ବିମାନବନ୍ଦରରୁ ସୁନା ଗହଣା ଜବତ ଘଟଣା, ଟିକସ ଫାଙ୍କିବାକୁ ହୋଇଥିଲା ବଡ଼ ଷଡ଼ଯନ୍ତ୍ର

ଜବତ ମୋଟ ୪୦ କେଜି ସୁନା ମଧ୍ୟରୁ ୩୬ କେଜି ସୁନାର କାଗଜପତ୍ର ଠିକଠାକ ରହିଛି । ସେହିପରି ୧ କୁଇଣ୍ଟାଲ ୨୦ କେଜି ରୂପାର କାଗଜପତ୍ର ମଧ୍ୟ ସଠିକ୍ ଥିବା ସୂଚନା ମିଳିଛି ।

Gold Sezied

ଅନାମଧେୟ କ୍ରେତାଙ୍କ ପାଖକୁ ଯାଉଥିଲା ଭୁବନେଶ୍ୱର ବିମାନବନ୍ଦରରୁ ଜବତ ସୁନା ଓ ରୂପା । ଟିକସ ଫାଙ୍କିବାକୁ ହୋଇଥିଲା ବଡ଼ ଷଡ଼ଯନ୍ତ୍ର । ସିଟି ଜିଏସଟି ଅଧିକାରୀଙ୍କ ଯାଞ୍ଚ ବେଳେ, ୪ କେଜି ସୁନା ଓ ୮୦ କେଜି ରୁପାର ମାଲିକାନା ନେଇ ହିସାବ ମିଳିନି। ଯାହାର କେହି ଦାବିଦାର ନାହାନ୍ତି କି ବିଲ୍ ଥିବା ନାମଧାରୀଙ୍କୁ ଖୋଜି ପାଉନି ସିଟି ଜିଏସଟି ବିଭାଗ ଅଧିକାରୀ ।

ଯାହାକୁ ନେଇ ଲଜିଷ୍ଟିକ୍  ସଂସ୍ଥାର ସ୍ବଚ୍ଛତା ନେଇ ପ୍ରଶ୍ନ ଉଠିଛି। ସୁନା ଓ ରୁପା ବିକ୍ରି କରିଥିବା କଂପାନକୁ ତଥ୍ୟ ମାଗିଛି ତଦନ୍ତକାରୀ ଟିମ୍। ଅନ୍ୟପଟେ ଏ ସଂପର୍କରେ ମହାରାଷ୍ଟ୍ର ଜିଏସଟି ବିଭାଗକୁ ଚିଠି ଲେଖାଯିବ। ଜବତ ସୁନା ଓ ରୁପାର କେହି ଦାବିଦାର ନଆସିଲେ ବାଜ୍ୟାପ୍ତି କରିବା ସହ ସରକାରୀ ତହବିଲକୁ ପଠାଇ ଦିଆଯିବ। ଅନ୍ୟପଟେ ଜବତ ମୋଟ ୪୦ କେଜି ସୁନା ମଧ୍ୟରୁ ୩୬ କେଜି ସୁନାର କାଗଜପତ୍ର ଠିକଠାକ ରହିଛି । ସେହିପରି ୧ କୁଇଣ୍ଟାଲ ୨୦ କେଜି ରୂପାର କାଗଜପତ୍ର ମଧ୍ୟ ସଠିକ୍ ଥିବା ସୂଚନା ମିଳିଛି ।