Advertisment

ସାବଧାନ ! ଗ୍ରୁପ୍‌ ହୋଇ ଆସୁଛନ୍ତି, ମେଡିସିନ୍‌ ଷ୍ଟୋରରୁ ଲୁଟୁଛନ୍ତି

ଭୁବନେଶ୍ୱରରେ ମାତିଛନ୍ତି ହାଇଟେକ୍ ଲୁଟେରା। ହଟ୍‌କେ ଅନ୍ଦାଜରେ ଫିଲ୍ମ ଷ୍ଟାଇଲରେ କରୁଛନ୍ତି ଲୁଟ୍‌। ଗ୍ରାହକ ସାଜି ଆସୁଛନ୍ତି, ଆଉ କଳା କନା ବୁଲାଇ ଚାଲି ଯାଉଛନ୍ତି।

ଅଦ୍ୟତନ ହୋଇଛି
Loot From Medicine Store

Loot From Medicine Store

Advertisment

ରାଜଧାନୀ ଭୁବନେଶ୍ୱରରେ ମାତିଛନ୍ତି ହାଇଟେକ୍ ଲୁଟେରା। ହଟ୍‌କେ ଅନ୍ଦାଜରେ ଫିଲ୍ମ ଷ୍ଟାଇଲରେ କରୁଛନ୍ତି ଲୁଟ୍‌। ଗ୍ରାହକ ସାଜି ଆସୁଛନ୍ତି, ଆଉ କଳା କନା ବୁଲାଇ ଚାଲି ଯାଉଛନ୍ତି। ଟାର୍ଗେଟ୍‌ରେ ମେଡିସିନ ଷ୍ଟୋର। ଭୁବନେଶ୍ୱର ରବି ଟକିଜ୍‌ ଓ ଆଇଆର୍‌ସି ଭିଲେଜରେ ଏଭଳି ଲୁଟ୍‌ ଘଟଣା ସାମ୍ନାକୁ ଆସିଛି। ସବୁଠାରୁ ବଡ଼ କଥା, ଏହି ୨ ଅଞ୍ଚଳରୁ ହୋଇଥିବା ଲୁଟ୍‌ ଘଟଣାର ଅଭିଯୁକ୍ତ ମଧ୍ୟ ସମାନ ବୋଲି ପୋଲିସ ସନ୍ଦେହ କରୁଛି । ୩ ଲୁଟେରା ୩ ଜଣ ଲୁଟେରା ଏଥିରେ ସମ୍ପୃକ୍ତ ଅଛନ୍ତି ।

Advertisment

ଭୁବନେଶ୍ୱର ଆଇଆର୍‌ସି ଭିଲେଜରେ ଥିବା ଏକ ମେଡିସିନ୍‌ ଦୋକାନରୁ ୪୯ ହଜାର ଟଙ୍କା ଲୁଟ୍‌ ହୋଇଥିବା ଅଭିଯୋଗ ହୋଇଛନ୍ତି। ଲୁଟେରାମାନେ ଗ୍ରାହକ ଭାବେ ଆସି ଏହି ଲୁଟ୍‌ କରିଛନ୍ତି । ୩ ଲୁଟେରାଙ୍କ ମଧ୍ୟରୁ ଜଣେ ପୂର୍ବ ଯୋଜନା ମୁତାବକ ହର୍ଲିକ୍ସ କିଣିବାକୁ ମେଡିସିନ୍‌ ଷ୍ଟୋର ଆସିଥିଲେ। ସେଠାରେ ସେ ହର୍ଲିକ୍ସ କିଣିଥିଲେ। ହର୍ଲିକ୍ସର ଦାମ୍‌ ୨୩୪ ଟଙ୍କା ଥିବାବେଳେ ଲୁଟାରା ଜଣକ ୧୯୦ ଟଙ୍କା ଦେଇଥିଲେ। ଦୋକାନୀ ଜଣକ ବାକି ୪୦ ଟଙ୍କା ମାଗିବାରୁ ଲୁଟେରା ଜଣକ ହର୍ଲିକ୍ସ ଧରି ଦୌଡ଼ି ପଳାଇଥିଲେ। ଏହାପରେ ପୂର୍ବ ଯୋଜନା ମୁତାବକ, ପୂର୍ବରୁ ଛକି ରହିଥିବା ଜଣେ ଲୁଟେରା ଦୋକାନ ଭିତରେ ପଶି କ୍ୟାସ୍‌ କାଉଣ୍ଟରରୁ ଟଙ୍କା ନେଇ ଘଟଣାସ୍ଥଳରୁ ଚମ୍ପଟ ମାରିଥିଲେ। ଦୋକାନୀ ଜଣକ ଯେତେବେଳେ ଟଙ୍କା ରଖାଯାଉଥିବା ବକ୍ସ ଚେକ୍‌ କରିଥିଲେ, ଟଙ୍କା ନଥିବା ଜାଣିବାକୁ ପାଇଥିଲେ। ସିସିଟିଭି ଯାଞ୍ଚ ପରେ ଦୋକାନ ଭିତରେ ପଶି ଲୁଟେରା ଲୁଟ୍ କରୁଥିବା ଦେଖିବାକୁ ମିଳିଥିଲା। 

ଆଇଆର୍‌ସି ଭିଲେଜ ଭଳି ରବି ଟକିଜ୍‌ ଅଞ୍ଚଳରେ ସମାନ କୌଶଳ ଆପଣାଇଥିଲେ ୩ ଲୁଟେରା। ଏଠି ମଧ୍ୟ ଲୁଟେରାମାନେ ମେଡିସିନ୍‌ ଦୋକାନକୁ ଟାର୍ଗେଟ୍‌ କରିଥିଲେ। ୩୦ ଟଙ୍କା ଆଣିବାକୁ ଯାଇ ମେଡିସିନ୍‌ ଦୋକାନୀ ଜଣକ ୩୬ ହଜାର ଟଙ୍କା ଲୁଟ୍‌ର ଶିକାର ହୋଇଛନ୍ତି। ରବି ଟକିଜ୍‌ ଅଞ୍ଚଳରେ ଥିବା ଏକ ମେଡିସିନ୍‌ ଦୋକାନକୁ ଜଣେ ଲୁଟେରା ମେଡିସିନ୍‌ କିଣିବା ବାହାନରେ ଗ୍ରାହକ ସାଜି ଆସିଥିଲେ। ସମ୍ପୃକ୍ତ ଲୁଟେରା ଦୋକାନରୁ ଏକ ମେଡିସିନ୍‌ କିଣିଥିଲେ ଓ ୨୦୦ ଟଙ୍କା ବିଲ୍‌ ହୋଇଥିଲା। ହେଲେ ୧୭୦ ଟଙ୍କା ଦେବାକୁ ଦୋକାନୀଙ୍କ ସହ ତାଙ୍କର ଯୁକ୍ତିତର୍କ ହୋଇଥିଲା। ଏହାପରେ ଲୁଟେରା ଜଣକ ସେଠାରୁ ମେଡିସିନ୍‌ ନେଇ ଖସି ପଳାଇଥିଲେ। ଏହି ସମୟରେ ପୂର୍ବରୁ ଜଗିଥିବା ଆଉ ଜଣେଲ ଲୁଟେରା ଦୋକାନ ଭିତରେ ପଶି କ୍ୟାଶ୍ କାଉଣ୍ଟରରୁ ୩୬ ହଜାର ଟଙ୍କା ଲୁଟ୍‌ କରିଥିଲେ। 

Advertisment

ପୋଲିସ୍‌ ଲୁଟ୍‌ ଘଟଣାକୁ ନେଇ ତଦନ୍ତ ଜାରି ରଖିଥିବା ବେଳେ ଲୁଟେରାଙ୍କୁ ଧରିବାରେ ସକ୍ଷମ ହୋଇପାରିନି। ଏଠାରେ ପ୍ରଶ୍ନ ଉଠୁଛି, ବାରମ୍ବାର ରାଜଧାନୀରେ ଲୁଟ୍‌ପାଟ୍‌ ହେଉଥିଲେ ମଧ୍ୟ ପୋଲିସ୍‌ ପାଇଁ ଏହା ଏକ ଚ୍ୟାଲେଞ୍ଜ ସୃଷ୍ଟି କରିଛି। କାରଣ ଲୁଟେରାମାନେ ହାଇଟେକ୍‌ ଟେକ୍‌ନିକ୍‌ ଆପଣାଇ ପୋଲିସ୍‌ ଆଖିରେ ଧୂଳି ଦେଇ ଖସି ଯାଉଛନ୍ତି। 

Loot In Bhubaneswar Medicine Store
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ