Sex Racket Busted In Udaypur Sea Beach Of Balasore
ସମୁଦ୍ରକୂଳରେ ଚାଲିଛି ଦେହ ବ୍ୟବସାୟ ! ତା’ବି ପୁଣି ଖୁଲମଖୁଲ୍ଲା। ବେଳାଭୂମିରେ ଦେହଜୀବୀଙ୍କ ଦଲାଲମାନେ ଛୋଟ ଛୋଟ କୁଡ଼ିଆ ଘର କରି ଦେହ ବ୍ୟବସାୟ ଚଳାଇଛନ୍ତି। ଖାଲି ଏତିକି ନୁହେଁ ଗ୍ରାହକଙ୍କଠାରୁ ୫ ଶହରୁ ୫ ହଜାର ଟଙ୍କା ପର୍ଯ୍ୟନ୍ତ ମୁଲଚାଲ ମଧ୍ୟ କରାଯାଉଛି। ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ୍ ଅନ୍ତର୍ଗତ ଉଦୟପୁର ବେଳାଭୂମିରେ ଏଭଳି ଭାବେ ଖୁଲମଖୁଲ୍ଲା ଦେହ ବ୍ୟବସାୟ ଚାଲିଥିବା ଅଭିଯୋଗ ହୋଇଛି।
ସୂଚନା ଅନୁସାରେ, ଉଦୟପୁର ବେଳାଭୂମିକୁ ଦୈନିକ ହଜାର ହଜାର ବଙ୍ଗୀୟ ପର୍ଯ୍ୟଟକ ଆସିଥାନ୍ତି। ଯାହାର ଫାଇଦା ଉଠାଉଛନ୍ତି ଦଲାଲ। ବେଳାଭୂମିରେ ବଙ୍ଗୀୟ ଦେହଜୀବୀଙ୍କ ଦଲାଲ ଛୋଟ ଛୋଟ କୁଡ଼ିଆ ଘର କରିବା ସହ ଦେହ ବ୍ୟବସାୟ କରୁଥିବା ଜଣାପଡିଛି। ଗ୍ରାହକଙ୍କଠାରୁ ୫ ଶହରୁ ୫ ହଜାର ପର୍ଯ୍ୟନ୍ତ ଟଙ୍କା ମୁଲଚାଲ କରାଯାଉଛି।
ଏପରିକି ପର୍ଯ୍ୟଟକଙ୍କୁ ଦେହଜୀବୀଙ୍କ ଦଲାଲ ଓ ଦେହଜୀବୀମାନେ ଭିଡ଼ି ନେଇ ଟଙ୍କା ଓ ଅଳଙ୍କାର ଛଡାଇ ନେଉଥିବା ବି ଅଭିଯୋଗ ହୋଇଛି। ଏନେଇ ଅଭିଯୋଗ ପରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ହେବ ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି l
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/s_1688527015.jpg)