Advertisment

ଆକ୍ସନ୍ ମୁଡରେ ସିବିଆଇ : ଲୁହାପଥର ଓ କୋଇଲା କିଣା ଦୁର୍ନୀତି ମାମଲାରେ ଦେଶର ବିଭିନ୍ନ ସ୍ଥାନରେ ଚଢ଼ାଉ

ଲୁହାପଥର ଓ କୋଇଲା କିଣା ନେଇ ୫୬ କୋଟି ଟଙ୍କାର ଦୁର୍ନୀତି ମାମଲାରେ ଦେଶର ବିଭିନ୍ନ ସ୍ଥାନରେ ଚଢ଼ଉ । ନୂଆଦିଲ୍ଲୀରେ ଥିବା PEC ଲିମିଟେଡ୍ ଓ ସୁନ୍ଦରଗଡ଼ରେ ଥିବା ଏକ ଘରୋଇ କମ୍ପାନିରେ ଦୂର୍ନୀତି ଅଭିଯୋଗ ଆସିବା ପରେ ଆକ୍ସନ୍ ମୁଡକୁ ଆସିଛି ସିବିଆଇ

ଅଦ୍ୟତନ ହୋଇଛି
cbi

cbi

Advertisment

ଭୁବନେଶ୍ୱର : ଲୁହାପଥର ଓ କୋଇଲା କିଣା ନେଇ ୫୬ କୋଟି ଟଙ୍କାର ଦୁର୍ନୀତି ମାମଲାରେ ଦେଶର ବିଭିନ୍ନ ସ୍ଥାନରେ ଚଢ଼ଉ । ନୂଆଦିଲ୍ଲୀରେ ଥିବା PEC ଲିମିଟେଡ୍ ଓ ସୁନ୍ଦରଗଡ଼ରେ ଥିବା ଏକ ଘରୋଇ କମ୍ପାନିରେ ଦୂର୍ନୀତି ଅଭିଯୋଗ ଆସିବା ପରେ ଆକ୍ସନ୍ ମୁଡକୁ ଆସିଛି ସିବିଆଇ । ରାଜଧାନୀ ଦିଲ୍ଲୀ, ଥାଣେ, ଗୌହାଟୀ, ଗାଜିଆବାଦ ସମେତ ୧୧ଟି ସ୍ଥାନରେ ଚଢ଼ାଉ ହୋଇଛି । ଚଳିତ ବର୍ଷ ସୁଦ୍ଧା କମ୍ପାନିରେ ୫୬ କୋଟି ୮୯ ଲକ୍ଷ ୫୨ ହଜାର ୪୧୬ ଟଙ୍କା ଠକେଇ ନେଇ ଅଭିଯୋଗ ହୋଇଛି ।

Advertisment

ଦିଲ୍ଲୀର PEC ଲିମିଟେଡର ତତ୍କାଳୀନ CMDଙ୍କ ନାଁରେ ମାମଲା ରୁଜୁ ହୋଇଛି । ଅଭିଯୋଗ ଅନୁସାରେ କମ୍ପାନିର ସିଏମଡିଙ୍କ ସମୟରେ ୫୬ କୋଟିରୁ ଅଧିକ ଲୋକଙ୍କ ଟଙ୍କା ଠକେଇ ହୋଇଛି । କମ୍ପାନିର କିଛି ଉଚ୍ଚପଦସ୍ତ କର୍ମଚାରୀ ଓ ପୂର୍ବତନ କର୍ମଚାରୀଙ୍କୁ ମିଶାଇ ୧୨ ଜଣଙ୍କ ନାଁରେ ବି ମାମଲା ରୁଜୁ ହୋଇଛି ।

Advertisment

CBI Raid Fraud Allegation
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ