ଅର୍ଚ୍ଚନାଙ୍କ ସ୍ୱାମୀ ଜଗବନ୍ଧୁଙ୍କୁ ମିଳିଲା ଜାମିନ । ବହୁ ଚର୍ଚ୍ଚିତ ଅର୍ଚ୍ଚନା ନାଗ ମାମଲାରେ ଜଗବନ୍ଧୁଙ୍କୁ ଜାମିନ ମିଳିଛି । ଖଣ୍ଡଗିରି ଥାନାରେ ହୋଇଥିବା ଶ୍ରଦ୍ଧାଞ୍ଜଳି ମାମଲାରେ ତାଙ୍କୁ ହାଇକୋର୍ଟରୁ ବେଲ୍ ମିଳିଛି । ହେଲେ ଏବେ ଜେଲରୁ ବାହାରି ପାରିବେନି ଜଗବନ୍ଧୁ । ତାଙ୍କ ବିରୋଧରେ ଥିବା ୩ଟି ମାମଲାରୁ ମାତ୍ର ଗୋଟିଏରେ ସର୍ତ୍ତମୂଳକ ଜାମିନ ମିଳିଛି । ଜଗବନ୍ଧୁଙ୍କ ନାଁରେ ନୟାପଲ୍ଲୀ ଥାନା ମାମଲା ଓ ଇଡି ମାମଲା ମଧ୍ୟ ରହିଛି ।
ଅର୍ଚ୍ଚନା ନାଗ ମାମଲାରେ ଶ୍ରଦ୍ଧାଞ୍ଜଳି ନାମ୍ନୀ ଯୁବତୀ ସମ୍ପୃକ୍ତ ଥିବା ଅଭିଯୋଗ ହେବା ପରେ ଶ୍ରଦ୍ଧାଞ୍ଜଳି କିନ୍ତୁ ନିଜକୁ ପୀଡ଼ିତା ଦର୍ଶାଇ ଖଣ୍ଡଗିରି ଥାନା ଦ୍ୱାରସ୍ଥ ହୋଇଥିଲେ। ଏପରିକି ସେ ଅର୍ଚ୍ଚନା, ଜଗବନ୍ଧୁ ଓ ସହଯୋଗୀ ଖଗେଶ୍ୱରଙ୍କ ନାଁରେ ଲିଖିତ ମାମଲା ରୁଜୁ କରିଥିଲେ। ଏହାବାଦ ଜଗବନ୍ଧୁଙ୍କ ନାଁରେ ନୟାପଲ୍ଲୀ ଥାନାରେ ଏକ ମାମଲା ଓ ଇଡିରେ ଏକ ମାମଲା ଅଛି।
Also Read
ଏହି ୩ ଅଭିଯୋଗରେ ଗିରଫ ହୋଇଥିବା ଜଗବନ୍ଧୁ ଏବେ ଝାଡ଼ପଡ଼ା ଜେଲ୍ରେ ଅଛନ୍ତି। ସେଥିମଧ୍ୟରୁ କେବଳ ଶ୍ରଦ୍ଧାଞ୍ଜଳି ମାମଲାରେ ଜଗବନ୍ଧୁଙ୍କୁ ଜାମିନ ମିଳିଛି । ମାତ୍ର ଅନ୍ୟ ୨ ମାମଲାରେ ତାଙ୍କୁ ଜାମିନ ମିଳି ନ ଥିବାରୁ ସେ ଏବେ ବି ଜେଲ୍ରେ ରହିବେ ବୋଲି ଜଣାଯାଇଛି।
ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ ବଡ଼ବଡ଼ିଆଙ୍କୁ ହନିଟ୍ରାପରେ ଫସାଇ କୋଟି କୋଟି ଟଙ୍କା ସମ୍ପତ୍ତିର ମାଲିକ ହୋଇଥିବା ଅଭିଯୋଗ ହେବା ପରେ ସମଗ୍ର ରାଜ୍ୟରେ ଏହା ଚହଲ ସୃଷ୍ଟି କରିଥିଲା। ଏହି ମାମଲାରେ ଅର୍ଚ୍ଚନାଙ୍କ ସମେତ ତାଙ୍କ ସ୍ୱାମୀ ଜଗବନ୍ଧୁ ଚାନ୍ଦ ତଥା ସହଯୋଗୀ ଖଗେଶ୍ୱର ବନ୍ଧା ହୋଇ ଏବେ ଝାରପଡ଼ା ଜେଲ୍ରେ ଅଛନ୍ତି। ନିଜ ସମ୍ପତ୍ତିର ହିସାବ ଦେଇ ନ ପାରିବାରୁ ଅର୍ଚ୍ଚନା, ଜଗବନ୍ଧୁଙ୍କ ଆଲିସାନ ବଙ୍ଗଳା ସମେତ ଖଗେଶ୍ୱରଙ୍କ କୋଠାକୁ ବି ଜବତ କରିଛି ଇଡି।