Advertisment

ବିଲରୁ ମହିଳାଙ୍କ ଗଳିତ ମୃତଦେହ ଉଦ୍ଧାର; ହତ୍ୟା ପରେ ପୋତିଦେଇଥିବା ସନ୍ଦେହ

ସ୍ଥାନୀୟ ଲୋକ ଛେଳି ଚରାଇ ଯାଇଥିବା ବେଳେ ମାଟି ଭିତରୁ କୁକୁର ଶବ ବାହାର କରୁଥିବା ଦେଖିବାକୁ ପାଇଥିଲେ ।

ଅଦ୍ୟତନ ହୋଇଛି
Murder

Murder

Advertisment

ମାଟିତଳୁ ଅଜଣା ମହିଳାଙ୍କ ଗଳିତ ମୃତଦେହ ଉଦ୍ଧାର । ଦେବଗଡ ଜିଲ୍ଲା ରିଆମାଳ ଥାନା ତାଳକୁଣ୍ଡି ପଂଚାୟତ ମଧ୍ୟପୁର ଗାଁ ନିକଟରୁ ମୃତଦେହ ଉଦ୍ଧାର କରାଯାଇଛି। କେହି ହତ୍ୟା କରି ପୋତି ଦେଇଥିବା ସନ୍ଦେହ କରୁଛି ପୋଲିସ।

Advertisment

ଖେଳ ପଡିଆ ନିକଟ ଏକ ଚାଷ ଜମିରେ ମହିଳାଙ୍କ ଶବ ପୋତା ଯାଇଥିବା ଦେଖିବାକୁ ମିଳିଛି। ପ୍ରାୟ ୧ରୁ ୨ ଫୁଟ ମାଟିଖୋଳି ଗତ କିଛି ଦିନ ଭିତରେ ମହିଳାଙ୍କ ଶବ ପୋତା ଯାଇଥିବା ସନ୍ଦେହ କରାଯାଉଛି । କିଛି ସ୍ଥାନୀୟ ଲୋକ ଛେଳି ଚରାଇ ଯାଇଥିବା ବେଳେ ମାଟି ଭିତରୁ କୁକୁର ଶବ ବାହାର କରୁଥିବା ଦେଖିବାକୁ ପାଇଥିଲେ ।

ପ୍ରବଳ ଦୁର୍ଗନ୍ଧ ହେବାରୁ ପାଖକୁ ଯାଇ ମହିଳାଙ୍କ ଗଳିତ ଶବ ଦେଖିବାକୁ ପାଇଥିଲେ । ଘଟଣାସ୍ଥଳରେ କିଛି ଭଙ୍ଗା ଚୁଡି ଏବଂ ଶାଢୀ ପଡିଥିବା ଦେଖାଯାଇଛି । ଗତ କିଛି ଦିନ ଭିତରେ ଆଖପାଖ ଅଂଚଳରେ କୌଣସି ମହିଳାଙ୍କ ମୃତ୍ୟୁ ହୋଇନଥିବା ବେଳେ ଏହା ଏକ ହତ୍ୟାକାଣ୍ଡ ବୋଲି ଅନୁମାନ କରାଯାଉଛି ।

Advertisment

ଏନେଇ ରିଆମାଳ ଥାନା ପୋଲିସ ସୂଚନା ପାଇ ଘଟଣାସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଛି । ଏଯାଏ ମୃତ ମହିଳାଙ୍କ ପରିଚୟ ମିଳିପାରିନି । ଏହା ଏକ ଯୋଜନାବଦ୍ଧ ହତ୍ୟାକାଣ୍ଡ ହୋଇଥିବା ପ୍ରାଥମିକ ତଦନ୍ତରୁ ଅନୁମାନ କରାଯାଉଛି ।

Murder
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ