Astrospeak
  • Live TV
  • Read In English

ଲୁଟେରା ହବ୍‌ ପାଲଟିଲାଣି ରାଜଧାନୀ ଭୁବନେଶ୍ୱର; ସୁଟ୍‌ ବୁଟ୍‌ରେ ଆସିଲେ ଲୁଟି ନେଇ ପଳାଇଲେ

ଭୁବନେଶ୍ୱରରେ ପୁଣି ମାତିଲେ ଲୁଟେରା । ଇନଫୋସିଟି ଥାନା ଅ଼ଞ୍ଚଳର ଶିଖରଚଣ୍ଡୀ ବସ୍ତି ନକଟରେ ଥିବା ଏକ ବ୍ୟାଟେରୀ ଦୋକାନ କ୍ୟାସ ବକ୍ସରୁ ଲୁଟେରା ୧୦ ହଜାର ଟଙ୍କା ଲୁଟି ନେଇଛନ୍ତି ।

Robbers Posing As Customers Loot Cash From Battery Store In Bhubaneswar
ଲୁଟେରା ହବ୍‌ ପାଲଟିଲାଣି ରାଜଧାନୀ ଭୁବନେଶ୍ୱର; ସୁଟ୍‌ ବୁଟ୍‌ରେ ଆସି ଲୁଟି ନେଇ ପଳାଇଲେ

ଭୁବନେଶ୍ୱରରେ ପୁଣି ମାତିଲେ ଲୁଟେରା । ଇନଫୋସିଟି ଥାନା ଅ଼ଞ୍ଚଳର ଶିଖରଚଣ୍ଡୀ ବସ୍ତି ନକଟରେ ଥିବା ଏକ ବ୍ୟାଟେରୀ ଦୋକାନ କ୍ୟାସ ବକ୍ସରୁ ଲୁଟେରା ୧୦ ହଜାର ଟଙ୍କା ଲୁଟି ନେଇଛନ୍ତି । ଗତ ୧୮ ତାରିଖରେ ଏହି ଲୁଟ୍ ହୋଇଥିବା ବେଳେ ଆଦି ଲୁଟ ବେଳର ସିସିଟିଭି ଫୁଟେଜ ଆସିଛି ।

ସୁଟ୍ ବୁଟ୍ ପିନ୍ଧି ଲୁଟେରା ଜଣକ ଇନଭର୍ଟର କିଣିବାକୁ ଆସି ସେହି ସମୟରେ ଦୋକାନୀ ଜଣକ ଖାଇବସିଥିବା ଦେଖି କିଛି ସମୟ ଅପେକ୍ଷା କରିଥିଲେ । ଦୋକାନୀ ଜଣକ ଖାଇସାରି ହାତ ଧୋଇବାକୁ ଯିବା ସଙ୍ଗେ ସଙ୍ଗେ ଲୁଟେରା ଦୋକାନର କ୍ୟାସ ବକ୍ସରୁ ୧୦ ହଜାର ଟଙ୍କା କାଢିନେଇଛି । ସେହି ସମୟରେଏ ନେଇ ଦୋକାନ ମାଲିକ କିଛି ବି ଟେର ପାଇନାହାନ୍ତି । ପରେ ଲୁଟେରା ଦୋକାନୀକୁ ଇନଭର୍ଟର ଦେଖାଇବାକୁ କହିଥିଲା, ଦୋକାନୀ ତାକୁ ଗୋଟିଏ ପରେ ଗୋଟିଏ ଜିନିଷ ଦେଖାଇବା ବେଳେ ଲୁଟେରା ତାର ପର୍ସ ବି ନେଇଯାଇଛି । ଏହାପରେ କିଣିବା ବାହାନାରେ ଆସିଥିବା ଲୁଟେରା ଇଭର୍ଟର ନ ନେଇ ସେଠାରୁ ଚମ୍ପଟ ମାରିଥିଲା । ପରେ ଦୋକାନୀ ଚୋରି ହୋଇଥିବା ବିଷୟରେ ଜାଣି ଇନଫୋସିଟି ଥାନା ପୋଲିସ ଷ୍ଟେସନ୍‌ରେ ମାମଲା ରୁଜୁ କରିଛି । ବର୍ତ୍ତମାନ ପୋଲିସ୍‌ ଘଟଣାର ଛାନଭିନ ଆରମ୍ଭ କରିଛି ।

ସେହିପରି ଗତ ୨୨ ତାରିଖରେ ମଧ୍ୟ ଭୁବନେଶ୍ୱର ଆଇଆର୍‌ସି ଭିଲେଜରେ ଥିବା ଏକ ମେଡିସିନ୍‌ ଦୋକାନରୁ ୪୯ ହଜାର ଟଙ୍କା ଲୁଟ୍‌ ହୋଇଥିବା ଅଭିଯୋଗ ହୋଇଛି । ଲୁଟେରାମାନେ ଗ୍ରାହକ ଭାବେ ଆସି ଏହି ଲୁଟ୍‌ କରିଥିଲେ । ୩ ଲୁଟେରାଙ୍କ ମଧ୍ୟରୁ ଜଣେ ପୂର୍ବ ଯୋଜନା ମୁତାବକ ହର୍ଲିକ୍ସ କିଣିବାକୁ ମେଡିସିନ୍‌ ଷ୍ଟୋର ଆସିଥିଲେ। ସେଠାରେ ସେ ହର୍ଲିକ୍ସ କିଣିଥିଲେ। ହର୍ଲିକ୍ସର ଦାମ୍‌ ୨୩୪ ଟଙ୍କା ଥିବାବେଳେ ଲୁଟାରା ଜଣକ ୧୯୦ ଟଙ୍କା ଦେଇଥିଲେ। ଦୋକାନୀ ଜଣକ ବାକି ୪୦ ଟଙ୍କା ମାଗିବାରୁ ଲୁଟେରା ଜଣକ ହର୍ଲିକ୍ସ ଧରି ଦୌଡ଼ି ପଳାଇଥିଲେ। ଏହାପରେ ପୂର୍ବ ଯୋଜନା ମୁତାବକ, ପୂର୍ବରୁ ଛକି ରହିଥିବା ଜଣେ ଲୁଟେରା ଦୋକାନ ଭିତରେ ପଶି କ୍ୟାସ୍‌ କାଉଣ୍ଟରରୁ ଟଙ୍କା ନେଇ ଘଟଣାସ୍ଥଳରୁ ଚମ୍ପଟ ମାରିଥିଲେ। ଦୋକାନୀ ଜଣକ ଯେତେବେଳେ ଟଙ୍କା ରଖାଯାଉଥିବା ବକ୍ସ ଚେକ୍‌ କରିଥିଲେ, ଟଙ୍କା ନଥିବା ଜାଣିବାକୁ ପାଇଥିଲେ। ସିସିଟିଭି ଯାଞ୍ଚ ପରେ ଦୋକାନ ଭିତରେ ପଶି ଲୁଟେରା ଲୁଟ୍ କରୁଥିବା ଦେଖିବାକୁ ମିଳିଥିଲା। 

କେବଳ ଏତିକି ନୁହେଁ ଗତ ୪ ଦିନ ତଳେ ମଧ୍ୟ ବସନ୍ତ ଆଚାରୀ ନାମକ ଜଣେ ସୁନା ବ୍ୟବସାୟୀ ସକାଳୁ ନିଜ ଦୋକାନ ଖୋଲିବାକୁ ପହଞ୍ଚିଥିଲେ । ହାତରେ ଥିବା ବ୍ୟାଗ୍‌ ରଖି ଦୋକାନ ଖୋଲିବା ସମୟରେ ଜଣେ ଯୁବକ ଚମ୍ପଟ ମାରିଲେ । ଆଉ ପୂର୍ବ ଯୋଜନା ମୁତାବକ ଅନ୍ୟ ଜଣେ ସହଯୋଗୀ ବାଇକ୍‌ରେ ବସାଇ ଆଖି ପିଚୁଲାକେ ସେଠୁ ଗାଏବ ହୋଇଯାଇଥିଲେ । ଏହି ସବୁ ଘଟଣାର ଭିଡିଓ ଏବେ ସିସିଟିଭିରେ କଏଦ ହୋଇଛି । ଚୋରି ହୋଇଥିବା ବ୍ୟାଗ୍ରେ ୧୫ କିଲୋ ରୁପା ଓ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ଥିଲା । ଏନେଇ ବ୍ୟବସାୟୀ ଜଣକ ଲକ୍ଷ୍ମୀସାଗର ଥାନାରେ ମାମଲା ମାମଲା ରୁଜୁ କରିଥିଲେ।