Advertisment

ବିଷାକ୍ତ ଫଳ ଦେଲେ, କହିଲେ- ‘ଗ୍ଲୁକୋନ୍‌ ଡି ସହ ଖାଆ, ଶକ୍ତିମାନ ହେବୁ’

ବିଶ୍ୱାସରେ ବିଷ। ତୁମେ ଖାଇ ସାରିଲା ପରେ ଆମେ ଖାଇବୁ ବୋଲି କହିଲେ, ହେଲେ ଆଉ ଖାଇଲେ ନାହିଁ। ଜଣେ ଛାତ୍ରଙ୍କୁ ଜୋରଜବରଦସ୍ତ ଅନ୍ୟ ଛାତ୍ରମାନେ ବିଷାକ୍ତ କନିଅର ଫଳ ଖୁଆଇଥିବା ଅଭିଯୋଗ ହୋଇଛି।

ଅଦ୍ୟତନ ହୋଇଛି
Schoolboy Force-Fed Poisonous Fruit By Fellow Students

Schoolboy force-fed poisonous fruit by fellow students, critical

Advertisment

ବିଶ୍ୱାସରେ ବିଷ। ତୁମେ ଖାଇ ସାରିଲା ପରେ ଆମେ ଖାଇବୁ ବୋଲି କହିଲେ, ହେଲେ ଆଉ ଖାଇଲେ ନାହିଁ। ଜଣେ ଛାତ୍ରଙ୍କୁ ଜୋରଜବରଦସ୍ତ ଅନ୍ୟ ଛାତ୍ରମାନେ କନିଅର ଫଳ ଖୁଆଇଥିବା ଅଭିଯୋଗ ହୋଇଛି। ନୂଆପଡା ଜିଲ୍ଲା କୋମନା ଥାନା ଅନ୍ତର୍ଗତ ବୁଦ୍ଧିକୋମନା ପଞ୍ଚାୟତ ସରକାରୀ ହାଇସ୍କୁଲରେ ଏହି ଅଭାବନୀୟ ଘଟଣା ଘଟିଛି। କନିଅର ଫଳ ଖାଇଥିବା ଛାତ୍ରଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିବାରୁ ତାଙ୍କୁ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା। 

Advertisment

ସୂଚନା ଅନୁସାରେ, ଅଭୟ କୁମାର ବାଗ ନାମକ ଜଣେ ଅଷ୍ଟମ ଶ୍ରେଣୀ ଛାତ୍ରଙ୍କୁ ସେହି ସ୍କୁଲର କିଛି ପିଲା ଜୋରଜବରଦସ୍ତ ଗ୍ଲୁକୋନ୍‌ ଡି ସହ କନିଅର ଫଳ ଓ ଦୁଦୁରା ଫୁଲ ଖାଇବାକୁ ବାଧ୍ୟ କରିଥିଲେ। ଏହାକୁ ଖାଇଲେ ଶରୀରର ଶକ୍ତି ବଢ଼ିବ ବୋଲି ଛାତ୍ରମାନେ ଅଭୟଙ୍କୁ କହିଥିଲେ। ଏପରିକି ତୁମେ ଖାଇ ସାରିଲା ପରେ ଏହାକୁ ଆମେ ଖାଇବୁ ବୋଲି ମଧ୍ୟ ଛାତ୍ରମାନେ ତାଙ୍କୁ କହିଥିଲେ। ଶେଷରେ ସେମାନଙ୍କ କଥାରେ ପଡ଼ି ଅଭୟ ବିଷାକ୍ତ ଫଳ ଖାଇଥିଲେ। ହେଲେ ଅନ୍ୟ ଛାତ୍ରମାନେ ଆଉ ଏହାକୁ ଖାଇ ନଥିଲେ। ଗତ ଶନିବାର ଦିନ ମଧ୍ୟାହ୍ନ ଭୋଜନ ପରେ କ୍ଲାସ୍‌ରେ ଶିକ୍ଷକ ନଥିବାବେଳେ ଏଭଳି କାଣ୍ଡ ଘଟିଥିଲା।

ତେବେ ଏହାକୁ ଖାଇବା ପରେ ଅଭୟ ଅସୁସ୍ଥ ହୋଇପଡ଼ିଥିଲେ। ତାଙ୍କୁ ତୁରନ୍ତ ସ୍ଥାନୀୟ ବୁଦ୍ଧିକୋମନା ମେଡିକାଲ୍‌ରେ ଭର୍ତ୍ତି କରାଯାଇଥିଲା। ପରେ ତାଙ୍କୁ ନୂଆପଡା ଜିଲ୍ଲା ଚିକିତ୍ସାଳୟକୁ ନିଆଯାଇଥିଲା। ସେଠାରେ ବାନ୍ତି ପରେ ବିଷାକ୍ତ ଫଳ ଯୋଗୁ ଏହା ହୋଇଥିବା ଜଣାପଡ଼ିଥିଲା। ୪ ଦିନ ହସ୍ପିଟାଲ୍‌ରେ ଚିକିତ୍ସିତ ହେବା ପରେ ଗତକାଲି ସେ ଡିସ୍‌ଚାର୍ଜ ହୋଇଥିଲେ। ଘଟଣାକୁ ନେଇ ସ୍କୁଲ୍‌ କର୍ତ୍ତୃପକ୍ଷଙ୍କୁ ପରିବାର ଲୋକେ ଦାୟୀ କରିଛନ୍ତି। ସେପଟେ ଘଟଣାର ତଦନ୍ତ ହେବ ବୋଲି ବୁଦ୍ଧିକୋମନା ପଞ୍ଚାୟତ ସ୍କୁଲ୍‌ ପ୍ରଧାନଶିକ୍ଷକ କହିଛନ୍ତି।  

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ