Advertisment

ଜେଲ୍‌ର ଚାରିକାନ୍ଥ ଭିତରେ ସାଇକୋ କିଲର୍‌; ଡନ୍ ହେବାକୁ ମାରୁଥିଲା ମଣିଷ

ଗ୍ୟାଙ୍ଗଷ୍ଟର୍‌ ହେବାକୁ ସ୍ୱପ୍ନ ଦେଖୁଥିଲା ସିରିଏଲ କିଲର। ଅଭିଯୁକ୍ତକୁ ଅଧିକ ପ୍ରଭାବିତ କରିଥିଲା KGF 2 ଫିଲ୍ମ। ରକି ଭାଇ ଷ୍ଟାଇଲ୍‌ରେ ଅନୁପ୍ରାଣିତ ହୋଇଥିଲା ଅଭିଯୁକ୍ତ। ଗୋଟିଏ ମାସରେ ୪ ସିକ୍ୟୁରିଟି ଗାର୍ଡକୁ କରିଥିଲା ହତ୍ୟା।

ଅଦ୍ୟତନ ହୋଇଛି
Serial killer siba Prasad dhrube

Serial killer siba Prasad dhrube

Advertisment

ଜଣେ ସାଧାରଣ ଯୁବକ କାହିଁକି, କେମିତି ଓ କିପରି ଚାରି ଚାରି ଜଣଙ୍କୁ ହତ୍ୟା କରିବାର ମାନସିକତା ମନକୁ ଆଣିଲା? ଏହା ପଛରେ କ’ଣ ରହିଛି ପ୍ରକୃତ କାରଣ? ଏହି ସବୁ ପ୍ରଶ୍ନର ଉତ୍ତର ଯାହା ଅନୁମାନ କରାଯାଉଛି ତାହା ଅତି ସାଙ୍ଘାତିକ। ବିଭିନ୍ନ ସୂତ୍ରରୁ ଜଣାପଡ଼ିଛି ଯେ, କେଜିଏଫ୍ ଫିଲ୍ମର ରକି ଭାଇ ଚରିତ୍ରକୁ ଦେଖି ସେ ଏତେ ପ୍ରଭାବିତ ହୋଇଛି। ଫେମସ୍‌ ହେବା ପାଇଁ କିଲର୍ ସାଜି ଲୋକଙ୍କୁ ଯୋଜନା ବଦ୍ଧ ହତ୍ୟା କରୁଛି।

Advertisment

ସେ ମଣିଷ ନୁହେଁ ସେ ରକ୍ତ ପିପାଶୁ ରାକ୍ଷସ ରୂପ ଧାରଣ କରି ସେ ଖେଳେ ରକ୍ତର ହୋଲି। କେବେ କାହା ଉପରେ ନିର୍ମମ ଆକ୍ରମଣ କରେ ତ ଆଉ କେବେ ଧାରୁଆ ଅସ୍ତ୍ରରେ ମୁଣ୍ଡରୁ ଅଲଗା କରିଦିଏ ଗଣ୍ଡି। ଜଣେ କି ଦୁଇ ଜଣ ନୁହେଁ, କ୍ରମାଗତ ୪ ଜଣଙ୍କୁ ମୃତ୍ୟୁ ଶଯ୍ୟାରେ ଶୋଇ ଦେଇଥିବା ମଧ୍ୟପ୍ରଦେଶର ସିରିୟଲ କିଲର ଶିବପ୍ରସାଦ ଧୁର୍ବେଙ୍କୁ ଗିରଫ କରିଛି ପୋଲିସ।

ଶିବପ୍ରସାଦ ଏତେ ଭୟଙ୍କର ଯେ, ତା' ପାଖକୁ ଯିବାକୁ ଡରୁଛନ୍ତି ଜେଲ୍‌ରେ ଥିବା ଅନ୍ୟ କଏଦି। ଆଶ୍ଚର୍ଯ୍ୟର କଥା ହେଉଛି ଶିବ ଜଣଙ୍କ ପରେ ଜଣଙ୍କୁ ହତ୍ୟା କରିବା ପଛରେ କୌଣସି ନିର୍ଦ୍ଦିଷ୍ଟ କାରଣ ଖୋଜି ପାଇନି ପୋଲିସ। ତେବେ ଶିବର କାରନାମାକୁ ନେଇ ପୂରା ମଧ୍ୟପ୍ରଦେଶରେ ଖେଳିଯାଇଛି ଚାଞ୍ଚଲ୍ୟ।

Advertisment

ସେ ଭୟଙ୍କର, ସେ ଦୁର୍ଦ୍ଦାନ୍ତ, ସେ ମାରାତ୍ମକ, ଅତି ବିପଜ୍ଜନକ। ମଣିଷଙ୍କୁ ମାରିବା ତା’ର ସଉକ, ରକ୍ତର ହୋଲି ଖେଳିବା ତା’ର ପସନ୍ଦ। ବୟସ ମାତ୍ର ୧୯ ବର୍ଷ, କିନ୍ତୁ କାରନାମା ଅତି ଭୟଙ୍କର। ତା ବିଷୟରେ ଯିଏ ଶୁଣୁଛି, ଚକିତ ହୋଇଯାଉଛି। ଏତେ କମ୍ ବୟସରେ ସିରିଏଲ କିଲର୍‌ ବନିଯାଇଛି ଏହି ସାଇକୋ କିଲର୍‌।

କେବେ ସେ କାହା ତଣ୍ଟି କାଟେ, କେବେ ପୁଣି ଧାରୁଆ ଅସ୍ତ୍ରରେ ମୁଣ୍ଡ ଗଣ୍ଡି ଅଲଗା କରେ। ଜଣେ କି ଦୁଇ ଜଣ ନୁହେଁ ଗଲା ମାସରେ ହିଁ ୪ ଜଣଙ୍କୁ ଚିର ନିଦ୍ରାରେ ଶୁଆଇ ଦେଇଛି ଏହି ଜଲ୍ହାଦ। କେବଳ ସିକ୍ୟୁରିଟି ଗାର୍ଡମାନଙ୍କୁ ହିଁ ଟାର୍ଗେଟ୍‌ କରିଛି ଏହି ଜହ୍ଲାଦ। ଶୋଇଥିବା ଅବସ୍ଥାରେ ସେ ସିକ୍ୟୁରିଟି ଗାର୍ଡମାନଙ୍କୁ ହତ୍ୟା କରିଛି।

Advertisment

ମଧ୍ୟପ୍ରଦେଶର ସିରିୟଲ କିଲର ଭୋପାଳର ଶିବପ୍ରସାଦ ଧୁର୍ବେ ମାତ୍ର ୧୯ ବର୍ଷ ବୟସରେ ହିଁ ପାଲଟି ଯାଇଛି ସାଇକୋ କିଲର। ସାଗର ଜିଲ୍ଲାରେ ୩ ଏବଂ ଭୋପାଳରେ ଜଣେ ସିକ୍ୟୁରିଟି ଗାର୍ଡ ତା’ର ଶିକାର ହୋଇଛନ୍ତି। ତେବେ ଭୋପାଳ ମର୍ଡର ପରେ ହିଁ ତାଙ୍କୁ ଧରିବାରେ ସଫଳ ହୋଇଛି ପୋଲିସ।

ଏବେ ସେ ସାଗର ଜେଲ୍‌ରେ ବନ୍ଦୀ। ହେଲେ ଏଠି ବି ତା ଆତଙ୍କ କମ୍ ନୁହେଁ। ଜେଲ୍‌କୁ ଆସିବା ପରଠାରୁ ଅନ୍ୟ କଏଦୀଙ୍କଠୁ ଶିବ ପ୍ରସାଦକୁ ପୃଥକ ଭାବେ ରଖାଯାଉଛି। କଏଦି ତ କଏଦି ଜେଲ୍ ଗାର୍ଡମାନେ ମଧ୍ୟ ତା’ ପାଖକୁ ଯିବାକୁ ଭୟ କରୁଛନ୍ତି। କାରଣ ଥାଳି, ପ୍ଲେଟ୍‌, ଗ୍ଲାସ୍‌ ଯେକୌଣସି ସରଞ୍ଜାମକୁ ବି ମାରଣାସ୍ତ୍ର ଭାବେ ବ୍ୟବହାର କରିପାରେ ମାଷ୍ଟର ଶିବପ୍ରସାଦ।

ଜେଲ୍ କର୍ତ୍ତୃପକ୍ଷଙ୍କ ସୂଚନା ଅନୁସାରେ ଶିବପ୍ରସାଦ ନାଁରେ ମୋଟ ୬ଟି ମାମଲା ରହିଛି। ତେବେ ବନ୍ଧା ହୋଇ ଜେଲ୍ ଆସିବା ପରେ ଶିବପ୍ରସାଦର ମାନସିକ ସ୍ଥିତିରେ ସାମାନ୍ୟ ପରିବର୍ତ୍ତନ ଆସିଥିବା କୁହାଯାଉଛି। ସେ କିଛି ପୌରାଣିକ ହିନ୍ଦୁ ପୁସ୍ତକ ପଢୁଛି, ଶାନ୍ତ ରହିଛି।

କେଜିଏଫ୍ ଫିଲ୍ମ ଦେଖି ପ୍ରଭାବିତ ହୋଇଛି କି କିଲର ଶିବପ୍ରସାଦ। ରକି ଭାଇ ଭଳି ଫେମସ୍‌ ହେବାକୁ ମାରୁଥିଲା ମଣିଷ। ଖୋଦ ସାଗର ସେଣ୍ଟ୍ରାଲ ଜେଲ୍‌ରୁ କିଛି ଏମିତି ଖବର ଏବେ ସାମ୍ନାକୁ ଆସିଛି। କୁହାଯାଉଛି ହତ୍ୟାକାରୀ ଶିବ ପ୍ରସାଦ କେଜିଏଫ୍ ଫିଲ୍ମ ଦେଖି ହତ୍ୟାକାଣ୍ଡକୁ ରୂପ ଦେବାକୁ ମନେ ମନେ ସ୍ଥିର କରିଥିଲା। କେଜିଏଫ୍‌ ପାର୍ଟ-୨ ତାକୁ ଅଧିକ ପ୍ରଭାବିତ କରିଥିଲା।

କେବଳ ରକି ଭାଇ ଷ୍ଟାଇଲ୍‌ ନୁହେଁ ଶିବ ସିରିୟଲ କିଲର୍‌ ପାଲଟିବା ପଛରେ ରହିଛି ସୋସିଆଲ୍‌ ମିଡିଆର ବଡ ଭୂମିକା। ଗ୍ୟାଙ୍ଗଷ୍ଟର ହେବାକୁ ଚାହୁଁଥିଲା ଶିବପ୍ରସାଦ, ଏଥିପାଇଁ ପୋଲିସ କର୍ମୀ ତା’ ହିଟ୍ ଲିଷ୍ଟ୍‌ରେ ରହିଥିଲେ। ପ୍ରଥମେ ଛୋଟ ମୋଟ ଚୋରି, ଛିନତାଇ, ଧମକ ଦେବା ସହ ଆରମ୍ଭ ହୋଇଥିଲା ଅପରାଧିକ ଯାତ୍ରା। ପରେ ପରେ ଶୋଇଥିବା ଅବସ୍ଥାରେ ହିଁ ସେ ଏହି ସିକ୍ୟୁରିଟି ଗାର୍ଡଙ୍କୁ କେବେ ପଥର ପୁଣି କେବେ ମାରଣାସ୍ତ୍ର ସାହାଯ୍ୟରେ ହତ୍ୟା କରୁଥିଲା।

ପ୍ରଥମ ତିନିଟି ମର୍ଡରର ପର୍ଦ୍ଦାଫାସ ଘଟଣାର ୭୨ ଘଣ୍ଟା ମଧ୍ୟରେ ହିଁ ହୋଇଥିଲା। ପୋଲିସ କିନ୍ତୁ ଅପରାଧୀଙ୍କ ପଛରେ ପହଞ୍ଚି ପାରିନଥିଲା। ଶେଷରେ ମଧ୍ୟପ୍ରଦେଶ ଭୋପାଳରେ ସେ ଚତୁର୍ଥ ହତ୍ୟାକାଣ୍ଡକୁ ରୂପ ଦେଇଥିଲା। ସିସିଟିଭିରେ କିନ୍ତୁ ସମସ୍ତ ଦୃଶ୍ୟ ହୋଇଥିଲା କଏଦ। ଆଉ ସାମ୍ନାକୁ ଆସିଥିଲା ଚାଞ୍ଚଲ୍ୟକର ତଥ୍ୟ ଆଉ ଖୁଲାସା ହୋଇଥିଲା ସିରିୟଲ୍‌ କିଲରର ଖତରନାକ ପ୍ଲାନ୍।

ମଧ୍ୟପ୍ରଦେଶର କେକ୍‌ରା ମୂଳ ବାସିନ୍ଦା ହେଉଛି ଶିବପ୍ରସାଦ। ଅତି ସାଧାରଣ ଗରିବ ପରିବାରରେ ତା’ର ଜନ୍ମ। ଆର୍ଥିକ ସଂକଟ ମଧ୍ୟରେ ଜୁଝି ହେଉଥିବା ଶିବପ୍ରସାଦ ବଦରାଗି ସ୍ୱଭାବର ବୋଲି ଜଣାପଡିଛି। ପିଲାଦିନରୁ ହିଁ ସେ ଛୋଟ ଛୋଟ ଘଟଣାକୁ ନେଇ ଉତ୍ତେଜିତ ହେବା, ରାଗିବା, ଅନ୍ୟଙ୍କୁ ଅକ୍ରମଣ କରି ଆହତ କରୁଥିଲା। ଜେଲ୍‌ର ଚାରିକାନ୍ଥ ଭିତରେ ରହିଥିଲେ ବି କୁକର୍ମ ପାଇଁ ତା’ର କୌଣସି ଅନୁସୂଚନା କି ପଶ୍ଚାତାପ ନାହିଁ।

Cyber Crime Serial Killer
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ