିକ ଭାବେ କଷ୍ଟକର ଥିଲା। କିନ୍ତୁ ଇନ୍ଦ୍ରମୋହନଙ୍କ ପୁଅ ଯେତେବେଳେ ସାମନାକୁ ଆସିଲା, ସେତେବେଳେ ରହସ୍ୟ ଉପରୁ ପରଦା ହଟିଥିଲା। ଏହି ହତ୍ୟାକାଣ୍ଡର ଏକମାତ୍ର ମୁକସାକ୍ଷୀ ଥିଲା। ପୁଅ ସାମନାରେ ବାପାଙ୍କୁ ବିଭତ୍ସ ଭାବେ ହତ୍ୟା କରାଯାଇଥିଲା। ଜୁନ୍ ୭ ତାରିଖ ରାତିରେ ଇନ୍ଦ୍ରମୋହନଙ୍କୁ ହତ୍ୟା କରାଯାଇଥିଲା, ସେହି ରାତିରେ ଅନିତା ଜାଣିଶୁଣି ଘରର ମୁଖ୍ୟ କବାଟ ଖୋଲା ରଖିଥିଲେ। ବିଳମ୍ବିତ ରାତିରେ ଚାରି ଜଣ ଦୁର୍ବୃତ୍ତ ଘରେ ପଶିଥିଲେ। ଇନ୍ଦ୍ରମୋହନ ଶୋଇଥିବା ସମୟରେ ତାଙ୍କ ଗଳାକାଟି ହତ୍ୟା କରାଯାଇଥିଲା।

Advertisment

ରକ୍ତରେ ଲେଖାହେଲା ଏହି କାହାଣୀ

ଅନିତା ପାପ ସମ୍ପର୍କରେ ଏମିତି ଅନ୍ଧ ହୋଇଯାଇଥିଲା ଯେ ନିଜ ପୁଅ ମୁହଁକୁ ବି ଚାହିଁନଥିଲଶ। ଇନ୍ଦ୍ରମୋହନକୁ ସବୁଦିନ ପାଇଁ ରାସ୍ତାରୁ ହଟାଇ ଦେଇଥିଲା। ଇନ୍ଦ୍ରମୋହନଙ୍କ ପୁଅ ଚାରି ଜଣଙ୍କ ମଧ୍ୟରୁ ଜଣକୁ ଚିହ୍ନିପାରିଥିଲା। ସେ ଥିଲା କାଶୀରାମ ପ୍ରଜାପତ। କାଶୀ ଥିଲା ଅନିତାର ପ୍ରେମିକ। କାଶୀ କେବଳ ଅନିତାର ପ୍ରେମିକ ନଥିଲା ବରଂ ସେ ଥିଲା ଏହି ହତ୍ୟା ଷଡ଼ଯନ୍ତ୍ରର ପ୍ରମୁଖ କାର୍ପଟଦାର୍। ପୁଲିସ ଅନିତା ସମେତ କାଶୀ ଏବଂ ଅନ୍ୟ ଜଣେ ସହଯୋଗୀ ବ୍ରିଜେଶ ଜାଟଭଙ୍କୁ ଗିରଫ କଲା। ମାତ୍ର ୯ ବର୍ଷ ବୟସରେ ଜଣେ ନାବାଳକ ନ୍ୟାୟିକ ଲଢ଼େଇରେ ଅଣ୍ଟା ଭିଡ଼ିବା ଓ ୩ ଜଣଙ୍କୁ କାଠଗଡ଼ାକୁ ଟାଣିବା ଘଟଣା ଥିଲା ଆଶ୍ଚର୍ଯ୍ୟଜନକ।

Murder Man Killed By Wife Love Triangle
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ