Gambling
ଗାଁ ଗାଁରେ ଜୁଆ...ଯୁଆଡ଼େ ଦେଖିବେ, ଯୁଆଡ଼େ ଚାହିଁବେ ସିଆଡ଼େ ଚାଲିଛି ଖେଳ । କୁମାର ପୂର୍ଣ୍ଣିମା ଅବସରରେ ଏବେ ଗଂଜାମ ଜିଲ୍ଲାରେ ଚାଲିଛି ତାସ୍ ଖେଳ । ସର୍ବସ୍ୱ ହରାଉଛନ୍ତି ଲୋକେ, ଗଣ୍ଡଗୋଳ ବି ହେଉଛି ।
ଦିଗପହଣ୍ଡି ଚୌଧୁରୀ ଟିକରପଡ଼ା ଗାଁରେ ଗତକାଲି ରାତିରେ ଜୁଆ ଖେଳୁଥିବା ବେଳେ ପୋଲିସ୍ ଚଢ଼ାଉ କରିଥିଲା । ହେଲେ ପୋଲିସ୍ ଉପରେ ସଂଘବନ୍ଧ ଭାବେ ଆକ୍ରମଣ କରିଥିଲେ ଗାଁଲୋକେ... ପୋଲିସ ଉପରକୁ ଆକ୍ରମଣ କରିବା ସହ ପଥର ମାଡ଼ କରିଥିଲେ । ଏପରିକି ପୋଲିସ୍ ଗାଡ଼ି ବି ଭଙ୍ଗାରୁଜା କରିଛନ୍ତି । ଏଥିରେ କିଛି ପୋଲିସ୍ କର୍ମଚାରୀ ଆହତ ବି ହୋଇଛନ୍ତି ।
ସେହିପରି ଗାଙ୍ଗପୁର ଥାନା ପାଲକଷଣ୍ଡା ଗାଁରେ ଚାଲିଥିବା ଜୁଆ ଆଡ୍ଡାରେ ଚଢ଼ଉ ବେଳେ ପୋଲିସ୍ ଉପରକୁ ଆକ୍ରମଣା ପୋଲିସ୍ ଭ୍ୟାନ୍ ଉପରକୁ ଢେଲାପଥର ମାଡ଼ କରିଥିଲେ । ଏଥିରେ ୩ ଜଣଙ୍କୁ ଗିରଫ କରି ତଦନ୍ତ କରୁଛି ପୋଲିସା ମାରଣାସ୍ତ୍ର ସହ ୩୬ ହଜାରରୁ ଅଧିକ ଟଙ୍କା ଜବତ ହୋଇଛି... ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/Gambling_1698310437.jpg)