Advertisment

ଢେଙ୍କାନାଳରେ ବଢୁଛି ସେକ୍ସ ରାକେଟ୍‌ : କଲିକତା ଯାଏଁ ଲମ୍ବିଛି ଚେର

ସେକ୍ସ ରାକେଟ୍‌ ଚାଲୁଥିବା ବେଳେ ଜଣେ କଲିକତାର ଯୁବତୀଙ୍କ ସହ ଆଠଗଡ ଅଞ୍ଚଳର କିଙ୍ଗପିନ ମହିଳାଙ୍କୁ ଧରିବା ସହ ଚାରିଜଣ ଗ୍ରାହକଙ୍କୁ ମାଡି ବସିଥିଲା ପୋଲିସ । ସେମାନଙ୍କଠାରୁ କିଛି ନଗଦ ଟଙ୍କା ସହିତ ଆପତ୍ତିଜନକ ସାମଗ୍ରୀ ଓ ଦୁଇଟି ବାଇକ ମଧ୍ୟ ଜବତ ହୋଇଛି

ଅଦ୍ୟତନ ହୋଇଛି
undefined

Sex racket

Advertisment

ଢେଙ୍କାନାଳରେ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି ଦେହ ବ୍ୟବସାୟ । ଢେଙ୍କାନାଳରୁ କଲିକତା ଯାଏଁ ଲମ୍ବିଛି ଏହି ସେକ୍ସ କାରବାରର ଚେର । ପୁଲିସ ଆଖିରେ ଧୂଳିଦେଇ ସହର ଭିତରେ ଆଉ ଜାତୀୟ ରାଜପଥ କଡରେ ଖୁଲମଖୁଲା ଚାଲିଛି ସେକ୍ସ ରାକେଟ । ଆଉ ଏହି ଦେହ ବ୍ୟବସାୟର ମାଷ୍ଟରମାଇଣ୍ଡ ସାଜିଛନ୍ତି ଢେଙ୍କାନାଳ ଓ ଆଠଗଡ ଅଞ୍ଚଳର କିଛି ପୁରୁଷ ଓ ମହିଳା । ସହରର ଆଖପାଖ ଅଞ୍ଚଳ, ବାଲେଶ୍ଵର ଏପରିକି କଲିକତା ହାଇଦ୍ରାବାଦ ଅଞ୍ଚଳରୁ କିଛି ଦେହଜୀବୀଙ୍କୁ ନେଇ ବେଧଡକ ଚାଲିଛି ଏହି ସେକ୍ସ ରାକେଟ । ଆଉ ଅଭିଯୋଗ ପାଇବା ପରେ ରେଡ କରୁଛି ପୋଲିସ । ଫଳରେ ଶାନ୍ତିର ସହର ଢେଙ୍କାନାଳ ଏବେ ଦିନକୁ ଦିନ ଅଶାନ୍ତ ହୋଇ ପଡିଥିବା ଅଭିଯୋଗ କରିଛନ୍ତି ବୁଦ୍ଧିଜୀବୀ । 

Advertisment

ସେକ୍ସ ରାକେଟ୍‌ ଚାଲୁଥିବା ବେଳେ ଜଣେ କଲିକତାର ଯୁବତୀଙ୍କ ସହ ଆଠଗଡ ଅଞ୍ଚଳର କିଙ୍ଗପିନ ମହିଳାଙ୍କୁ ଧରିବା ସହ ଚାରିଜଣ ଗ୍ରାହକଙ୍କୁ ମାଡି ବସିଥିଲା ପୋଲିସ । ସେମାନଙ୍କଠାରୁ କିଛି ନଗଦ ଟଙ୍କା ସହିତ ଆପତ୍ତିଜନକ ସାମଗ୍ରୀ ଓ ଦୁଇଟି ବାଇକ ମଧ୍ୟ ଜବତ ହୋଇଛି । ଏପଟେ ଗତ ମାସ ଆଠ ତାରିଖରେ ମଧ୍ୟ ଟାଉନଥାନା କାଲଟାକ୍ସ ଅଞ୍ଚଳରୁ ଧରା ହୋଇଥିଲା ଆଉ ଏକ ସେକ୍ସ ରାକେଟ । ଯେଉଁଥିରେ ବାଲେଶ୍ୱରର ଦୁଇଜଣ ଦେହଜୀବୀଙ୍କ ସହ ସେକ୍ସ କାରବାର ଚଳାଇଥିବା ମାଷ୍ଟରମାଇଣ୍ଡ ଜଣେ ବ୍ୟକ୍ତିକୁ ଗିରଫ କରିଥିଲା ଟାଉନଥାନା ପୋଲିସ ।

ଘଟଣାକୁ ମାସେ ବିତିନଥିବା ବେଳେ ପୁଣି ଆନନ୍ଦନଗର ଅଞ୍ଚଳରେ ଆଉ ଏକ ସେକ୍ସ ରାକେଟ ଧରାପଡିଛି । ଯାହାକୁ ନେଇ ପୋଲିସର ପାରିବାପଣିଆ ଉପରେ ପ୍ରଶ୍ନ ଉଠାଇଛନ୍ତି ବୁଦ୍ଧିଜୀବୀ ଓ ସହରବାସୀ । ଏପଟେ ଏସ୍‌ପି ଜ୍ଞାନରଞ୍ଜନ ମହାପାତ୍ର କହିଛନ୍ତି, ସହରକୁ ଅପରାଧ ମୁକ୍ତ କରିବାକୁ ଜିରୋ ଟଲରାନ୍ସ ଆଧାରରେ ସେକ୍ସ କାରବାରରେ ଲିପ୍ତ ବ୍ୟକ୍ତିଙ୍କ ବିରୋଧରେ ନିଆଯାଉଛି କଡାକାର୍ଯ୍ୟାନୁଷ୍ଠାନ। ଆଗକୁ ଏଭଳି ଚଢାଉ ଆହୁରି ଜୋରଦାର କରାଯିବ। ତେବେ ପ୍ରତିଶ୍ରୁତି କେତେ ପାଳନ ହେଉଛି ତାହା ସମୟ କହିବ ।

Advertisment
Sex Racket
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ