୯ ବର୍ଷ ପରେ ଆକ୍ସନ ମୋଡ୍‌ରେ CBI; ବିଜେଡି ନେତା ପ୍ରଭାତ ବିଶ୍ୱାଳଙ୍କ ନାଁରେ ଚାର୍ଜଫ୍ରେମ

କଟକ-ଚୌଦ୍ୱାରର ପୂର୍ବତନ ବିଧାୟକ ପ୍ରଭାତ ବିଶ୍ୱାଳ ଓ ତାଙ୍କ ପତ୍ନୀଙ୍କ ନାଁରେ ଚାର୍ଜଫ୍ରେମ ।

Former MLA Pravat Biswal

ବହୁ ଚର୍ଚ୍ଚିତ ସିସୋର ଚିଟ୍‌ଫଣ୍ଡ ଠକେଇ ମାମଲାର ୯ ବର୍ଷ ପରେ ସିବିଆଇ କଲା ଚାର୍ଜ ଫ୍ରେମ୍‌ । କଟକ-ଚୌଦ୍ୱାରର ପୂର୍ବତନ ବିଧାୟକ ତଥା ବିଜେଡି ନେତା ପ୍ରଭାତ ବିଶ୍ୱାଳଙ୍କ ନାଁରେ ଚାର୍ଜ ଫ୍ରେମ୍ ହୋଇଛି । ପ୍ରଭାତ ବିଶ୍ୱାଳଙ୍କ ପତ୍ନୀଙ୍କ ନାଁରେ ମଧ୍ୟ ଚାର୍ଜ ଫ୍ରେମ୍ ହୋଇଛି । 

ଭୁବନେଶ୍ୱର ସିବିଆଇ-୧ କୋର୍ଟରେ ହେଲା ଚାର୍ଜ ଫ୍ରେମ୍ । ବେଆଇନ ଅର୍ଥ କାରବାର ମାମଲାରେ ଉଭୟଙ୍କ ନାଁରେ ଚାର୍ଜ ଫ୍ରେମ୍ ହୋଇଛି । ଦଫା ୪୨୦, ୧୨୦ ବି’, ୪୦୯, ୪୬୭, ୪୬୮ ଏବଂ ୪୭୧ ଆଧାରରେ ସିବିଆଇ ଚାର୍ଜ ଫ୍ରେମ୍ କରିଛି ।