sexual harassment allegations case against homeguard
ହୋମଗାର୍ଡ ରାଜକୁମାର ପ୍ରଧାନଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ ମାମଲାକୁ ନେଇ ଚର୍ଚ୍ଚାରେ ସୋନପୁର ପୋଲିସ। କାର୍ଯ୍ୟରତ ଜଣେ ମହିଳା ASIଙ୍କ ଅଭିଯୋଗ ସତ୍ତ୍ୱେ ପୋଲିସ ମୁଖିଆଙ୍କ ନୀରବତାକୁ ନେଇ ପ୍ରଶ୍ନ ଉଠୁଛି।
ସଂପୃକ୍ତ ମହିଳା ASIଙ୍କ ଅଭିଯୋଗ, ଗତ ଅଗଷ୍ଟରେ ନିଜ ଛୁଟିକୁ ନିୟମିତ କରିବା ପାଇଁ ସୋନପୁର ହେଡକ୍ୱାର୍ଟର୍ସର ହୋମଗାର୍ଡ ରାଜକୁମାର ପ୍ରଧାନଙ୍କୁ ଯୋଗାଯୋଗ କରିିଥିଲେ। କିନ୍ତୁ ଶାରୀରିକ ସଂପର୍କ ରଖିଲେ ହିଁ କରେଇଦେବେ ବୋଲି ସେ କହିଥିଲେ। ତେବେ ହୋମଗାର୍ଡ ରାଜକୁମାର ପ୍ରଧାନ ସୋନପୁର ଏସ୍ପିଙ୍କ ଅତି ଅନ୍ତରଙ୍ଗ ଥିବାରୁ ବଦଳ ନେଇ ମହିଳା ASI ତାଙ୍କ ସହିତ କଥାବାର୍ତ୍ତା କରିିିଥିଲେ ବୋଲି କହିଛନ୍ତି।
ଏ ସଂପର୍କରେ ସୋନପୁର ଏସ୍ପିଙ୍କୁ ମହିଳା ଏଏସ୍ଆଇ ଜଣକ ଲିଖିତ ଅଭିଯୋଗ କରିଥିଲେ। କିନ୍ତୁ କୌଣସି କାର୍ଯ୍ୟାନୁଷ୍ଠାନ ନହେବାରୁ ଉତ୍ତରାଞ୍ଚଳ ଆଇଜିଙ୍କ ନିକଟରେ ଅଭିଯୋଗ ଦାଖଲ କରିଛନ୍ତି। ଯାହାର ତଦନ୍ତ ଜାରି ରହିଛି।
କିନ୍ତୁ, ଅଭିଯୋଗ ପରେ ମହିଳା ASIଙ୍କ ଉପରେ ରାଗ ରଖି, ଏହାର ଦୁଇ ଦିନ ପରେ ଗଂଜେଇ ମାମଲାରେ ଫସେଇବାକୁ ହୋମଗାର୍ଡ ଓ ଅନ୍ୟ ବରିଷ୍ଠ ପୋଲିସ ଅଧିକାରୀ ଉଦ୍ୟମ କରିଥିବା ମହିଳା ASI ଜଣକ ଅଭିଯୋଗ କରିଛନ୍ତି। ତାଙ୍କ ସ୍କୁଟିରୁ ଗଂଜେଇ ଜବତ କରିଥିବା ଦର୍ଶାଇ ତାଙ୍କୁ ଫସାଇବାକୁ ଉଦ୍ୟମ କରୁଥିବା ମହିଳା ASI ଅଭିଯୋଗ କରିଛନ୍ତି।
ଘଟଣା ସଂପର୍କରେ ଆଡିସନାଲ ଏସ୍ପି ପାହ୍ୟାର ଅଧିକାରୀ ନାରାୟଣ ନାଏକ ତଦନ୍ତ କରୁଛନ୍ତି। ଖବର ଲେଖାଯିବା ସୁଦ୍ଧା ଏନେଇ ହୋମଗାର୍ଡ ରାଜକୁମାର ପଧାନଙ୍କ ପ୍ରତିକ୍ରିୟା ମିଳିନାହିଁ। ସେହିପରି ସୋନପୁର ଏସ୍ପି ମଧ୍ୟ କୌଣସି ପ୍ରତିକ୍ରିୟା ଦେବାକୁ ମନା କରିଦେଇଛନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/s_1696414169.jpg)