Advertisment

କୋକେନ୍ ମାଫିଆଙ୍କ ଟାର୍ଗେଟ୍‌ରେ ହକି ବିଶ୍ୱକପ୍, ଦିଲ୍ଲୀରୁ ଭୁବନେଶ୍ୱରକୁ ଲମ୍ବିଛି ଚେର

ଭୁବନେଶ୍ୱରରେ କୋକେନ୍ ମିଳିବା ଘଟଣାରେ ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିଛି। ୨୦୨୩ ହକି ବିଶ୍ୱକପ୍ ପୂର୍ବରୁ କୋକେନ୍ ବିକ୍ରି ପାଇଁ ମାର୍କେଟ ପ୍ରସ୍ତୁତି ଚାଲିଥିଲା ବୋଲି ଜଣାପଡ଼ିଛି।

ଅଦ୍ୟତନ ହୋଇଛି
Seizure of cocaine from Bhubaneswar

Seizure of cocaine from Bhubaneswar

Advertisment

ଭୁବନେଶ୍ୱରରେ କୋକେନ୍ ମିଳିବା ଘଟଣାରେ ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିଛି। ୨୦୨୩ ହକି ବିଶ୍ୱକପ୍ ପୂର୍ବରୁ କୋକେନ୍ ବିକ୍ରି ପାଇଁ ମାର୍କେଟ ପ୍ରସ୍ତୁତି ଚାଲିଥିଲା ବୋଲି ଜଣାପଡ଼ିଛି। 

Advertisment

ବିଦେଶୀ ଦର୍ଶକଙ୍କୁ କୋକେନ୍ ବିକ୍ରି ପାଇଁ ମସୁଧା ଚାଲିଥିଲା। ଏଥିପାଇଁ ବିଦେଶୀ ଓ ଖେଳାଳିମାନେ ରହୁଥିବା ହୋଟେଲ ସହ ଯୋଗାଯୋଗ ହୋଇଥାନ୍ତା। ହେଲେ ଏହା ପୂର୍ବରୁ ଭୁବନେଶ୍ୱରରୁ ୨ ଜଣଙ୍କୁ STF ଗିରଫ କରିଛି। ଗିରଫ ଦ୍ୱୟ ହେଲେ ରବି ଓ ସନ୍ନି। ଉଭୟଙ୍କୁ ଗିରଫ ପରେ ପୁରା ପ୍ଲାନ୍‌ର ପର୍ଦ୍ଦାଫାଶ ହୋଇଛି। 

ଦିଲ୍ଲୀରୁ ଓଡ଼ିଶାକୁ କୋକେନ ସପ୍ଲାଏ ହେଉଛି ବୋଲି STF ସୂଚନା ଦେଇଛି। ୨୦୧୦ କମନୱେଲ୍‌ଥ ଗେମ୍ସ ବେଳେ ରବି କୋକେନ ବ୍ୟବସାୟ ଆରମ୍ଭ କରିଥିଲା।ରାଜସ୍ଥାନରେ ହୋଟେଲ ଓ ଦିଲ୍ଲୀରେ ଟ୍ରାଭେଲ ବ୍ୟବସାୟ ଚଳାଉଥିଲା। ରବିଠାରୁ ଦକ୍ଷିଣଆଫ୍ରିକୀୟ ନୋଟ୍ ଜବତ ହୋଇଛି। ରବି ଓ ସନ୍ନିଙ୍କୁ ଗିରଫ ପରେ STF ସେମାନଙ୍କର ରେକର୍ଡ ଯାଞ୍ଚ କରୁଛି।

Advertisment
Hockey World Cup Cocaine Seizure 2023 Hockey World Cup
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ