Advertisment

Mafia Violence: ସାଳନ୍ଦୀ ନଦୀ ଗର୍ଭରୁ ଧୁମ୍ ଲୁଟୁଛନ୍ତି ବାଲି, ମାଫିଆଙ୍କ ଦୌରାତ୍ମ୍ୟର ଅନ୍ତ କେବେ ?

ପ୍ରତିଦନ ଏହି ପରି ବେଧଡକ ବାଲି ଖୋଳା ଯାଉଥିବାରୁ ନଦୀର ଗତି ପଥରେ ପରିବର୍ତ୍ତନ ଘଟି ସାମାନ୍ୟ ବର୍ଷା ହେଲେ ନଦୀ ବଢି ପାଣି ଗାଁ ମଧ୍ୟକୁ ପଶି ଆସି ଲୋକ ମାନଙ୍କର ବ୍ୟାପକ କ୍ଷତି ପହଁଚାଉଛି । ଆହୁରି ମଧ୍ୟ ବାଲି ମାଫିଆ ମାନେ ନଦୀ ତଟକୁ ଦୁଇ ତିନି ମଣିଷ ଲେଖାଏଁ ଖୋଳି ଦେବା ଦ୍ୱାରା ବଡ଼ ବଡ଼ ଗର୍ତ୍ତମାନ ସୃଷ୍ଟି ହେବା ସହ ବିଭିନ୍ନ ସମୟରେ ଗୃହପାଳିତ ପଶୁ ମାନେ ଏଥିରେ ଖସିପଡି ଖଣ୍ଡିଆ ଖାବରା ହେଉଥିବାର ନଜିର ରହିଛି l

ଅଦ୍ୟତନ ହୋଇଛି
ବାଲି ମାଫିଆଙ୍କ ଦୌରାତ୍ମ୍ୟ

ବାଲି ମାଫିଆଙ୍କ ଦୌରାତ୍ମ୍ୟ

Advertisment

ଭଦ୍ରକ ଆଗରପଡ଼ା ଅଞ୍ଚଳରୁ ସାଳନ୍ଦୀ ନଦୀରୁ ବେଧଡକ ଭାବେ ଲୁଟ୍ ହେଉଛି ବାଲି l ବେଫିକର୍ ଭାବେ ମନଇଚ୍ଛା ବାଲି ଲୁଟି ମାଫିଆ ହେଉଛନ୍ତି ମାଲେମାଲ୍ ଆଉ ଯିଏ ବିରୋଧ କରୁଛି ତାକୁ ଦେଖାଉଛନ୍ତି ନାଲି ଆଖି l ସେପଟେ ସରକାରଙ୍କ ରାଜସ୍ୱ ହାନୀ ହେଉଥିବା ବେଳେ ମାଫିଆଙ୍କ ଦୌଦାତ୍ମ୍ୟ ଏତେ ବଢ଼ିଗଲାଣି ଯେ ପ୍ରଶାସନ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବାକୁ ସେତେଟା ଆଗଭର ହେଉନଥିବା ଅଭିଯୋଗ ହୋଇଛି। ବାଲି ମାଫିଆଙ୍କ ପାଇଁ ଧୀରେ ଧୀରେ ଗାଁ ଲୋକେ ଠେଲି ହେଉଛନ୍ତି ବିପଦ ମୁହଁକୁ।

Advertisment

ସାଳନ୍ଦୀ ନଦୀରୁ ଧୁମ୍ ଲୁଟୁଛନ୍ତି ବାଲି l ଦିନ ଦ୍ୱୀପ୍ରହରରେ ମେସିନ୍ ଲଗାଇ ବୋହି ନେଉଛନ୍ତି ଶହ ଶହ ଟ୍ରିପ୍ ବାଲି l ବେଫିକର୍ ଭାବେ ସରକାରୀ ନିୟମକୁ ଫୁ କରି ଚାଲିଛି ବାଲି ଖନନ l କିଏ ଦେଉଚି ବାଲି ମାଫିଆଙ୍କୁ ସୁରକ୍ଷା l କାହା ବଳରେ ବଳିଆନ୍ ବାଲି ମାଫିଆ l ବେଆଇନ ବାଲି ଖନନ ଉପରେ କେବେ ଲାଗିବ ରୋକ୍ l ବନ୍ତ ତହସିଲ ଅନ୍ତର୍ଗତ ଆଗରପଡ଼ା, ଗୋପିନାଥପୁର, ମହାନ୍ତିପଡ଼ା, ଚାରିଗାଁ ଏବଂ ଅଣିଜୋ ଆଦି ପଞ୍ଚାୟତରେ ସାଳନ୍ଦୀ ନଦୀରୁ ଦୀର୍ଘ ଦିନ ଧରି ବେଆଇନ ଭାବେ ମାଫିଆ ମାନେ ଦିନ ଦ୍ୱିପ୍ରହରରେ ବାଲି ଖୋଳି ଚାଲାଣ କରୁଛନ୍ତି l

ସରକାରଙ୍କ ପ୍ରଦତ୍ତ ନିୟମକୁ ଫୁ କରି ପୂର୍ବପରି ରାଜସ୍ୱ ବିଭାଗ କର୍ମଚାରୀଙ୍କ ଜ୍ଞାତ ସାରରେ ଦିନ ଦ୍ୱିପ୍ରହରରେ ଖୋଲାଖୋଲି ଭାବେ ନିର୍ଦ୍ଧାରିତ ନିୟମ ଠାରୁ ଅଧିକ ବାଲି ଖୋଳାଯାଇ ଟ୍ରାକ୍ଟର ଓ ଟ୍ରକରେ ଅନ୍ୟ ସ୍ଥାନକୁ ଚାଲାଣ ହେଉଥିବା ଅଭିଯୋଗ ହୋଇଛି l ବିଭାଗୀୟ ଉଚ୍ଚପଦସ୍ଥ ଅଧିକାରୀ ଏଥିପ୍ରତି କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକଲେ ଆଗାମୀ ଦିନରେ କିଛି ନଦୀ ପଠାରେ ଥିବା ଗାଁ ସାଳନ୍ଦୀ ନଦୀ ଗର୍ଭରେ ଲୀନ ହେବା ସୁନିଶ୍ଚିତ ବୋଲି ପରିବେଶବିତ ମତ ପ୍ରକାଶ କରିଛନ୍ତି।

Advertisment

ପ୍ରତିଦନ ଏହି ପରି ବେଧଡକ ବାଲି ଖୋଳା ଯାଉଥିବାରୁ ନଦୀର ଗତି ପଥରେ ପରିବର୍ତ୍ତନ ଘଟି ସାମାନ୍ୟ ବର୍ଷା ହେଲେ ନଦୀ ବଢି ପାଣି ଗାଁ ମଧ୍ୟକୁ ପଶି ଆସି ଲୋକ ମାନଙ୍କର ବ୍ୟାପକ କ୍ଷତି ପହଁଚାଉଛି । ଆହୁରି ମଧ୍ୟ ବାଲି ମାଫିଆ ମାନେ ନଦୀ ତଟକୁ ଦୁଇ ତିନି ମଣିଷ ଲେଖାଏଁ ଖୋଳି ଦେବା ଦ୍ୱାରା ବଡ଼ ବଡ଼ ଗର୍ତ୍ତମାନ ସୃଷ୍ଟି ହେବା ସହ ବିଭିନ୍ନ ସମୟରେ ଗୃହପାଳିତ ପଶୁ ମାନେ ଏଥିରେ ଖସିପଡି ଖଣ୍ଡିଆ ଖାବରା ହେଉଥିବାର ନଜିର ରହିଛି l

କ୍ରମଶଃ ନଦୀର ଗତିପଥ ବଦଳିି ଜନବସତି ଆଡକୁ ମାଡି ଆସୁଛି । ଏହାର ମୁଖ୍ୟ କାରଣ ନଦୀ ପଠାରେ ବେଆଇନ ଭାବେ ଗଢି ଉଠୁଥିବା ଇଟା ଭାଟି ଓ ବାଲି ଖନନ l ସାଳନ୍ଦୀ ନଦୀର ପାଶ୍ୱର୍ରେ ଥିବା କାଣ୍ଡବା, ସାହୁପଡା, ଶ୍ରୀରାମପୁର, ଅମରସିଂହପୁର, ଚାରିଗାଁ, ଚକ୍ରାପାଢୀ, ଅଣିଜୋ, ଇଟୁଆ, ବିରିଡିହି ଆଦି ଗ୍ରାମ ଗୁଡିକରେ ଅବାଧ ବାଲି ଖନନ ଯୋଗୁଁ ଆଗକୁ ସାଳନ୍ଦୀ ନଦୀରେ ଲୀନ ହେବାର ଆଶଙ୍କା ସୃଷ୍ଟି ହୋଇଛି l ସାଳନ୍ଦୀକୁ ମାଫିଆଙ୍କ କବଳରୁ ରକ୍ଷା କରିବା ପାଇଁ ବିଭାଗୀୟ ଅଧିକାରୀ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଜରୁରୀ ହୋଇପଡ଼ିଛି l

Advertisment

ସେପଟେ ଦିନକୁ ଦିନ ଅବାଧରେ ଏହି କାରବାର ବଢ଼ି ଚାଲିଥିବା ବେଳେ ମାଫିଆଙ୍କ ପାଇଁ ଆଗରପଡ଼ା ଅଞ୍ଚଳ ଚରାଭୂଇଁ ପାଲଟିଥିବା ଚର୍ଚ୍ଚା ହେଉଛି l ଅନ୍ୟପଟେ ଏନେଇ ଅଭିଯୋଗ ପରେ କ୍ୟାମେରା ସାମ୍ନାରେ ମୁହଁ ଖୋଲି ନାହାଁନ୍ତି ଜିଲ୍ଲାର ଖଣି ଉପନିର୍ଦ୍ଦେଶକ କାର୍ଯ୍ୟାଳୟର ଅଧିକାରୀ l ଜିଲ୍ଲାପାଳ ଦିଲ୍ଲୀପ ରାଉତରାରାୟ କହିଛନ୍ତି ନିଶ୍ଚିତ ଭାବରେ ପଦକ୍ଷେପ ନିଆଯିବ। ଭଦ୍ରକ ଜିଲ୍ଲାର ଲାଇଫଲାଇନ ସାଳନ୍ଦୀ ନଦୀ ପାଇଁ ସ୍ଵତନ୍ତ୍ର ପଦକ୍ଷେପ ନିଆଯିବା ସହ ଲୋକଙ୍କୁ ସଚେତନ କରାଯିବ । ଏଥିପାଇଁ ସ୍ବତନ୍ତ୍ର ପଦକ୍ଷେପ ନିଆଯିବ, ଯାହା ଫଳରେ ଏହାର ସୁରକ୍ଷା ଦୁଇଗୁଣିତ ହୋଇପାରିବ।

Sand Mafia Illegal Sand Transportation Violence
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ