Advertisment

Harassing girl student: ଆଉ ଜଣେ ଅଧ୍ୟାପକ ଗିରଫ

ସମ୍ବଲପୁର GM ବିଶ୍ବବିଦ୍ୟାଳୟରେ ଛାତ୍ରୀ ନିର୍ଯାତନା ଅଭିଯୋଗରେ ବନ୍ଧା ହୋଇଛନ୍ତି ଜଣେ ଅଧ୍ୟାପକ। ଗିରଫ ଅଧ୍ୟାପକ ଶିକ୍ଷା ବିଭାଗର ଆସିଷ୍ଟାଣ୍ଟ ପ୍ରଫେସର ଗୋପୀକାନ୍ତ ସୁନା। ତାଙ୍କ ବିରୋଧରେ ଛାତ୍ରୀ ନିର୍ଯାତନା ଅଭିଯୋଗ ଆଣିଛନ୍ତି।

ଅଦ୍ୟତନ ହୋଇଛି
ଆଉ ଜଣେ ଅଧ୍ୟାପକ ଗିରଫ

ଆଉ ଜଣେ ଅଧ୍ୟାପକ ଗିରଫ

Advertisment

() ବାଲେଶ୍ବର ଘଟଣା ମନରୁ ନଲିଭୁଣୁ ଆଉ ଏକ ସାଂଘାତିକ ଅଭିଯୋଗ ଆସିଛି। ତା ବି ଶିକ୍ଷାନୁଷ୍ଠାନରୁ। ସମ୍ବଲପୁର GM ବିଶ୍ବବିଦ୍ୟାଳୟରେ ଛାତ୍ରୀ ନିର୍ଯାତନା ଅଭିଯୋଗରେ ବନ୍ଧା ହୋଇଛନ୍ତି ଜଣେ ଅଧ୍ୟାପକ। ଗିରଫ ଅଧ୍ୟାପକ ଶିକ୍ଷା ବିଭାଗର ଆସିଷ୍ଟାଣ୍ଟ ପ୍ରଫେସର ଗୋପୀକାନ୍ତ ସୁନା। ତାଙ୍କ ବିରୋଧରେ ଛାତ୍ରୀ ନିର୍ଯାତନା ଅଭିଯୋଗ ଆଣିଛନ୍ତି। ବିବାହ ପ୍ରତିଶ୍ରୁତି ଦେଇ ଅଧ୍ୟାପକ ଜଣକ ତାଙ୍କ ସହ ଯୌନ ନିର୍ଯାତନା ଦେଇଥିବା ଅଭିଯୋଗ ହୋଇଛି। ଏଭଳି ସାଂଘାତିକ ଅଭିଯୋଗ ଆସିବା ପରେ ପୋଲିସ୍ ଆକ୍ସନ୍ ମୁଡ୍ କୁ ଆସିଛି। ତୁରନ୍ତ ଅଭିଯୁକ୍ତ ଆସିଷ୍ଟାଣ୍ଟ ପ୍ରଫେସର ଗୋପୀକାନ୍ତ ସୁନାଙ୍କୁ ଗିରଫ କରାଯାଇଛି। ଏନେଇ ସମ୍ବଲପୁର ଏସପି ସୂଚନା ଦେଇଛନ୍ତି।

Advertisment

() ବାଲେଶ୍ବର ଫକିର ମୋହନ କଲେଜରେ ଛାତ୍ରୀଙ୍କ ମୃତ୍ୟୁ ମାମଲାକୁ ନେଇ ସାରା ଦେଶରେ ଚହଳ ସୃଷ୍ଟି କରିଛି। ଘଟଣାକୁ ନେଇ ଜାତୀୟ ରାଜନୀତି ବି ତେଜିଛି। କଲେଜର ଶିକ୍ଷା ବିଭାଗର ମୁଖ୍ୟ ଆସିଷ୍ଟାଣ୍ଟ ପ୍ରଫେସର୍ ସମୀର ସାହୁଙ୍କ ବିରୋଧରେ ଛାତ୍ରୀ ଅଭିଯୋଗ ଆଣିଥିଲେ। ଏବେ ସମ୍ବଲପୁରରୁ ପୁଣି ଥରେ ସେଇ ଶିକ୍ଷା ବିଭାଗର ଅଧ୍ୟାପକଙ୍କ ନାଁରେ ଅଭିଯୋଗ ଆଣିଛନ୍ତି ଛାତ୍ରୀ । ସବୁଠୁ ବଡ଼ କଥା ହେଲା ଏହି ମାମଲାରେ ପୋଲିସ୍ ଆଦୌ ବିଳମ୍ବ ନକରି ତୁରନ୍ତ ଆକ୍ସନ୍ ନେଇଛି। ସେପଟେ ଘଟଣାକୁ ନେଇ ଅଭିଯୁକ୍ତ ଆସିଷ୍ଟାଣ୍ଟ ପ୍ରଫେସର ଗୋପୀକାନ୍ତ ସୁନାଙ୍କ ପ୍ରତିକ୍ରିୟା ମିଳିପାରିନି। 

Odisha Sambalpur Crime Against Women Crime Rate Odisha Odisha Crime Baleswar
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ