Advertisment

ରାଜଧାନୀରେ ପୁଳା ପୁଳା ଟଙ୍କା; ଏୟାରପୋର୍ଟରୁ ଜବତ ହେଲା ୭୫ଲକ୍ଷ

ଆଗକୁ ନିର୍ବାଚନ ଥିବା ବେଳେ ଏତେ ପରିମାଣର ଟଙ୍କା ଜବତ ହେବା ସନ୍ଦେହ ସୃଷ୍ଟି କରିଛି । ଜଣେ ପ୍ରତିଷ୍ଠିତ ବ୍ୟବସାୟୀଙ୍କର ଏହି ଟଙ୍କା ବୋଲି ସୂଚନା ମିଳିଛି । ଜବତ ହୋଇଥିବା ଟଙ୍କାକୁ ସିଜ୍ କରି ଅଧିକ ତଦନ୍ତ କରୁଛି ଆୟକର ବିଭାଗ ।

ଅଦ୍ୟତନ ହୋଇଛି
Cash Seized From Bhubaneswar Airport

Cash Seized

Advertisment

ଭୁବନେଶ୍ୱର ବିମାନବନ୍ଦରରୁ ପୁଳାପୁଳା ଟଙ୍କା ଜବତ। ନିର୍ବାଚନ ସମୟରେ ଜବତ ହୋଇଛି ୭୫ ଲକ୍ଷ ଟଙ୍କା । ଦୁଇଜଣ ବ୍ୟକ୍ତିଙ୍କ ଲଗେଜରୁ ଏହି ଟଙ୍କା ଜବତ କରାଯାଇଛି। ଭୁବନେଶ୍ୱର ବିମାନ ବନ୍ଦରରେ ଲଗେଜ ସ୍କାନିଂ ବେଳେ ଏତେ ପରିମାଣର ଟଙ୍କା ଥିବା ଜଣାପଡିଥିଲା। ଟ୍ରଲି ବ୍ୟାଗରେ ଭର୍ତ୍ତି ହୋଇ ରହିଥିବା ଟଙ୍କାଙ୍କୁ ଜବତ କରିଛି ଆୟକର ବିଭାଗ।

Advertisment

ସୂଚନା ଅନୁସାରେ, ଦୁଇଜଣ ବ୍ୟକ୍ତି ଭୁବନେଶ୍ୱର ଏୟାରପୋର୍ଟରେ ଓହ୍ଲାଇଥିଲେ। ଜଣେ ବ୍ୟକ୍ତି ଦିଲ୍ଲୀରୁ ଆସୁଥିବା ବେଳେ ଆଉ ଜଣେ ଚେନ୍ନାଇରୁ ଭୁବନେଶ୍ୱର ଆସୁଥିଲେ। ସାଙ୍ଗରେ ଥିବା ଟ୍ରଲି ବ୍ୟାଗରେ ଭର୍ତ୍ତି ହୋଇ ରହିଥିଲା ଟଙ୍କା । ଭୁବନେଶ୍ୱର ବିମାନ ବନ୍ଦରରେ ଲଗେଜ ସ୍କାନିଂ ବେଳେ ବ୍ୟାଗରେ ଟଙ୍କା ଥିବା ଜଣାପଡିଥିଲା । ଏହାପରେ ଟଙ୍କା ଭର୍ତ୍ତି ବ୍ୟାଗକୁ ଜବତ କରିଥିଲା ପୋଲିସ।

କେଉଁଠୁ ଓ କ’ଣ ପାଇଁ ଏତେ ଟଙ୍କା ଆସିଥିଲା ତାର ତଦନ୍ତ କରୁଛି ଆୟକର ବିଭାଗ । ଆଗକୁ ନିର୍ବାଚନ ଥିବା ବେଳେ ଏତେ ପରିମାଣର ଟଙ୍କା ଜବତ ହେବା ସନ୍ଦେହ ସୃଷ୍ଟି କରିଛି । ଜଣେ ପ୍ରତିଷ୍ଠିତ ବ୍ୟବସାୟୀଙ୍କର ଏହି ଟଙ୍କା ବୋଲି ସୂଚନା ମିଳିଛି । ଜବତ ହୋଇଥିବା ଟଙ୍କାକୁ ସିଜ୍ କରି ଅଧିକ ତଦନ୍ତ କରୁଛି ଆୟକର ବିଭାଗ ।

Advertisment

ଅଧିକ ପଢ଼ନ୍ତୁ: ନନ୍ଦନକାନନ ପ୍ରାଣୀ ଉଦ୍ୟାନ ଅଧିକାରୀଙ୍କୁ ଆକ୍ରମଣ, ଅଫିସରେ ପଶି ଆତଙ୍କ ସୃଷ୍ଟି କଲେ ୨ ଦୁର୍ବୃତ୍ତ

ଦୁଇଦିନ ତଳେ ରାଜଧାନୀରୁ ଚେକିଂ ବେଳେ ମଧ୍ୟ ଲକ୍ଷାଧିକ ଟଙ୍କା ଗୋଟେ ଗାଡ଼ିରୁ ଜବତ ହୋଇଥିଲା। ଭୁବନେଶ୍ୱରରେ ଏକ କାରରୁ ମିଳିଥିଲା ୩ ଲକ୍ଷ ୬୦ ହଜାର ଟଙ୍କା। ବିଳମ୍ୱିତ ରାତିରେ ବ୍ଲକିଂ କରି ପୋଲିସ ଯାଞ୍ଚ କରିବା ବେଳେ ଏହି କାରରୁ ପୁଳା ପୁଳା ଟଙ୍କା ମିଳିଥିଲା। ଚନ୍ଦ୍ରଶେଖରପୁର ଥାନା ପୋଲିସ ଟଙ୍କା ସହ ଗାଡ଼ିକୁ ଜବତ କରିଥିଲା।

Advertisment

ସେହିପରି ସୁବର୍ଣ୍ଣପୁର ବିନିକାରେ ମଧ୍ୟ ବୁଲେଟ୍ ଡିକିରୁ ୧ ଲକ୍ଷ ୯୫ ହଜାର ଟଙ୍କା ଜବତ କରାଯାଇଥିଲା। ନିର୍ବାଚନ ପୂର୍ବରୁ କଡ଼ାକଡ଼ି ଯାଞ୍ଚ ବେଳେ ବିପୁଳ ପରିମାଣର ଟଙ୍କା ଜବତ କରାଯାଇଥିଲା। ଏହାସହ ଗତ ୬ ତାରିଖ ଦିନ ବିନିକା କଲେଜ୍ ଛକରେ ପୋଲିସ୍ ନାକାବନ୍ଦି ବେଳେ ମିଳିଥିଲା ୫୫ ଲକ୍ଷରୁ ଅଧିକ ଟଙ୍କା। ନିର୍ବାଚନ ବେଳେ ଏତେ ଟଙ୍କା କାହିଁକି ଆସୁଥିଲା ସେନେଇ ଚାଲିଛି ତଦନ୍ତ।

Biju Patnaik International Airport Cash Seized
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ