Advertisment

ସୁରତରୁ ଲୁଟ୍‌ କରି ଓଡ଼ିଶା ଫେରୁଥିଲେ, ଟ୍ରେନ୍‌ରେ ଧରାପଡ଼ିଲେ

ସୁରତରୁ ଲୁଟ୍‌ କରି ଓଡ଼ିଶା ଫେରୁଥିବା ବେଳେ ଟ୍ରେନ୍‌ ଭିତରେ ଧରାପଡ଼ିଲେ ୭ ଲୁଟେରା। ଟ୍ରେନ୍‌ ଭିତରୁ ଲୁଟେରାଙ୍କୁ ରେଲ୍‌ୱେ ପୋଲିସ୍‌ ଧରିଛି।

ଅଦ୍ୟତନ ହୋଇଛି
ସୁରତରୁ ଲୁଟ୍‌ କରି ଓଡ଼ିଶା ଫେରୁଥିଲେ, ଟ୍ରେନ୍‌ରେ ଧରାପଡ଼ିଲେ

Youths Arrested For Looting

Advertisment

ସୁରତ: ସୁରତରୁ ଲୁଟ୍‌ କରି ଓଡ଼ିଶା ଫେରୁଥିବା ବେଳେ ଟ୍ରେନ୍‌ ଭିତରେ ଧରାପଡ଼ିଲେ ୭ ଲୁଟେରା। ଟ୍ରେନ୍‌ ଭିତରୁ ଲୁଟେରାଙ୍କୁ ରେଲ୍‌ୱେ ପୋଲିସ୍‌ ଧରିଛି। ଏହି ୭ ଲୁଟେରାଙ୍କ ଘର ଗଞ୍ଜାମ ଜିଲ୍ଲାରେ ବୋଲି ସୁରତ ପୋଲିସ ପକ୍ଷରୁ କୁହାଯାଇଛି। ସେମାନେ ଜଣେ ବ୍ୟବସାୟୀଙ୍କ ପାଖରୁ ଲକ୍ଷାଧିକ ଟଙ୍କା ଓ ମୋବାଇଲ୍‌ ଲୁଟ୍‌ କରି ଟ୍ରେନ୍‌ରେ ଓଡ଼ିଶା ଫେରୁ ଥିବାବେଳେ ରେଲ୍‌ୱେ ପୋଲିସ୍‌ ହାତରେ ଧରାପଡ଼ିଥିଲେ। 

Advertisment

ପୋଲିସର ସୂଚନା ଅନୁଯାୟୀ, ସୁରତ ଅମରୋଲିର ହରିଶ ଗୋଣ୍ଡଲିୟା ନାମକ ଜଣେ ବ୍ୟବସାୟୀ ଗତ ଜୁଲାଇ ୧୨ ତାରିଖରେ ବାଇକ୍‌ରେ ଦୋକାନରୁ ଘରକୁ ଯାଉଥିଲେ। ଏହି ସମୟରେ ତାଙ୍କ ପାଖରେ ୭ ଲକ୍ଷ ୬୦ ହଜାର ଟଙ୍କା ଓ ୩ଟି ମୋବାଇଲ୍‌ ଥିଲା। ଘରକୁ ଯିବା ବାଟରେ ଅମରୋଲି ଅଞ୍ଜନୀ ଇଣ୍ଡଷ୍ଟ୍ରି ନିକଟ ରେଲ୍‌ୱେ ଲେଭଲ୍‌ କ୍ରସିଂ ନିକଟରେ ଦୁଇଟି ବାଇକରେ ୫ ଜଣ ଦୁର୍ବୃତ୍ତ ଆସି ତାଙ୍କୁ ଆକ୍ରମଣ କରିଥିଲେ। ଏହାପରେ ଦୁର୍ବୃତ୍ତମାନେ ହରିଶଙ୍କୁ ଜୀବନରୁ ମାରିଦେବାର ଧମକ ଦେଖାଇ ଟଙ୍କା ଭର୍ତ୍ତି ବ୍ୟାଗ ଓ ମୋବାଇଲକୁ ତାଙ୍କ ନିକଟରୁ ଛଡାଇ ନେଇ ଫେରାର ହୋଇଯାଇଥିଲେ। ଏନେଇ ହରିଶ ଥାନାରେ ଅଭିଯୋଗ କରିବାର ପରେ ପୋଲିସ ମାମଲାର ଖୋଳତାଡ଼ ହୋଇଥିଲା।

ମୋବାଇଲ୍‌ ସର୍ଭିଲାନ୍ସରୁ ଦୁର୍ବୃତ୍ତଙ୍କ ସମ୍ପର୍କରେ ଜଣାପଡ଼ିଥିଲା। ଦୁର୍ବୃତ୍ତମାନେ ଲୁଟ୍‌ କରି ଜୁଲାଇ ୧୩ ତାରିଖ ଦିନ ଟ୍ରେନ୍‌ରେ ଓଡ଼ିଶା ବାହାରି ଯାଇଥିଲେ। ତେବେ ପୋଲିସ୍‌ ଲୁଟେରାଙ୍କ ସମ୍ପର୍କରେ ରେଲ୍‌ୱେ ପ୍ରୋଟେକ୍ସନ୍‌ ଫୋର୍ସକୁ ଜଣାଇଥିଲେ। ପୋଲିସ୍‌କୁ ଜାଣିବାକୁ ପାଇଥିଲା, ତାପ୍ତି ଗଙ୍ଗା ଟ୍ରେନ୍‌ର S-6 କୋଚ୍‌ରେ ଲୁଟେରାମାନେ ଯାତ୍ରା କରୁଛନ୍ତି। ଏହାପରେ ରେଲ୍‌ୱେ ପୋଲିସ୍ ରାୟପୁର ଷ୍ଟେସନରେ ଟ୍ରେନ୍‌ର  S-6 କୋଚ୍‌ରେ ଚଢ଼ଉ କରି ୭ ଜଣଙ୍କୁ ଗିରଫ କରିଥିଲା। ସୁରତ କ୍ରାଇମବ୍ରାଞ୍ଚ ଟିମ୍‌ ସମସ୍ତ ଅଭିଯୁକ୍ତଙ୍କୁ ରାୟପୁରରୁ ସୁରତ ଆଣିଥିଲେ। ଜେରା ସମୟରେ ଲୁଟେରାମାନେ ପୋଲିସ୍‌କୁ ସେମାନଙ୍କ ନାଁ କହିଥିଲେ। ୭ ଲୁଟେରା ହେଲେ- ବସନ୍ତ ଦୟାନିଧି ପ୍ରଧାନ, ମିତମ ସୀମାଞ୍ଚଳ ବିଶୋଇ, ଚରଣ ଅଭିମନ୍ୟୁ ଗୌଡ଼, ରାଜେଶ ଅଭିମନ୍ୟୁ ପଟ୍ଟନାୟକ, ଚନ୍ଦ୍ରଭାନୁ ପଟ୍ଟନାୟକ, ଗଣେଶ ଘନଶ୍ୟାମ ବେହେରା, କୃଣାଳ ସୁଶୀଲ ଗୌଡ଼।

Advertisment

ପୋଲିସ୍‌ ହାତରେ ଧରାପଡ଼ିଥିବା ଏହି ଲୁଟେରାମାନେ ସୁରତ ସମେତ ଓଡ଼ିଶାରେ ମଧ୍ୟ ଲୁଟ୍‌ପାଟ୍‌ କରିଥିବା ଆଶଙ୍କା କରାଯାଉଛି। ଏନେଇ ପୋଲିସ୍‌ ଯାଞ୍ଚ କରିବ ବୋଲି ଜଣାପଡ଼ିଛି। 

Advertisment
Loot
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ