Self styled godman detained for killing another baba in Puri
ପୁରୀ ବାସେଲିସାହି ଲୋକନାଥ ରୋଡ୍ ଗୁରୁକୃପା ଆଶ୍ରମରେ ହତ୍ୟାକାଣ୍ଡ ଘଟିଛି। ଜଣେ ବାବାଙ୍କ ଆକ୍ରମଣରେ ଆଉ ଜଣେ ବାବାଙ୍କ ମୃତ୍ୟୁ ହୋଇଥିବାବେଳେ ଆଉ ଜଣେ ବାବା ଆହତ ହୋଇଛନ୍ତି। ମୃତ ବାବା ହେଲେ ପଶ୍ଚିମବଙ୍ଗର ଅର୍ଜୁନ ଦାସ।
ବିଷ୍ଣୁ ଦାସ ନାମକ ଜଣେ ବାବା ନିଶାସକ୍ତ ଅବସ୍ଥାରେ କାଠ ଫାଳିଆରେ ବୀଭତ୍ସ ଭାବେ ଆକ୍ରମଣ କରି ହତ୍ୟା କରିଥିବା ଅଭିଯୋଗ ହୋଇଛି। ବିଷ୍ଣୁ ବାବାଙ୍କୁ ଅଟକ ରଖି ପୋଲିସ ପଚରାଉଚରା କରୁଥିବାବେଳେ ନିଜେ ଏସ୍.ପି କନୱର ବିଶାଳ ସିଂ ଘଟଣାସ୍ଥଳରେ ଅନୁଧ୍ୟାନ କରିଛନ୍ତି।
ସୂଚନା ଅନୁସାରେ, ତନ୍ତ୍ର ସାଧନା ହିଁ ଏହି ହତ୍ୟାକାଣ୍ଡର ମୂଳ କାରଣ ବୋଲି କୁହାଯାଉଛି। ଖବରପାଇ ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ଶୌଚାଳୟରୁ ବିଷ୍ଣୁ ଦାସଙ୍କୁ ଉଦ୍ଧାର କରିଥିଲେ। ଯିଏକି ହତ୍ୟାକାରୀ ଥିଲେ। ଏହି ସମୟରେ ତାଙ୍କ ମୁହଁରେ ରକ୍ତ ଲାଗିଥିବା ଦେଖିବାକୁ ମିଳିଥିଲା। ଏହାପରେ ପୋଲିସ୍ ଜାଣିବାକୁ ପାଇଥିଲା, ଅର୍ଜୁନଙ୍କୁ ହତ୍ୟା କରିବା ପରେ ବିଷ୍ଣୁ ରକ୍ତ ପିଇବାକୁ ଚେଷ୍ଟା କରୁଥିଲା।
ବିଷ୍ଣୁ ତଳକୁ ଆସିବା ବେଳେ କ’ଣ ହୋଇଛି ବୋଲି ଦୟାନିଧି ବାବା ପଚାରିବାରୁ ସେ ତାଙ୍କୁ ପଥରରେ ଆକ୍ରମଣ କରିଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଛି। ଏହାସହ ପୋଲିସ୍ ଘଟଣାର ତଦନ୍ତ ଚଳାଇଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/____1690610228.jpg)