Advertisment

ସ୍ୱାମୀ ଗାଳି କରିବାରୁ ଦୁଇ ଝିଅଙ୍କୁ ହତ୍ୟା, ତା’ପରେ ମୃତଦେହ ଉପରେ ବେଡସିଟ ଘୋଡ଼ାଇ ପାଖରେ ଶୋଇଲା ମା’

ସତରେ କ୍ରୋଧ ମଣିଷର ହିତାହିତ ଜ୍ଞାନ ହରଣ କରେ..ସାମୟିକ ସମୟର ଉତ୍ତେଜନା ପାଇଁ କେତେ ବଡ଼ ବଡ଼ ଭୁଲ କରିଦିଏ..ଏପରି ଏକ ଘଟଣା ଘଟିଛି ଆସାମର ସିଲଚର ସହରରେ..

ଅଦ୍ୟତନ ହୋଇଛି
Assam woman kills two daughters

Assam woman kills two daughters

Advertisment

ରାଗରେ ଅନ୍ଧ ହୋଇ ପିଶାଚୀ ସାଜିଲା ମା’ । ସ୍ୱାମୀ ସହ ଝଗଡ଼ା କରିବା ପରେ ନିଜର ଦୁଇ ଝିଅକୁ ପୋଖରୀରେ ବୁଡ଼ାଇ ମାରିଲା । ସ୍ୱାମୀସ୍ତ୍ରୀଙ୍କ ମଧ୍ୟରେ ଝଗଡ଼ା ହେବା ସାଧାରଣ କଥା । ହେଲେ ସେହି ରାଗ ପାଇଁ ନିଜ ଜନ୍ମକଲା ଝିଅଙ୍କ ଜୀବନ ଯେ ଜଣେ ମା’ ନେଇଯିବ ବିଶ୍ୱାସ କରିବା ଅସମ୍ଭବ । ଆସାମର ସିଲଚର ସହରରେ ଏପରି ଅଭାବନୀୟ ଘଟଣା ଘଟିଛି ।

Advertisment

ଅଭିଯୁକ୍ତ ମହିଳା ଜଣକ ହେଲେ ଆଜମେରା ବେଗମ । ଏଭଳି ନୃଶଂସ କାଣ୍ଡ ଘଟାଇବା ପରେ ଦୁଇ ଝିଅ ରଜିନା ବେଗମ୍ ଲସ୍କର(୩ବର୍ଷ), ଫାତିମା ବେଗମ ଲସ୍କର(୧୮ମାସ)ଙ୍କ ମୃତଦେହ ଆଣି ବେଡ୍ ଉପରେ ଶୁଆଇ ଦେଇଥିଲା ମା’ । ତା’ପରେ ବେଡସିଟ୍ ଘୋଡ଼ାଇ ପାଖରେ ଶୋଇ ପଡ଼ିଥିଲା ।

ଅବେଳରେ ଆଜମେରା ବେଗମଙ୍କ ଶୋଇଥିବା ଦେଖି ପରିବାର ଲୋକ ତାଙ୍କୁ ଉଠାଇଥିଲେ । ହେଲେ ସେ ଉଁ କି ଚୁଁ ନକରି ସେ ଖଟରେ ଗାଲେଇ ପଡ଼ି ରହିଥିଲେ । ଦୀର୍ଘ ସମୟ ପର୍ଯ୍ୟନ୍ତ ସେ ଉତ୍ତର ନଦେବାରୁ ପରିବାର ସଦସ୍ୟ କମ୍ବଳ ଖୋଲି ପିଲାମାନଙ୍କ ପୋଷାକ ଓଦା ହୋଇଥିବା ଦେଖିଥିଲେ । ପ୍ରଥମେ କିଛି ବୁଝି ପାରିନଥିଲେ ମଧ୍ୟ ଉଠାଇବା ପରେ ପିଲାମାନେ କିଛି ଉତ୍ତର ନଦେବାରୁ ସେମାନେ ମରିଯାଇଥିବା ଜାଣି ପାରିଥିଲେ । ଆଉ ତା’ପରେ ତୁରନ୍ତ ପୋଲିସକୁ ଫୋନ୍ କରି ଏସମ୍ପର୍କରେ ସୂଚନା ଦେଇଥିଲେ ।

Advertisment

ସୂଚନା ପାଇ ପୋଲିସ ଘରେ ପହଞ୍ଚି ଆଜମିରାଙ୍କ ଗିରଫ କରିଛି । ଆଉ ତା’ପରେ ଦୁଇ କୁନି ଝିଅଙ୍କ ମୃତଦେହକୁ ଶବ ବ୍ୟବଚ୍ଛେଦ ପାଇଁ ସିଲଚର ମେଡିକାଲ କଲେଜ ଏବଂ ଡାକ୍ତରଖାନାକୁ ପଠାଇ ଦେଇଛି ।

ପରିବାର ଲୋକଙ୍କ କହିବା ଅନୁସାରେ, ଆଜି ସକାଳେ କୌଣସି କାରଣକୁ ନେଇ ସ୍ୱାମୀସ୍ତ୍ରୀଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା । ଆଜମିରାଙ୍କ ସ୍ୱାମୀ ତାଙ୍କୁ ଗାଳି କରିବା ସହ ତାଙ୍କ ଘରୁ ବାହାର କରିଦେବା ପାଇଁ ଧମକ ଦେଇଥିଲେ । ଆଉ ସେଇଥି ପାଇଁ ରାଗ ଶୁଝାଇବାକୁ ଯାଇ ନିଜ ଦୁଇ ପିଲାଙ୍କୁ ହିଁ ମାରି ପକାଇଛି ମା । ସେପଟେ ଏଘଟଣା ସମ୍ପର୍କରେ ଆଜମିରାଙ୍କ ସ୍ୱାମୀ କିଛି ଜାଣିନାହାନ୍ତି ।

Advertisment
Murder
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ