Advertisment

ରାଜସ୍ଥାନ ATM ଲୁଟ୍‌ ସହ ଭୁବନେଶ୍ୱର ଲୁଟ୍‌ର ରହିଛି କି ସାମଞ୍ଜସ୍ୟ ? କ୍ଲୁ ଖୋଜୁଛି ପୋଲିସ୍‌

ସିସିଟିଭି ସର୍ଭେଲାନ୍ସରେ ଥିବା ଏଟିଏମକୁ ଦୁର୍ବୃତ୍ତମାନେ କିଭଳି ଭାବେ ତାଡ଼ି ନେଇ ଲକ୍ଷାଧିକ ଟଙ୍କା ଲୁଟ୍‌ କରିବାରେ ସଫଳ ହେଲେ, ତାହା କମିଶନରେଟ୍‌ ପୋଲିସ୍‌ ପାଇଁ ଏକ ଖୋଲା ଚ୍ୟାଲେଞ୍ଜ ହୋଇଛି। ତେବେ ଏହି ଘଟଣାରେ ରାଜସ୍ଥାନରେ ହୋଇଥିବା ଏଟିଏମ୍ ଲୁଟ୍‌ ଘଟଣାର ଲିଙ୍କ୍ ଥିବା ସନ୍ଦେହ କରାଯାଉଛି।

Robbers Loot Cash By Uprooting ATM In Bhubaneswar

Robbers Loot Cash By Uprooting ATM In Bhubaneswar

Advertisment

ଭୁବନେଶ୍ୱର ଶିଶୁପାଳଗଡ଼ ଲିଙ୍ଗିପୁର ହାଉସିଂବୋର୍ଡ ଛକରୁ ATM ତାଡ଼ି ନେଇ ୨୦ ଲକ୍ଷ ଲୁଟ୍ ଘଟଣାରେ ପୋଲିସ୍‌ ଛାନ୍‌ଭିନ୍‌ ଜାରି ରହିଛି। ସିସିଟିଭି ସର୍ଭେଲାନ୍ସରେ ଥିବା ଏଟିଏମକୁ ଦୁର୍ବୃତ୍ତମାନେ କିଭଳି ଭାବେ ତାଡ଼ି ନେଇ ଲକ୍ଷାଧିକ ଟଙ୍କା ଲୁଟ୍‌ କରିବାରେ ସଫଳ ହେଲେ, ତାହା କମିଶନରେଟ୍‌ ପୋଲିସ୍‌ ପାଇଁ ଏକ ଖୋଲା ଚ୍ୟାଲେଞ୍ଜ ହୋଇଛି। ତେବେ ଏହି ଘଟଣାରେ ରାଜସ୍ଥାନରେ ହୋଇଥିବା ଏଟିଏମ୍ ଲୁଟ୍‌ ଘଟଣା ସହ ସାମଞ୍ଜସ୍ୟ ଥିବା ସନ୍ଦେହ କରାଯାଉଛି। କାରଣ ଦୁଇଟି ଏଟିଏମ୍ ଲୁଟ୍ ଘଟଣା ଗୋଟିଏ ଷ୍ଟାଇଲରେ ହୋଇଛି। ତେଣୁ ଏଥିପାଇଁ ୨ଟି ଯାକ ଘଟଣାର ଅନୁଧ୍ୟାନ କରାଯାଉଛି। 

Advertisment

ରାଜସ୍ଥାନରେ ଏଟିଏମ୍ ଲୁଟ୍‌ରେ ଲୁଟେରାମାନେ କିଭଳି ଲୁଟ୍ କରିଥିଲେ ? ସେମାନଙ୍କ ହାବଭାବ କିଭଳି ଥିଲା ? ଲିଙ୍ଗିପୁର ଲୁଟ୍ ଘଟଣା ସହ କିଛି ସାମଞ୍ଜସ୍ୟ ଅଛି କି ? ଏନେଇ ଖୋଳତାଡ଼ କରାଯାଉଛି। ଏଥିରେ ଅନ୍ତଃରାଜ୍ୟ ଲୁଟେରା ସାମିଲ ଥିବାର ବି ସନ୍ଦେହ କରାଯାଉଛି। ତେଣୁ ସେହି ଦିଗରେ ପୋଲିସ୍‌ ତଦନ୍ତ କରୁଛି। ଏନେଇ ବିଭିନ୍ନ ହୋଟେଲରେ ଯାଞ୍ଚ କରାଯାଉଛି। ଏହାସହ ଆଖପାଖ ସିସିଟିଭିକୁ ମଧ୍ୟ ଯାଞ୍ଚ କରୁଛି ପୋଲିସ୍‌। 

ମାତ୍ର ୨୦ ମିନିଟ୍‌ରେ ସିସିଟିଭି ସର୍ଭେଲାନ୍ସରେ ଥିବା ATMକୂ ସମ୍ପୂର୍ଣ୍ଣ ତାଡ଼ି ନେବା ସହ ମେସିନରେ ଥିବା ୨୦ ଲକ୍ଷରୁ ଟଙ୍କା ଲୁଟିିବାରେ ସଫଳ ହୋଇଥିଲେ ଲୁଟେରା। ପ୍ରାୟ ୩ କ୍ୱିଣ୍ଟାଲ ଓଜନର ଏଟିଏମ୍‌ ମେସିନକୁ ସମ୍ପୂର୍ଣ୍ଣ ଉଠାଇ ଆଣିବା ପରେ ତାକୁ ଭାଙ୍ଗିି ଛିନଛତ୍ର କରି ଫିଙ୍ଗି ଦେଇଥିଲେ ଲୁଟେରା ଦଳ। କମିଶନରେଟ୍ ପୋଲିସର ସୂଚନା ଅନୁସାରେ, ସୋମବାର ରାତି ପ୍ରାୟ ୨ଟା ବେଳେ ଏହି ବଡ଼ ଧରଣର ଲୁଟ୍ ହୋଇଥିଲା। ଧଉଳି ଥାନା ଇନ୍ଦିରା କଳୋନୀ ଅଞ୍ଚଳରେ ଥିବା ଏଟିଏମ୍‌ର ସିସିଟିଭି ସର୍ଭେଲାନ୍ସରେ କଏଦ ହୋଇଥିବା ଲୁଟ୍ ସମୟରେ ଦୃଶ୍ୟରୁ ସ୍ପଷ୍ଟ ଯେ, ଏଟିଏମ୍‌ ଭିତରେ ପଶିଥିଲେ ୩ ଲୁଟେରା। ଆଉ ଆଖି ପିଛୁଳାକେ ଆରମ୍ଭ କରିଥିଲେ ଅପରେସନ୍।

Advertisment
ATM Loot ATM Loot In Bhubaneswar
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ