Advertisment

ସମ୍ବଲପୁର ବିଶ୍ୱବିଦ୍ୟାଳୟରେ ଦୁଇ ଦିନରେ ଦୁଇଟି ପ୍ରଶ୍ନପତ୍ର ଲିକ୍, ସନ୍ଦେହଘେରରେ ଏକଜାମିନର

ଗଲାକାଲି ଏଜୁକେସନ୍ ଅନର୍ସ, ଆଉ ଆଜି ଫିଜିକ୍ସ।

ଅଦ୍ୟତନ ହୋଇଛି
Sambalpur University

Sambalpur University

Advertisment

ସମ୍ବଲପୁର ୟୁନିଭର୍ସିିଟିରେ ଆଜି ପୁଣି ପ୍ରଶ୍ନପତ୍ର ଲିକ୍। ଗତକାଲି ଏଜୁକେସନ ପରେ ଆଜି ଫିଜିକ୍ସ ପ୍ରଶ୍ନପତ୍ର ପ୍ରଘଟ ହେବା ପରେ ଚକିତ ହୋଇଛନ୍ତି କଲେଜ କର୍ତ୍ତୃପକ୍ଷ ଓ ଛାତ୍ରଛାତ୍ରୀ। ଯଦିଓ ଏ ଦୁଇଟି ଯାକ ବିଷୟରେ ଆଉ ଥରେ ପରୀକ୍ଷା ପାଇଁ ନୂଆ ତାରିଖ ଘୋଷଣା ହୋଇଛି, ତେବେ ଲାଗ ଲାଗ ପ୍ରଶ୍ନପତ୍ର ଲିକକୁ ନେଇ ଜଣେ ଏକଜାମିନରଙ୍କ ଉପରେ ସନ୍ଦେହ କରିଛନ୍ତି କୁଳପତି। କହିଛନ୍ତି ତଦନ୍ତ ବେଳେ ସଂପୃକ୍ତି ଜଣାପ଼ଡିଲେ କଡ଼ା କାର୍ଯ୍ୟାନୁଷ୍ଠାନ ହେବ। ସେପଟେ ବାରମ୍ବାର ଏଭଳି ଘଟଣାକୁ ନେଇ ପରିକ୍ଷାର୍ଥୀଙ୍କ ମଧ୍ୟରେ ତେଜିଲାଣି ଅସନ୍ତୋଷ।

Advertisment

ଗଲାକାଲି ଏଜୁକେସନ୍ ଅନର୍ସ, ଆଉ ଆଜି ଫିଜିକ୍ସ। ଦୁଇ ଦିନରେ ଲାଗ୍ ଲାଗ୍ ଦୁଇ ଦୁଇଟି ଗୁରୁତ୍ୱପୂର୍ଣ୍ଣ ବିଷୟର ପ୍ରଶ୍ନପତ୍ର ଲିକ୍। ସମ୍ବଲପୁର ବିଶ୍ୱବିଦ୍ୟାଳୟର ପ୍ଲସ୍ ଥ୍ରୀ ଶେଷ ବର୍ଷ ପରୀକ୍ଷାରେ ଏଭଳି ବିଭ୍ରାଟକୁ ନେଇ ସୃଷ୍ଟି ହୋଇଛି ହଇଚଇ। ଏମିତିକି ଏ ଦୁଇ ବିଷୟର ପରୀକ୍ଷାକୁ ମଧ୍ୟ ବାତିଲ୍ କରାଯାଇଛି। ବିଶ୍ୱବିଦ୍ୟାଳୟ ପରୀକ୍ଷା ନିୟନ୍ତ୍ରକ ମାନିଛନ୍ତି ଭାଇରାଲ ହୋଇଥିବା ପ୍ରଶ୍ନପତ୍ର ଅରିଜିନାଲ। ତେଣୁ ଆଜି ଅନୁଷ୍ଠିତ ହେବାକୁ ଥିବା ଫିଜିକ୍ସ ପରୀକ୍ଷା କ୍ୟାନସଲ୍ କରାଯାଇଛି। ଏଥିସହ ପ୍ରଶ୍ନପତ୍ର ଲିକ୍ ହୋଇଥିବା ସମସ୍ତ ବିଷୟରେ ପୁନଃ ପରୀକ୍ଷା ପାଇଁ ତାରିଖ ବି ଘୋଷଣା ହୋଇଛି।

ଜୁଲାଇ ୧୯ରେ ଏଜୁକେସନ୍ ଓ ୨୦ରେ ଫିଜିକ୍ସ ପେପର-୨ର ସାନି ପରୀକ୍ଷା ହେବ ବୋଲି ସୂଚନା ଦେଇଛନ୍ତି। ଏଗଜାମିନେସନ କଣ୍ଟ୍ରୋଲର୍ ସେହିପରି ଆସନ୍ତା ୧୮ ତାରିଖରେ ହେବାକୁ ଥିବା ଫିଜିକ୍ସ ପ୍ରଶ୍ନପତ୍ର ବି ଭାଇରାଲ୍ ହୋଇଥିବା ଅଭିଯୋଗ ହୋଇଛି। ସେପଟେ ବାରମ୍ବାର ପ୍ରଶ୍ନପତ୍ର ଲିକ୍ ଓ ପରୀକ୍ଷା ବାତିଲ୍‌କୁ ନେଇ ତେଜିଲାଣି ସମ୍ବଲପୁର ବିଶ୍ୱବିଦ୍ୟାଳୟ ଅଧିନରେ ଆସୁଥିବା ବିଭିନ୍ନ କଲେଜର ପରୀକ୍ଷାର୍ଥୀଙ୍କ ଅସନ୍ତୋଷ। ବରଗଡ଼ ପଞ୍ଚାୟତ ମହାବିଦ୍ୟାଳୟର କଲେଜ ବାହାରେ ଯୁକ୍ତ ତିନି ଶେଷ ବର୍ଷ ଛାତ୍ରଛାତ୍ରୀଙ୍କ ବିକ୍ଷୋଭ ସାଙ୍ଗକୁ ସମ୍ବଲପୁର ୟୁନିଭରସିଟି କର୍ତ୍ତୃପକ୍ଷଙ୍କ ବିରୋଧରେ ନାରାବାଜି କରିଛନ୍ତି।

Advertisment

ତେଣେ ଦୁଇ ଦିନରେ ୨ଟି ବିଷୟରେ ପ୍ରଶ୍ନପତ୍ର ଲିକ୍ ଘଟଣାକୁ ନେଇ ଚକିତ ହୋଇଛନ୍ତି ସମ୍ବଲପୁର ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ। ଏନେଇ ବୁର୍ଲା ଥାନା ସହ ସମ୍ବଲପୁର ସାଇବର ଥାନାରେ ବି ଲିଖିତ ଅଭିଯୋଗ ହୋଇଛି। ପୋଲିସ୍ ପକ୍ଷରୁ ଘଟଣାର ତଦନ୍ତ ବି ଆରମ୍ଭ ହୋଇଛି। ତେବେ ପ୍ରଶ୍ନପତ୍ର ପ୍ରଘଟକୁ ନେଇ ସାଂଘାତିକ ସୂଚନା ଦେଇଛନ୍ତି ସମ୍ବଲପୁର ବିଶ୍ୱବିଦ୍ୟାଳୟ କୁଳପତି ସଂଜୀବ ମିତ୍ତଲ। ଏମିତିକି ୟା ପଛରେ କୁଚିଣ୍ଡା କଲେଜର ଜଣେ ଏକଜାମିନରଙ୍କ ହାତ ଥିବା ସେ ସନ୍ଦେହ କରିଛନ୍ତି।

କହିଛନ୍ତି-ଲିକ୍ ହୋଇଥିବା ଉଭୟ ପ୍ରଶ୍ନପତ୍ର ଦାୟିତ୍ୱରେ ସଂପୃକ୍ତ ଏକଜାମିନର ଥିଲେ। ସଂପୃକ୍ତ ଏକଜାମିନର ଓ ତାଙ୍କ କଲେଜ ଅଧ୍ୟକ୍ଷଙ୍କୁ ଡକାଯାଇଛି। ଯାହାର ପୁଙ୍ଖାନୁପୁଙ୍ଖ ତଦନ୍ତ ହେବ। ତଦନ୍ତରେ ସଂପୃକ୍ତି ଧରାପଡ଼ିଲେ କାର୍ଯ୍ୟାନୁଷ୍ଠାନ ହେବ। ସଂପୃକ୍ତ ବ୍ୟକ୍ତିଙ୍କୁ ଆଉ କୌଣସି ପରୀକ୍ଷା କାର୍ଯ୍ୟରେ ସାମିଲ କରାଯିବନି। ଏଥିସହ ବାକି ଥିବା ପରୀକ୍ଷା ଗୁଡ଼ିକ ଆଉ ପୂର୍ବପ୍ରସ୍ତୁତ ପ୍ରଶ୍ନପତ୍ରରେ ହେବ ନାହିଁ ବୋଲି ବି ସ୍ପଷ୍ଟ କରିଛନ୍ତି କୁଳପତି। ଏଥିପାଇଁ ସାନି ପ୍ରଶ୍ନପତ୍ର କରାଯିବ ଓ ଇ-ମେଲରେ କଲେଜକୁ ପଠାଯିବ। ପରୀକ୍ଷାର ଘଣ୍ଟାଏ ପୂର୍ବରୁ ପ୍ରଶ୍ନପତ୍ର ପଠାଯିବ, କଲେଜରେ ପ୍ରିଣ୍ଟଆଉଟ ବାହାରିବ। ଯାହାକୁ ପିଲାମାନଙ୍କୁ ବଣ୍ଟାଯିବ। ଏବେ ଅପେକ୍ଷା, କେତେଶୀଘ୍ର ସାମ୍ନାକୁ ଆସୁଛି ସମ୍ବଲପୁର ବିଶ୍ୱବିଦ୍ୟାଳୟରେ ପ୍ରଶ୍ନପତ୍ର ଲିକ୍ ଘଟଣା ପଛର ଚେହେରା ?

Advertisment

ରିପୋର୍ଟ: ସଞ୍ଜୟ ଜେନା, ଦୀପକ ଶର୍ମା, ଦେବେନ୍ଦ୍ର ବେହେରା

Sambalpur University Question Paper Leaked
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ