Advertisment

Constable Beaten: ଆରଆଇଙ୍କ କୁକୁର ହଜିଗଲା, କନଷ୍ଟେବଳଙ୍କୁ ରାତିରେ ଘରକୁ ଡାକି ବେଲ୍ଟରେ ପିଟିଲେ

କନଷ୍ଟେବଳ ରାହୁଲ ଚୌହାନଙ୍କ ପତ୍ନୀଙ୍କ କହିବା ଅନୁସାରେ, ଆରଆଇ ସୌରଭ କୁଶୱାହା କହିଛନ୍ତି ଯେ କନଷ୍ଟେବଳ ତାଙ୍କ କୁକୁରକୁ ମାରି କୁଆଡ଼େ ପୋତି ଦେଇଛନ୍ତି। ଏହାପରେ ସେ ବେଲ୍ଟରେ ମାଡ଼ ମାରିଥିଲେ ଏବଂ ଜାତିଗତ ଅପମାନଜନକ ଶବ୍ଦ ମଧ୍ୟ କହିଥିଲେ। କିଛି ଘଣ୍ଟା ପରେ କୁକୁର ମିଳିଥିଲା।

ଅଦ୍ୟତନ ହୋଇଛି
Constable

Constable

Advertisment

ମଧ୍ୟପ୍ରଦେଶର ଖରଗୋନ ପୋଲିସ ଲାଇନରେ ଜଣେ ରିଜର୍ଭ ଇନ୍ସପେକ୍ଟର (ଆରଆଇ) ଦ୍ୱାରା ଜଣେ କନଷ୍ଟେବଳଙ୍କୁ ମାଡ଼ ମରାଯିବା ଘଟଣା ସାମ୍ନାକୁ ଆସିଛି। କନଷ୍ଟେବଳଙ୍କୁ ଆରଆଇ କେବଳ ଏହି କାରଣରୁ ମାଡ଼ ମାରିଥିଲେ ଯେ ସେ ତାଙ୍କ କୁକୁରକୁ ଠିକ୍‌ ଭାବେ ଦେଖାଶୁଣା କରି ପାରି ନଥିଲେ ଏବଂ କୁକୁରଟି ହଜି ଯାଇଥିଲା। ଏହା ସହିତ ଆରଆଇ କନଷ୍ଟେବଳଙ୍କୁ ଜାତିଗତ ଅପମାନଜନକ ଶବ୍ଦ ମଧ୍ୟ କହିଥିଲେ।

Advertisment

ମଧ୍ୟପ୍ରଦେଶର ଖରଗୋନସ୍ଥିତ ଜିଲ୍ଲା ରିଜର୍ଭ ପୋଲିସ ଲାଇନରେ ସୌରଭ କୁଶୱାହା ନାମକ ଜଣେ ରିଜର୍ଭ ଇନ୍ସପେକ୍ଟର କାମ କରୁଛନ୍ତି । ଅଭିଯୋଗ ହେଉଛି ଯେ ଇନ୍ସପେକ୍ଟର ତାଙ୍କ ଅଧୀନସ୍ଥ କର୍ମଚାରୀ କନଷ୍ଟେବଳ ରାହୁଲ ଚୌହାନଙ୍କୁ ବେଲ୍ଟରେ ମାଡ଼ ମାରିଛନ୍ତି ଏବଂ ଜାତିଗତ ଅପମାନଜନକ ଶବ୍ଦ କହି ତାଙ୍କୁ ଅପମାନିତ କରିଛନ୍ତି। ଏହି ଘଟଣାରେ କନଷ୍ଟେବଳ ରାହୁଲ ଏତଲା ଦାୟର କରିବା ପାଇଁ ଥାନା ପହଞ୍ଚିଥିଲେ।

ଗଣମାଧ୍ୟମକୁ ସେ କହିଛନ୍ତି, ଆରଆଇ ସୌରଭ କୁଶୱାହାଙ୍କ ପାଖରେ ଦୁଇଟି କୁକୁର ଅଛି। ସେମାନଙ୍କ ମଧ୍ୟରୁ ଗୋଟିଏ ଛୋଟ କୁକୁର କୁଆଡ଼େ ଚାଲିଯାଇଥିଲା। ସେମାନେ ତାକୁ ଖୋଜି ପାଇ ନଥିଲେ, ତେଣୁ ରାତି ୧ଟା ବେଳେ ମୋ ଘରକୁ ଆସି ମୋତେ ତାଙ୍କ ଘରକୁ ନେଇଯାଇଥିଲେ। ମୋ ହାତରୁ ମୋବାଇଲ ଛଡ଼ାଇ ନେଇଥିଲେ ଏବଂ ମୋତେ ଏକ କୋଠରୀକୁ ନେଇ ବେଲ୍ଟରେ ବହୁତ ଜୋରରେ ମାଡ଼ ମାରିଥିଲେ। ମୋ ଜାତି ବା ସମାଜ ସମ୍ପର୍କରେ ମଧ୍ୟ ଆପତ୍ତିଜନକ କଥା କହିଥିଲେ। ତେଣୁ ମୁଁ ନ୍ୟାୟ ଚାହୁଁଛି।

Advertisment

କନଷ୍ଟେବଳ ରାହୁଲ ଚୌହାନଙ୍କ ପରେ ତାଙ୍କ ପତ୍ନୀ ଜୟଶ୍ରୀଙ୍କ ବୟାନ ମଧ୍ୟ ସାମ୍ନାକୁ ଆସିଛି। ଜୟଶ୍ରୀ ମଧ୍ୟ ଆରଆଇ ସୌରଭ କୁଶୱାହାଙ୍କ ବିରୁଦ୍ଧରେ ଅଭିଯୋଗ କରି ତାଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। ସେ କହିଛନ୍ତି,

ମୋ ସ୍ୱାମୀ ରାହୁଲ ଚୌହାନ କନଷ୍ଟେବଳ ଭାବେ କାର୍ଯ୍ୟ କରୁଛନ୍ତି। ଆରଆଇ ତାଙ୍କୁ ବେଲ୍ଟରେ ବହୁତ ଜୋରରେ ମାଡ଼ ମାରିଛନ୍ତି। ଯେତେବେଳେ ମୁଁ ତାଙ୍କ ସହ କାରଣ ପଚାରିବାକୁ ଗଲି, ତେବେ ମୋତେ ମଧ୍ୟ ଜାତିଗତ ଅପମାନଜନକ ଶବ୍ଦ କହି ଅପମାନିତ କଲେ। ତାଙ୍କ କୁକୁର କୁଆଡ଼େ ପଳାଇ ଯାଇଥିଲା ଏବଂ ସେ ଅଭିଯୋଗ କରୁଥିଲେ ଯେ ତାକୁ ମାରି କୁଆଡ଼େ ପୋତି ଦିଆଯାଇଛି। ମୋ ସ୍ୱାମୀଙ୍କୁ ଗୁରୁତର ଆଘାତ ଲାଗିଛି । ତାଙ୍କ କୁକୁର ପରେ ମିଳିଥିଲା।

Advertisment

ଏତଲା ଦିଆଯିବାର ଦିନକ ପରେ ମଧ୍ୟ ଆରଆଇଙ୍କ ବିରୁଦ୍ଧରେ କୌଣସି କାର୍ଯ୍ୟାନୁଷ୍ଠାନ ହୋଇ ନଥିଲା । ତେଣୁ କନଷ୍ଟେବଳ ରାହୁଲ ଚୌହାନଙ୍କ ଭିଡିଓ ସୋସିଆଲ ମିଡିଆରେ ନିଜର ଅଭିଯୋଗ ସଂପର୍କରେ କହିଥିଲେ । ପରେ ଏହା ଭାଇରାଲ ହେବାକୁ ଲାଗିଲା। ଭିଡିଓ ଭାଇରାଲ ହେବା ପରେ ଆଦିବାସୀ ସମାଜର ସଂଗଠନ 'ଜୟସ'ର ଲୋକମାନେ ଏକଜୁଟ ହେବାକୁ ଲାଗିଲେ। ସଂଗଠନର ଲୋକମାନେ ଏହି ମାମଲାରେ କାର୍ଯ୍ୟାନୁଷ୍ଠାନ ଦାବି କରି ଖଣ୍ଡୱା-ବଡ଼ୋଦରା ଜାତୀୟ ରାଜପଥରେ ଥିବା ଅଜାକ ଥାନାକୁ ଘେରାଉ କରିଥିଲେ। ଏହାପରେ ସେମାନେ ରାଜପଥରେ ଚକା ଜାମ୍‌ କରିଥିଲେ। ଜୟସ ସଂଗଠନର ଦାବି ଥିଲା ଯେ ଅଭିଯୁକ୍ତ ଆରଆଇଙ୍କ ବିରୁଦ୍ଧରେ ଏତଲା ଆଧାରରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ। ସନ୍ଧ୍ୟା ପର୍ଯ୍ୟନ୍ତ ସଂଗଠନର ପ୍ରଦର୍ଶନ ଜାରି ରହିଥିଲା। ଏହି ସମୟରେ ଅଞ୍ଚଳର ଏସଡିଏମ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ଶାନ୍ତ କରିବାକୁ ଚେଷ୍ଟା କରିଥିଲେ। କିନ୍ତୁ ଆଦିବାସୀ ସଂଗଠନର ଲୋକମାନେ କାର୍ଯ୍ୟାନୁଷ୍ଠାନ ଦାବିରେ ଅଟଳ ରହିଥିଲେ। ତେବେ ଜଣେ ପୋଲିସ ଅଧିକାରୀ କହିଛନ୍ତି ଯେ ଏହା ପୋଲିସ ପରିବାରର ଆଭ୍ୟନ୍ତରୀଣ ମାମଲା।

ଅଧିକ ପଢ଼ନ୍ତୁ: ଦୁଇ ପୃଷ୍ଠାର ଫଟୋକପି ପାଇଁ ଖର୍ଚ୍ଚ ହୋଇଛି ୪ହଜାର ଟଙ୍କା, ଗ୍ରାମ ପଞ୍ଚାୟତର ଏହି ବିଲ ଦେଖି ଆପଣଙ୍କ ହୋସ୍ ଉଡ଼ିଯିବ 

Police Crime News Constable Pet Dog
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ