Advertisment

ଲାଞ୍ଚ ନେଲା ବେଳେ ଭିଜିଲାନ୍ସ ଜାଲରେ ପଡିଲେ ସେକ୍ସନ ଅଫିସର

ଧୁଷୁରୀ ସାଆଁଳପୁର ଆଇଜିଏମ୍ କଲେଜର ସେକ୍ସନ ଅଫିସର ପ୍ରଭାତ ନାୟକ ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଅଧିକାରୀ ଗିରଫ କରିଛନ୍ତି ।

Section Officer

Section Officer

Advertisment

ଭଦ୍ରକ: ୧୦ ହଜାର ଲାଞ୍ଚ ନେଇ କଲେଜର ସେକ୍ସନ ଅଫିସର ଗିରଫ। ଧୁଷୁରୀ ସାଆଁଳପୁର ଆଇଜିଏମ୍ କଲେଜର ସେକ୍ସନ ଅଫିସର ପ୍ରଭାତ ନାୟକ ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଅଧିକାରୀ ଗିରଫ କରିଛନ୍ତି । କଲେଜର ପୂର୍ବତନ ମୃତ ଅଧ୍ୟାପକଙ୍କ ପେନସନ୍ କରାଇବାକୁ ଅଧ୍ୟାପକଙ୍କ ପୁଅଠାରୁ ୧୦ ହଜାର ଲାଞ୍ଚ ନେଉଥିଲେ ପ୍ରଭାତ ।

Advertisment

ଧୁଷୁରୀ ସାଆଁଳପୁର ଆଇଜିଏମ୍ କଲେଜର ପ୍ରଧ୍ୟାପକ ଥିଲେ ପ୍ରଫୁଲ୍ଲ ପୃଷ୍ଟି। ତାଙ୍କ ମୃତ୍ୟୁ ପରେ ପରିବାର ଲୋକଙ୍କୁ ପେନସନ ଓ ଗ୍ରାଚ୍ୟୁଇଟ୍‌ ଟଙ୍କା ମିଳିନଥିଲା। ମୃତ ପ୍ରଫୁଲ୍ଲଙ୍କ ପୁର ବାରମ୍ୱାର କଲେଜକୁ ଦୌଡ଼ୁଥିଲେ ମଧ୍ୟ ନିରାଶ ହୋଇ ଫେରୁଥିଲେ। ଆଜି ହେବ କାଲି ହେବ କହି କଲେଜ୍‌ ସେକ୍ସନ ଅଫିସର ପ୍ରଭାତ କୁମାର ନାୟକ। ବାରମ୍ୱାର ନିରାଶ ହେବା ପରେ ପେନସନ ଓ ଗ୍ରାଚ୍ୟୁଇଟ୍‌ କରାଇଦେବା ପାଇଁ କାକୁତିମନତି ହୋଇଥିଲେ ମୃତ ପ୍ରଫୁଲ୍ଲଙ୍କ ପୀୟୂଷ ପୃଷ୍ଟି। ଏହା ପରେ ୧୦ ହଜାର ଟଙ୍କା ଦେବାକୁ କହିଥିଲେ ସେକ୍ସନ ଅଫିସର ପ୍ରଭାତ କୁମାର ନାୟକ।

ପୀୟୂଷ ପୃଷ୍ଟି ଏନେଇ ଭଦ୍ରକ ଭିଜିଲାନ୍ସରେ ଅଭିଯୋଗ କରିଥିଲେ। ଆଜି ଆରଡ଼ି ଛକ ନିକଟରେ ଯୋଜନା ମୁତାବକ ପୀୟୂଷ ପୃଷ୍ଟି ଲାଞ୍ଚ ଟଙ୍କା ଦେଉଥିବା ବେଳେ ସାଦା ପୋଷାକରେ ଉପସ୍ଥିତ ଥିବା ଭିଜିଲାନ୍ସ ଅଧିକାରୀମାନେ ଶ୍ରୀ ନାୟକଙ୍କୁ ଧରି ଥିଲେ। ଏପରିକି ତାଙ୍କଠାରୁ ଲାଞ୍ଚ ଟଙ୍କା ଜବତ କରିଥିଲା।

Advertisment
Vigillance Raid Section Officer
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ