Sarpanch's Wife Deadbody Found Inside From Well
୪ ଦିନ ହେଲା ନିଖୋଜ ଥିଲେ ସରପଞ୍ଚଙ୍କ ସ୍ତ୍ରୀ। ବହୁ ଖୋଜାଖୋଜି ପରେ ମଧ୍ୟ କୌଣସି ପତ୍ତା ମିଳିପାରୁ ନଥିଲା। ଶେଷରେ ନିଜ ଘର କୂଅରୁ ମୃତଦେହ ଉଦ୍ଧାର କରାଯାଇଛି। ମୟୂରଭଞ୍ଜ ଜିଲ୍ଲା ଶୁଳିଆପଦା ଥାନା ଅନ୍ତର୍ଗତ ଦିନିଆ ଗାଁରେ ଏହି ଘଟଣା ଘଟିଛି। ମୃତ ମହିଳା ହେଉଛନ୍ତି ବାଘଡା ସରପଞ୍ଚ ଝାଡେଶ୍ୱର ମାରାଣ୍ଡିଙ୍କ ପତ୍ନୀ ସାରଦା ମାରାଣ୍ଡି।
ସୂଚନା ଅନୁସାରେ, ଗତ ରବିବାର ଦିନ ଠାରୁ ସାରଦା ଘରୁ କୁଆଡ଼େ ଯାଇ ଆଉ ଫେରି ନଥିଲେ। ବହୁ ଖୋଜାଖୋଜି ପରେ ମଧ୍ୟ ତାଙ୍କର କୌଣସି ପତ୍ତା ମିଳିପାରୁ ନଥିଲା। ଗୁରୁବାର ଦିନ ଝାଡେଶ୍ୱର ନିଜ ଘର ପଛ ପରିତ୍ୟକ୍ତ କୂଅ ଆଡ଼କୁ ଯାଇଥିବା ବେଳେ ପ୍ରବଳ ଦୁର୍ଗନ୍ଧ ହେବାରୁ ସନ୍ଦେହ ହୋଇଥିଲା। ଏହାପରେ କୂଅରେ ପତ୍ନୀ ସାରଦାଙ୍କ ମୃତଦେହ ଭାସୁଥିବା ସେ ଦେଖିବାକୁ ପାଇଥିଲେ। ଏନେଇ ସେ ଶୁଳିଆପଦା ଥାନାରେ ଖବର ଦେଇଥିଲେ।
ଖବର ପାଇ ଶୁଳିଆପଦା ପୋଲିସ୍, ଅଗ୍ନିଶମ ବିଭାଗ ଓ ସାଇଣ୍ଟିଫିକ ଟିମ୍ ଘଟଣାସ୍ଥଳରେ ପହଞ୍ଚିଥିଲେ। ଅଗ୍ନିଶମ କର୍ମଚାରୀ କୂଅ ଭିତରୁ ମୃତଦେହ ଉଦ୍ଧାର କରିଥିଲେ। ଘଟଣାକୁ ନେଇ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯିବା ସହ ଶବ ବ୍ୟବଚ୍ଛେଦ ପାଇଁ ବାରିପଦା ମେଡିକାଲ୍କୁ ପଠା ଯାଇଥିଲା। ସାରଦାଙ୍କୁ ହତ୍ୟା କରି କିଏ କୂଅରେ ଫିଙ୍ଗିଛି ନା ସେ ଆତ୍ମହତ୍ୟା କରିଛନ୍ତି, ତାହା ପୋଷ୍ଟମର୍ଟମ ରିପୋର୍ଟ ଆସିଲା ପରେ ହିଁ ଜଣାପଡ଼ିବ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/s_1671247143.jpg)