Sambalpur Loot
ସମ୍ବଲପୁରରେ ରାତିରେ ବୁଲୁଛନ୍ତି ମୁଖା ପିନ୍ଧା ଚୋର ଗ୍ୟାଙ୍ଗ । ବିଳମ୍ବିତ ରାତିରେ ସେମାନେ ବିଭିନ୍ନ ଘରକୁ ଘର ପଶୁଛନ୍ତି । ସିସିଟିଭିରେ କଏଦ ହୋଇଛି ଗ୍ୟାଙ୍ଗ ବୁଲୁଥିବାର ଭିଡିଓ । ଘରର ଗ୍ରିଲ୍ ଏବଂ ଗେଟ କାଟି ଚୋରୀ କରୁଛନ୍ତି । ବିଶେଷ କରି ସହରର ଜଗନ୍ନାଥ କଲୋନୀରେ କ୍ରମାଗତ ଭାବେ ଚୋରି ପରେ ଏବେ ଭୟଭୀତ ଅବସ୍ଥାରେ କଲୋନୀ ବାସିନ୍ଦା । ସେପଟେ ପୋଲିସ କହୁଛି, ତଦନ୍ତ ଚାଲିଛି ।
ଅଧରାତିରେ ମୁଖା ପିନ୍ଧି ଆସୁଛନ୍ତି .. ଘରର ଗ୍ରୀଲ କାଟି ଭିତରେ ପଶୁଛନ୍ତି । ନିମିଷକେ ଭିତରେ କଳା କନା ବୁଲାଇଦେଉଛନ୍ତି । ସପ୍ତାହେ ହେଲା ଆତଙ୍କିତ, ଭୟଭୀତ ଲୋକେ । ସମ୍ବଲପୁର ସହରରେ ରାତି ହେଲେ ମାତୁଛନ୍ତି ମୁଖାପିନ୍ଧା ଚୋର ଗ୍ୟାଙ୍ଗ । ବିଭିନ୍ନ ସ୍ଥାନରେ ରେକି କରୁଛନ୍ତି, ବିଳମ୍ବିତ ରାତିରେ ଘରର ଗ୍ରୀଲ କାଟି ଭିତରେ ପଶି ଚୋରି କରୁଛନ୍ତି ।
ସହରର ଜଗନ୍ନାଥ କଲୋନୀରେ କ୍ରମାଗତ ଭାବେ ଚୋରି ପରେ ଏବେ ଚିନ୍ତାରେ ସେଠିକା ଲୋକେ । ସିସିଟିଭି ଫୁଟେଜରେ ଦେଖିବାକୁ ମିଳୁଛି କି, ୪ ଜଣ ଚୋର କିପରି ନିଜ ମୁହଁକୁ କପଡାରେ ଘୋଡାଇ ରାତି ପ୍ରାୟ ୨ଟା ବେଳେ ଅତି ସନ୍ତର୍ପଣର ସହ କଲୋନୀରେ ପଶୁଛନ୍ତି, ଆଉ ଚୋରି କରୁଛନ୍ତି ।
ଗଲା ସପ୍ତାହେ ମଧ୍ୟରେ କେବଳ ଜଗନ୍ନାଥ କଲୋନୀ ଅଞ୍ଚଳରୁ ଚୋରି ହେଲାଣି ୩ ଥର । ଯାହାକୁ ନେଇ ଚିନ୍ତିତ କଲୋନୀ ବାସିନ୍ଦା । ଚୋର ମାନେ ସାକ୍ଷୀପଡ଼ା ପଟୁ ରେଳୱେ ଅଣ୍ଡରପାସ ରାସ୍ତା ଦେଇ ଜଗନ୍ନାଥ କଲୋନୀକୁ ପଶୁଥିବା ବେଳେ ରାତ୍ରୀକାଳୀନ ପୋଲିସ ପାଟ୍ରୋଲିଂ ଦାବି କରିଛନ୍ତି ଲୋକେ ।
ଏନେଇ ସମ୍ବଲପୁର ସଦର SDPO କହିଛନ୍ତି, ଚୋରି ନେଇ ଅଭିଯୋଗ ପରେ ତଦନ୍ତ ଆରମ୍ଭ ହୋଇଛି । ଏହାସହ ରେଲୱେ ଅଣ୍ଡରପାସ ପାଖରେ ପୋଲିସ ମୁତୟନ କରାଯିବ ବୋଲି ସେ ପ୍ରତିଶ୍ରୁତି ଦେଇଛନ୍ତି । କିଛି ବର୍ଷ ପୂର୍ବରୁ ଏଭଳି ସମାନ ଢଙ୍ଗରେ ଚୋର ଗ୍ୟାଙ୍ଗ ଲୁଟ୍ ପରେ ଟ୍ରେନ ଲାଇନ ଦେଇ ଫେରାର ହୋଇ ଯାଉଥିଲେ । ଏଣୁ ଏମାନେ ସେଇ ଗ୍ରୁପ୍ କି ନୁହେଁ ତଦନ୍ତ ଜାରି ରହିଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1727792239.jpg)