Advertisment

Suspended After Arrest: ବନ୍ଧାହେଲେ, ନିଲମ୍ବିତ ହେଲେ...ଛାତ୍ରୀଙ୍କୁ ଯୌନଶୋଷଣ ଅଭିଯୋଗ

ଗୁରୁ ନାଁରେ କଳଙ୍କ ବୋଳିଥିବା ସୁନା ସାର୍ ଙ୍କୁ ଗତରାତିରେ ପୋଲିସ ଗିରଫ କରିଥିବା ବେଳେ, ତାଙ୍କୁ ସସପେଣ୍ଡ୍ କରିଛନ୍ତି କୁଳପତି। ନିଲମ୍ବନ ସମୟରେ ସେ ପିଜି କାଉନସିଲ ଅଧ୍ୟକ୍ଷଙ୍କ କାର୍ଯ୍ୟାଳୟରେ କାମ କରିବେ ।

ଅଦ୍ୟତନ ହୋଇଛି
Suspended After Arrest

Suspended After Arrest

Advertisment

ପଦାରେ ପଡ଼ିଲା ଆଉ ଜଣେ ଗୁରୁଙ୍କ କଳା କାରନାମା । ବନ୍ଧାହେଲେ, ନିଲମ୍ବିତ ହେଲେ ଆଉ ଜଣେ କଳଙ୍କିତ ଗୁରୁ। ପୁଣି ସେଇ ଏଜୁକେସନ୍ ଡିପାର୍ଟମେଣ୍ଟ, ପୁଣି ସେଇ ଇଣ୍ଟିଗ୍ରେଟେଡ୍ ବିଇଡି। ବାଲେଶ୍ବର ଏଫଏମ୍ କାଣ୍ଡକୁ ନେଇ ସାରା ରାଜ୍ୟରେ ହୁଲସ୍ତୁଲ ପଡ଼ିଥିବା ବେଳେ, ସମ୍ବଲପୁର ଗଙ୍ଗାଧର ମେହେର୍ ବିଶ୍ବବିଦ୍ୟାଳୟରୁ ସାମ୍ନାକୁ ଆସିଛି ଆଉ ଏକ ସାଂଘାତିକ ଅଭିଯୋଗ।

Advertisment

ଛାତ୍ରୀଙ୍କୁ ଯୌନଶୋଷଣ ଅଭିଯୋଗରେ ସ୍କୁଲ୍ ଅଫ୍ ଏଜୁକେସନ୍ ଆସିଷ୍ଟାଣ୍ଟ୍ ପ୍ରଫେସର୍ ଗୋପୀକାନ୍ତ ସୁନାଙ୍କୁ ଗିରଫ କରିଛି ପୋଲିସ। ଇଣ୍ଟିଗ୍ରେଟେଡ୍ ବିଇଡି ଦ୍ବିତୀୟ ବର୍ଷର ଜଣେ ଛାତ୍ରୀଙ୍କୁ ବିବାହ ପ୍ରତିଶ୍ରୁତି ଦେଇ ଶାରୀରିକ ସଂପର୍କ ରଖିଥିଲେ । ପରେ ସେ ବିବାହ ପାଇଁ ମନା କରିଦେଇଥିବା ଅଭିଯୋଗ ହୋଇଛି ।

ଏନେଇ ମହିଳା ଥାନାରେ ପୀଡ଼ିତା ଅଭିଯୋଗ କରିବା ପରେ, ସେ ଅନ୍ୟ ଛାତ୍ରୀଙ୍କୁ ବି ପଦବୀର ଅପବ୍ୟବହାର କରି ଯୌନ ଶୋଷଣ କରୁଥିବା ଅଭିଯୋଗ ହୋଇଛି।

Advertisment

ଗୁରୁ ନାଁରେ କଳଙ୍କ ବୋଳିଥିବା ସୁନା ସାର୍ ଙ୍କୁ ଗତରାତିରେ ପୋଲିସ ଗିରଫ କରିଥିବା ବେଳେ, ତାଙ୍କୁ ସସପେଣ୍ଡ୍ କରିଛନ୍ତି କୁଳପତି। ନିଲମ୍ବନ ସମୟରେ ସେ ପିଜି କାଉନସିଲ ଅଧ୍ୟକ୍ଷଙ୍କ କାର୍ଯ୍ୟାଳୟରେ କାମ କରିବେ ଏବଂ ୟୁନିଭର୍ସିଟି ରେଜିଷ୍ଟ୍ରାରଙ୍କ ବିନା ଅନୁମତିରେ ସହର ଛାଡ଼ି ଯାଇପାରିବେନି ବୋଲି ନିର୍ଦ୍ଦେଶ ଦିଆଯାଇଛି।

Sambalpur Gangadhar Meher University
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ