Advertisment

Cyber fraud: ସାଇବର ଠକେଇର ଶିକାର ହେଲେ ଯୁବତୀ, ରିଚାର୍ଜ କରୁ କରୁ କଟିଗଲା ୪ ଲକ୍ଷ

୩୪୯ ଟଙ୍କାର ମୋବାଇଲ ରିଚାର୍ଜ କରୁ କରୁ ଲୁଟ୍ ହୋଇଗଲା ପ୍ରାୟ ୪ ଲକ୍ଷ ଟଙ୍କା। ରାଜଧାନୀ ଭୁବନେଶ୍ବରରେ ଜଣେ ଯୁବତୀ ସାଇବର ଫ୍ରଡର ଶିକାର ହୋଇଛନ୍ତି।

ଅଦ୍ୟତନ ହୋଇଛି
Cyber fraud

Cyber fraud

Advertisment

ସବୁ ଅପରାଧକୁ ଟପିଗଲାଣି ସାଇବର ଅପରାଧ । ହ୍ବାଟ୍ସଆପ ହେଉ ଅବା ଟେଲିଗ୍ରାମ, ସବୁ ସାଇଟ ଉପରେ ନଜର ପକାଇ ବସିଛନ୍ତି ଲୁଟେରା । ଆଖି ପିଛୁଳାକେ ଲୁଟି ନେଇଯାଉଛନ୍ତି କୋଟି କୋଟି ଟଙ୍କା। ସାମାନ୍ୟ ଅସାବଧାନ ହେଲେ ପୋଛି ଦେବେ ବ୍ୟାଙ୍କ ଆକାଉଣ୍ଟ। ଟେଲିଗ୍ରାମ ଠକେଇ ନେଇ ବାରମ୍ବାର ଅଭିଯୋଗ ସାମ୍ନାକୁ ଆସୁଛି। ଏବେ ଆଉ ଏକ ନୂଆ ସାଇବର ଠକେଇ ଶିକାର ହେଉଛନ୍ତି ଲୋକେ । ବର୍ତ୍ତମାନ ମୋବାଇଲ ରିଚାର୍ଜ ନାଁରେ ଠକେଇର ଶିକାର ହୋଇଛନ୍ତି ଯୁବତୀ।

Advertisment

୩୪୯ ଟଙ୍କାର ମୋବାଇଲ ରିଚାର୍ଜ କରୁ କରୁ ଲୁଟ୍ ହୋଇଗଲା ପ୍ରାୟ ୪ ଲକ୍ଷ ଟଙ୍କା। ରାଜଧାନୀ ଭୁବନେଶ୍ବରରେ ଜଣେ ଯୁବତୀ ସାଇବର ଫ୍ରଡର ଶିକାର ହୋଇଛନ୍ତି। ଯୁବତୀଙ୍କ ଅଭିଯୋଗ ଅନୁଯାୟୀ, ନିଜ ମୋବାଇଲ ରିଚାର୍ଜ କରୁ କରୁ ଭୁଲ ବଶତଃ ନିଜ ମୋବାଇଲ ନମ୍ବର ପରିବର୍ତ୍ତେ ଅନ୍ୟ ଏକ ନମ୍ବରରେ ୩୪୯ ଟଙ୍କା ରିଚାର୍ଜ କରିଦେଲେ । ସେହି ନମ୍ବରକୁ କଲ କରି ବ୍ୟକ୍ତିଙ୍କୁ ପୁନଃ ରିଚାର୍ଜ କରିଦେବା ପାଇଁ ଅନୁରୋଧ କରିଥିଲେ। ବ୍ୟକ୍ତି ଜଣଙ୍କ ରିଚାର୍ଜ କରିବାକୁ ମନା କରିବା ପରେ ଗୁଗୁଲରେ ଫୋନପେ ସହାୟତା କେନ୍ଦ୍ର ନମ୍ବର ସର୍ଚ୍ଚ କରିଥିଲେ ଯୁବତୀ।

ଗୁଗୁଲରେ ପାଇଥିବା ନମ୍ବରକୁ କଲ୍ କରି ସହାୟତା ମାଗିଥିଲେ । ହେଲେ ଗୁଗୁଲରେ ଦିଆଯାଇଥିବା ନମ୍ବର ସାଇବର ଲୁଟେରାଙ୍କର ବୋଲି ଜାଣି ପାରିନଥିଲେ ଯୁବତୀ। ଶେଷରେ ସାଇବର ଲୁଟେରା ଆକାଉଣ୍ଟରୁ ପ୍ରଥମେ ଲକ୍ଷେ ଟଙ୍କା ଠକିନେଇଥିଲେ। ବ୍ୟାଙ୍କ କର୍ତ୍ତୃପକ୍ଷଙ୍କୁ କହି ବ୍ୟାଙ୍କ ଆକାଉଣ୍ଟ ଫ୍ରିଜ୍ ମଧ୍ୟ କରିଥିଲେ । ଘଟଣାର ମାସେ ପରେ ଦରଖାସ୍ତ ଦେଇ ପୁଣି ବ୍ୟାଙ୍କରେ ଆକାଉଣ୍ଟ ରିଆକ୍ଟିଭ କରିବା ପରେ ପର୍ଯ୍ୟାୟ କ୍ରମେ ପ୍ରାୟ ୩ ଲକ୍ଷ ଟଙ୍କା ଆକାଉଣ୍ଟରୁ କଟିଯାଇଥିବା କହିଛନ୍ତି ଯୁବତୀ। ଏନେଇ ସେ ସାଇବର ଥାନାରେ ଅଭିଯୋଗ ମଧ୍ୟ କରିଛନ୍ତି।

Advertisment

ଆଜିକାଲି ଦୁନିଆରେ ଅନଲାଇନ୍ ସ୍କାମ୍ ବଢ଼ିଯାଇଛି । ଏନେଇ ବ୍ୟାଙ୍କ ଓ ସରକାରଙ୍କ ତରଫରୁ ବାରମ୍ବାର ସଚେତନ କରାଗଲେ ମଧ୍ୟ ସାଧାରଣ ଲୋକେ ଜାଣିପାରୁ ନାହାନ୍ତି । ଏପରି ଏକ ନୂଆ ସ୍କାମ ବିଷୟରେ ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ (SBI) ନିଜର ଗ୍ରାହକଙ୍କୁ ସଚେତନ କରିଛି । ଭାରତ ସରକାରଙ୍କ ନୋଡାଲ ଏଜେନ୍ସିର ପରାମର୍ଶଦାତା ଅନୁଯାୟୀ ସ୍କାମରମାନେ ବର୍ତ୍ତମାନ ଏକ ନୂଆ ଉପାୟ ବାହାର କରିଛନ୍ତି ।

ଅଧିକ ପଢ଼ନ୍ତୁ: ସୁଭଦ୍ରା ଟଙ୍କା ହଡପ ପାଇଁ ମାତିଲେଣି ସାଇବର ଠକ; ଲୁଟି ନେଉଛନ୍ତି ସରକାରୀ ଯୋଜନାରେ ମିଳୁଥିବା ଅର୍ଥ

Advertisment

ଏହାଛଡ଼ା " SBI Rewards" ନାମରେ ବର୍ତ୍ତମାନ ଗ୍ରାହକଙ୍କୁ ସାଇବର ଠକ ଠକିବାରେ ଲାଗିଛନ୍ତି । ଏହାକୁ ନେଇ ବ୍ୟାଙ୍କ ତଥା ସରକାର ମଧ୍ୟ ଚିନ୍ତା ପ୍ରକଟ କରିଛନ୍ତି । ପ୍ରଥମେ ସାଇବର ଠକମାନେ ଉପଭୋକ୍ତାଙ୍କୁ ଏକ ଆପ୍ ଡାଉନଲୋଡ୍ କରିବାକୁ କହିଥାଆନ୍ତି । ଏନେଇ PIB ସୂଚନା ଦେଇଛି । ଏହାର ସୋସିଆଲ ମିଡିଆ ଚ୍ୟାନେଲରେ PIB ବ୍ୟବହାରକାରୀଙ୍କୁ ସତର୍କତା ଅବଲମ୍ବନ କରିବାକୁ ପରାମର୍ଶ ଦେଇଛି । କୌଣସି ଅବାଞ୍ଛିତ ଲିଙ୍କରେ କ୍ଲିକ୍ ନକରିବାକୁ ଏବଂ ଅପରିଚିତ ଫାଇଲ ଡାଉନଲୋଡ୍ ବାରଣ କରିବାକୁ ପରାମର୍ଶ ଦେଇଛି ।

PIB ଜୋର ଦେଇ କହିଛି ଯେ, ରିୱାର୍ଡ୍ସ ପାଇଁ SBI କୌଣସି ଲିଙ୍କ୍ କିମ୍ବା APK ଫାଇଲ୍ (ଆଣ୍ଡ୍ରଏଡ୍ ଆପ୍ଲିକେସନ୍ ଫାଇଲ୍) SMS କିମ୍ବା ହ୍ୱାଟସ୍ ଆପ୍ ମାଧ୍ୟମରେ ପଠାଏ ନାହିଁ । ତେଣୁ, ଏପରି ପ୍ରତାରଣାକାରୀ ସ୍କାମ୍ ପାଇଁ ପଡ଼ିବା ପାଇଁ, ସରକାରୀ ଏଜେନ୍ସି ଲୋକମାନଙ୍କୁ ଅଜ୍ଞାତ ନମ୍ବରରୁ ଦୂରେଇ ରହିବାକୁ ଅନୁରୋଧ କରିଛି ।

ତେବେ ଏହି SBI Rewards ସ୍କାମ କ’ଣ?

PIB ଦ୍ୱାରା ଦିଆଯାଇଥିବା ତଥ୍ୟ ଅନୁସାରେ, ହ୍ୱାଟସ୍ ଆପ୍ ଦ୍ୱାରା ପ୍ରଥମେ ଏକ ଲିଙ୍କ ପଠାଯାଇଥିଲା । ଯେଉଁଥିରେ ଏକ ଲିଙ୍କରେ କ୍ଲିକ କଲେ ୧୮ ହଜାର ଟଙ୍କା ମିଳିବ ବୋଲି କୁହାଯାଇଥିଲା । ଉକ୍ତ ମେସେଜ୍‌ରେ ଏହା ମଧ୍ୟ କୁହାଯାଇଛି ଯେ, ପଏଣ୍ଟଗୁଡିକ ଶୀଘ୍ର ଶେଷ ହୋଇଯିବ । ଫଳରେ ତୁରନ୍ତ ପଦକ୍ଷେପ ନେବାକୁ ଉପଭୋକ୍ତାମାନଙ୍କୁ କୁହାଯାଇଛି ।

ଦିଆ ଯାଇଥିବା ଆପ୍‌କୁ ଡାଉନଲୋଡ କଲେ ଉକ୍ତ ରାଶି ବ୍ୟାଙ୍କ ଆକାଉଣ୍ଟରେ ଜମା ହେବ ବୋଲି ଦାବି କରାଯାଇଛି । ତେବେ ଏପରି ମେସେଜ୍‌ରୁ ଦୂରେଇ ରହିବାକୁ PIB ପକ୍ଷରୁ ପରାମର୍ଶ ଦିଆଯାଇଛି । ସାଇବର ସିକ୍ୟୁରିଟି ବିଶେଷଜ୍ଞମାନେ ଚେତାବନୀ ଦେଇଛନ୍ତି ଯେ ଏହିପରି APK ଫାଇଲଗୁଡ଼ିକ ସହଜରେ ମୋବାଇଲକୁ ହ୍ୟାକ୍ କରିନିଅନ୍ତି । ହ୍ୟାକର୍ସମାନଙ୍କୁ ରିମୋଟ ଆକ୍ସେସ୍ ପ୍ରଦାନ କରିଥାଏ ଫଳରେ ବ୍ୟବହାରକାରୀଙ୍କ ଅଜ୍ଞାତରେ ବିଭିନ୍ନ ତଥ୍ୟ ଚୋରି ହୋଇଥାଏ ।

ଅଧିକ ପଢ଼ନ୍ତୁ: ବଡ଼ ଧରଣର ସାଇବର ଲୁଟର ପର୍ଦ୍ଦାଫାଶ, ଆନ୍ତଃରାଜ୍ୟ ସାଇବର ଲୁଟ୍‌ ମାମଲାରେ ୨୪ ଜଣ ଗିରଫ

ଏନେଇ ସରକାର ଏବଂ ସାଇବର ସିକ୍ୟୁରିଟି ବିଶେଷଜ୍ଞମାନେ ଏସବିଆଇ ଗ୍ରାହକ ଏବଂ ସମସ୍ତ ଅନଲାଇନ୍ ବ୍ୟାଙ୍କିଙ୍ଗ ବ୍ୟବହାରକାରୀଙ୍କୁ ସେମାନଙ୍କର ତଥ୍ୟର ସୁରକ୍ଷା ପାଇଁ ସତର୍କତା ଅବଲମ୍ବନ କରିବାକୁ ଅନୁରୋଧ କରିଛନ୍ତି । ଲିଙ୍କ୍ ଉପରେ କ୍ଲିକ୍ ନକରିବାକୁ, ଏହା ସହ କୌଣସି SMS କିମ୍ବା ହ୍ୱାଟସ୍ ଆପ୍ ମାଧ୍ୟମରେ ପଠାଯାଇଥିବା ଫାଇଲଗୁଡ଼ିକୁ ଡାଉନଲୋଡ୍ ନକରିବାକୁ ପରାମର୍ଶ ଦେଇଛନ୍ତି ।

ଏହା ସହ ଗୁଗୁଲ୍ ପ୍ଲେ ଷ୍ଟୋର କିମ୍ବା ଆପଲ୍ ଆପ୍ ଷ୍ଟୋର୍ ପରି ବିଶ୍ୱସ୍ତ ଉତ୍ସରୁ କେବଳ SBI ସମ୍ବନ୍ଧୀୟ ଆପ୍ ଡାଉନଲୋଡ୍ କରିବାକୁ କୁହାଯାଇଛି । SBI ରିୱାର୍ଡ୍ସ ପଏଣ୍ଟଗୁଡିକ ପାଇବା ପାଇଁ ଗ୍ରାହକମାନେ ଅଫିସିଆଲ୍ SBI Rewardz ୱେବସାଇଟ୍ (https://www.rewardz.sbi/) ରେ ଲଗ୍ ଇନ୍ କରିପାରିବେ କିମ୍ବା 1800-209-8500 କଲ କରିପାରିବେ ବୋଲି କୁହାଯାଇଛି ।

Cyber Crime Cyber Fraud Mobile Recharge
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ