Advertisment

ନିର୍ଯାତନା ଦେଇ ମହିଳାଙ୍କୁ ମାରିଦେଲେ, ଚିତ୍କାର ଯେପରି ନଶୁଭିବ ବଢ଼ାଇ ଦେଲେ ମ୍ୟୁଜିକ୍‌ ଭଲ୍ୟୁମ୍‌...

ଜଣେ ମହିଳାଙ୍କୁ ତାଙ୍କ ସମ୍ପର୍କୀୟମାନେ ନିର୍ଯାତନା ଦେଇ ମାରି ଦେଇଥିବା ଅଭିଯୋଗ ହୋଇଛି। ଖାଲି ଏତିକି ନୁହେଁ ମହିଳାଙ୍କ ଚିତ୍କାର ଯେପରି କାହାକୁ ନଶୁଭିବ, ଏନେଇ ଆକ୍ରମଣକାରୀମାନେ ଜୋର୍‌ରେ ମ୍ୟୁଜିକ୍‌ ଲଗାଇଥିଲେ।

ଅଦ୍ୟତନ ହୋଇଛି
Ghaziabad Crime News Today

Relatives Torture Woman To Death

Advertisment

ଘରୁ ଚୋରି ହୋଇଗଲା ଦାମୀ ଗହଣା। ଏହି ସନ୍ଦେହରେ ଜଣେ ମହିଳାଙ୍କୁ ତାଙ୍କ ସମ୍ପର୍କୀୟମାନେ ନିର୍ଯାତନା ଦେଇ ମାରି ଦେଇଥିବା ଅଭିଯୋଗ ହୋଇଛି। ଖାଲି ଏତିକି ନୁହେଁ ମହିଳାଙ୍କ ଚିତ୍କାର ଯେପରି କାହାକୁ ନଶୁଭିବ, ସେଥିପାଇଁ ଆକ୍ରମଣକାରୀମାନେ ଜୋର୍‌ରେ ମ୍ୟୁଜିକ୍‌ ଲଗାଇଥିଲେ। ଗାଜିଆବାଦରେ ଏଭଳି ଘଟଣା ସାମ୍ନାକୁ ଆସିଛି। ୨୩ ବର୍ଷୀୟା ମହିଳାଙ୍କୁ ବ୍ଲେଡ୍‌ ଓ ରଡ୍‌ରେ ଆକ୍ରମଣ ହୋଇଥିଲା।

Advertisment

ମହିଳାଙ୍କ ମୃତ୍ୟୁ ପରେ ଅଭିଯୁକ୍ତମାନେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। ତେବେ ଘର ଭିତରେ ଲଗାତାର ୨ ଦିନ ଧରି ନନ୍‌ ଷ୍ଟପ୍‌ ଜୋର୍‌ରେ ମ୍ୟୁଜିକ୍‌ ବାଜୁଥିବାରୁ ପଡ଼ୋଶୀଙ୍କ ସନ୍ଦେହ ହୋଇଥିଲା। ଖବରପାଇ ପୋଲିସ୍‌ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିବା ପରେ ଘଟଣା ସାମ୍ନାକୁ ଆସିଥିଲା।

ସୂଚନା ଅନୁସାରେ, ସୋମବାର ଦିନ ସମିନା(୨୩) ଗାଜିଆବାଦର ସିଦ୍ଧାର୍ଥ ବିହାର ସ୍ଥିତ ସମ୍ପର୍କୀୟ ହୀନା ଓ ରମେଶଙ୍କ ଘରକୁ ଯାଇଥିଲେ। ସେମାନଙ୍କ ପୁଅର ବର୍ଥ ଡେ’ ପାର୍ଟିରେ ଯୋଗଦେବା ପାଇଁ ସମିନା ସେଠାକୁ ଯାଇଥିଲେ। ହେଲେ ଏହି ସମୟରେ ୫ ଲକ୍ଷ ଟଙ୍କାର ଗହଣା ହଜି ଯାଇଥିଲା। ଏନେଇ ହୀନା ଓ ରମେଶ ସମିନାଙ୍କୁ ସନ୍ଦେହ କରିଥିଲେ। ଏହାକୁ ସେ ଚୋରି କରିଥିବା ସେମାନେ ସନ୍ଦେହ କରିଥିଲେ।

Advertisment

ପୋଲିସ୍‌ ସୂଚନା ଅନୁସାରେ, ହୀନା, ରମେଶ ଓ ଅନ୍ୟମାନେ ମିଶିକି ସମିନାଙ୍କୁ କାଠ ଓ ରଡ୍‌ରେ ଆକ୍ରମଣ କରିଥିଲେ। ସତ ସ୍ୱୀକାର କରିବା ପାଇଁ ସେମାନେ ତାଙ୍କୁ ବ୍ଲେଡ୍‌ ଆକ୍ରମଣ ମଧ୍ୟ କରିଥିଲେ। ଏତିକିରେ ସେମାନଙ୍କର ନିର୍ଯାତନା ଥମି ନଥିଲା। ଆକ୍ରମଣ ବେଳେ ସମିନାଙ୍କ ଚିତ୍କାର ଯେପରି କାହାକୁ ନଶୁଭିବ, ସେଥିପାଇଁ ଆକ୍ରମଣକାରୀମାନେ ଜୋର୍‌ରେ ମ୍ୟୁଜିକ୍‌ ଲଗାଇଥିଲେ।

ନିର୍ଯାତନା ଯୋଗୁ ସମିନାଙ୍କ ମୃତ୍ୟୁ ହେବା ପରେ ଅଭିଯୁକ୍ତମାନେ ଫେରାର ହୋଇଯାଇଥିଲେ। କିନ୍ତୁ ଘର ଭିତରେ ସେମିତି ମ୍ୟୁଜିକ୍‌ ବାଜୁଥିଲା। ପୋଲିସ୍‌ ଅଭିଯୁକ୍ତଙ୍କୁ ଧରିବା ଲାଗି ଛାନ୍‌ଭିନ୍‌ ଚଳାଇଛି। 

Advertisment
Murder Murder Case
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ