Advertisment

ଯୋଗୀ ଆଦିତ୍ୟନାଥଙ୍କୁ ହତ୍ୟା ଧମକ: ୧୦ ଦିନରେ ଇସ୍ତଫା ଦିଅ, ନହେଲେ...

ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ହତ୍ୟା ଧମକ। ଇସ୍ତଫା ନଦେଲେ ତାଙ୍କୁ ଜୀବନ ହରାଇବାକୁ ପଡିବ ବୋଲି କଲ୍‌ରେ କୁହାଯାଇଛି। ମୁମ୍ବାଇ ପୋଲିସ କଣ୍ଟ୍ରୋଲ ରୁମର ଫୋନ୍ ନମ୍ବରରେ ଯୋଗୀଙ୍କୁ ଏହି ଧମକ ଦିଆଯାଇଥିବା ଜଣାପଡିଛି।

ଅଦ୍ୟତନ ହୋଇଛି
Yogi Adityanath

Yogi Adityanath

Advertisment

ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ହତ୍ୟା ଧମକ। ଇସ୍ତଫା ନଦେଲେ ତାଙ୍କୁ ଜୀବନ ହରାଇବାକୁ ପଡିବ ବୋଲି କଲ୍‌ରେ କୁହାଯାଇଛି। ମୁମ୍ବାଇ ପୋଲିସ କଣ୍ଟ୍ରୋଲ ରୁମର ଫୋନ୍ ନମ୍ବରରେ ଯୋଗୀଙ୍କୁ ଏହି ଧମକ ଦିଆଯାଇଥିବା ଜଣାପଡିଛି। ଧମକ ଦେଉଥିବା ବ୍ୟକ୍ତି ତାଙ୍କୁ ୧୦ ଦିନ ମଧ୍ୟରେ ଇସ୍ତଫା ଦେବାକୁ କହିଛନ୍ତି। ଯଦି ସେ ତାହା ନକରନ୍ତି ତେବେ ତାଙ୍କୁ ବାବା ସିଦ୍ଦିକିଙ୍କ ଭଳି ହତ୍ୟା କରାଯିବ ବୋଲି ଧମକ ଦେଇଛନ୍ତି। ଗତକାଲି ସନ୍ଧ୍ୟାରେ ଆସିଥିବା ଧମକପୂର୍ଣ୍ଣ ମେସେଜ୍‌ ପରେ ଜଣେ ମହିଳାଙ୍କୁ ମୁମ୍ବାଇ ପୋଲିସ ଗିରଫ କରିଛି।

Advertisment

ମୁମ୍ବାଇ ପୋଲିସର ସୂଚନାନୁସାରେ ଧମକ ଦେଇଥିବା ମହିଳା ହେଲେ ୨୪ ବର୍ଷୀୟା ଫାତିମା ଖାନ। ମହାରାଷ୍ଟ୍ରର ଥାନେ ଜିଲ୍ଲାର ଉଲ୍ଲାସନଗରରେ ନିଜ ପରିବାର ସହ ରହନ୍ତି। ଫାତିମା ସୂଚନା ପ୍ରଯୁକ୍ତିବିଦ୍ୟାରେ ସ୍ନାତକ (BSc) କରିଛନ୍ତି। ତାଙ୍କ ବାପା କାଠ ବ୍ୟବସାୟ କରନ୍ତି। ତେବେ ସେ ଶନିବାର ଦିନ ଯୋଗୀ ଆଦିତ୍ୟନାଥଙ୍କୁ ହତ୍ୟା ଧମକ ଦେଇଛନ୍ତି। ଯଦି ଯୋଗୀ ୧୦ ଦିନ ମଧ୍ୟରେ ଇସ୍ତଫା ନ ଦିଅନ୍ତି, ତେବେ ତାଙ୍କୁ ବାବା ସିଦ୍ଦିକିଙ୍କ ପରି ହତ୍ୟା କରାଯିବ ବୋଲି କହିଛନ୍ତି ।

ଯାଞ୍ଚ ବେଳେ ପୋଲିସ ଫାତିମା ଖାନ ମେସେଜ୍ ପଠାଇଥିବା ଜଣାପଡିଥିଲା। ତାଙ୍କୁ ଧରିବା ପାଇଁ ମୁମ୍ବାଇ ଆତଙ୍କବାଦ ନିରୋଧୀ ସ୍କ୍ୱାଡ(ATS) ଉଲ୍ଲାସନଗର ପୋଲିସ ସହ ମିଳିତ ଅପରେସନ କରିଥିଲା। ପୋଲିସ କହିଛି ଯେ ଫାତିମା ଶାରୀରିକ ସ୍ତରରେ ସୁସ୍ଥ ଥିବା ବେଳେ ମାନସିକ ସ୍ତରରେ ଅସୁସ୍ଥ ଅଛନ୍ତି। ତେବେ ସେ କାହିଁକି ଏପରି କାଣ୍ଡ କଲେ ତାହା ଅସ୍ପଷ୍ଟ ରହିଛି। ଘଟଣାର ତଦନ୍ତ ଚାଲିଛି। ନଭେମ୍ବର ୨୦ରେ ହେବାକୁ ଥିବା ରାଜ୍ୟସଭା ନିର୍ବାଚନ ପାଇଁ ଯୋଗୀ ଆଦିତ୍ୟନାଥ ମହାରାଷ୍ଟ୍ର ଆସିବାର କାର୍ଯ୍ୟକ୍ରମ ରହିଛି। ତେବେ ଏହାପୂର୍ବରୁ ତାଙ୍କୁ ହତ୍ୟା ଧମକ ମିଳିଛି।

Advertisment

ଅକ୍ଟୋବର ୧୨ରେ ମହାରାଷ୍ଟ୍ରର ପୂର୍ବତନ ମନ୍ତ୍ରୀ ସିଦ୍ଦିକିଙ୍କୁ ମୁମ୍ବାଇର ବାନ୍ଦ୍ରାଠାରେ ଗୁଳି କରି ହତ୍ୟା କରାଯାଇଥିଲା। ଏହି ହତ୍ୟାକାଣ୍ଡରେ ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗର ହାତ ଥିବା ଜଣାପଡିଛି। ତେବେ ଯୋଗୀଙ୍କୁ ଏହାପୂର୍ବରୁ ମଧ୍ୟ ଅନେକ ଥର ହତ୍ୟା ଧମକ ମିଳିଛି। ଚଳିତ ବର୍ଷ ମାର୍ଚ୍ଚରେ ଲକ୍ଷ୍ନୌର କଣ୍ଟ୍ରୋଲ ରୁମ ସୁରକ୍ଷା ମୁଖ୍ୟାଳୟରେ ତାଙ୍କୁ ବୋମା ମାଡ଼ କରିବାକୁ ଧମକ ଦିଆଯାଇଥିଲା। ସେହିପରି ଡିସେମ୍ବର ୨୦୨୩ରେ ସିଏମ ଯୋଗୀ, ଶ୍ରୀରାମ ମନ୍ଦିର ଏବଂ ୟୁପି ଏସଟିଏଫ ମୁଖ୍ୟଙ୍କୁ ବୋମାମାଡ଼ କରିବାକୁ ଧମକ ଦିଆଯାଇଥିଲା।

Yogi Adityanath Threat Call
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ