Advertisment

Contract Killing for Marriage Rejection: ପ୍ରି ଓ୍ବେଡିଂ ଫଟୋ ସୁଟ୍ ପରେ କନ୍ୟାକୁ ପସନ୍ଦ ଆସିଲାନି ବର...ସଫା ସଫା କହିଲା ‘ତାକୁ ସଫା କରିଦିଅ’

ମୟୂରୀ କୌଣସି କାରଣରୁ ସାଗରକୁ ବିବାହ କରିବାକୁ ଚାହୁଁ ନଥିଲା। ତେଣୁ ମୟୂରୀ ଦାଙ୍ଗଡେ ଏବଂ ସହଯୋଗୀ ସନ୍ଦୀପ ଗାୱାଡେ ଭାବି ସ୍ବାମୀଙ୍କୁ ହତ୍ୟା କରିବା ପାଇଁ ଷଡ଼ଯନ୍ତ୍ର କଲା। ଏଥିପାଇଁ ଦେଢ଼ ଲକ୍ଷ ଟଙ୍କା ସୁପାରି ଦେଇଥିଲା। ଯେଉଁମାନେ ସୁପାରି ନେଇଥିଲେ ସେମାନେ ପୁଲିସ ହାତରେ ଗିରଫ ହେଲେ।

ଅଦ୍ୟତନ ହୋଇଛି
କନ୍ୟାର ଜଘନ୍ୟକାଣ୍ଡ

କନ୍ୟାର ଜଘନ୍ୟକାଣ୍ଡ

Advertisment

ବିବାହ ସ୍ଥିର ହେବା ପରେ ପ୍ରି ଓ୍ବେଡିଂ ଫଟୋ ସୁଟ୍ ହେଲା। ନିର୍ବନ୍ଧ ବି ହେଲା। କିନ୍ତୁ କନ୍ୟାଙ୍କୁ ବର ଆଉ ପସନ୍ଦ ଆସିଲା ନାହିଁ। ତେଣୁ ସେ ବରଙ୍କୁ ସବୁ ଦିନ ପାଇଁ ରାସ୍ତାରୁ ସଫା କରିବାକୁ ସୁପାରି କିଲରଙ୍କ ସାହାଯ୍ୟ ନେଲା। ଦେଢ଼ ଲକ୍ଷ ଟଙ୍କା ଦେଇ ବରକୁ ହତ୍ୟା କରିବା ଷଡ଼ଯନ୍ତ୍ର ମହାରାଷ୍ଟ୍ରର ପୁଣେରେ ଚର୍ଚ୍ଚା ସୃଷ୍ଟି କରିଛି। ତଦନ୍ତ ପରେ ୟବତ ପୁଲିସ ଏହି ମାମଲାରେ ସୁପାରି ନେଇଥିବା ପାଞ୍ଚ ଜଣଙ୍କୁ ଗିରଫ କରିଛି। କିନ୍ତୁ ମାଷ୍ଟରମାଇଣ୍ଡ କନ୍ୟା ଫେରାର୍ ହୋଇଯାଇଛି।

Advertisment

ପ୍ରି ଓ୍ଵେଡିଂ ସରିଥିଲା

ଅହଲ୍ୟାନଗର ଜିଲ୍ଲାର ଶ୍ରୀଗୋଣ୍ଡା ଅଞ୍ଚଳର ମୟୂରୀ ସୁନୀଲ ଦାଙ୍ଗଡେ। ତାର କର୍ଜତ ଅଞ୍ଚଳର ମାହି ଜାଲଗାଓଁର ଜଣେ ଯୁବକ ସାଗର ଜୟସିଂହ କାମଦ ସହିତ ବିବାହ କରିବାକୁ ସ୍ଥିର ହୋଇଥିଲା। ଏଥିପାଇଁ ଉଭୟ ପରିବାର ସଦସ୍ୟଙ୍କ ଆପୋଷ ବୁଝାମଣାରେ ନିର୍ବନ୍ଧ ହେଲା। ବର କନ୍ୟା ପ୍ରି ଓ୍ଡେଡିଂ ଭିଡିଓ ସୁଟ୍ କଲେ। କିନ୍ତୁ କନ୍ୟାର ଆଉ ବର ପସନ୍ଦ ଆସିନଥିଲା। ନିଜ ହାତରେ ସଂସାର ଗଢ଼ିବା ପୂର୍ବରୁ ସଂସାର ଉଜାଡ଼ିବାକୁ ଷଡ଼ଯନ୍ତ୍ର କରିଥିଲା ମୟୁରୀ।

ଦେଢ଼ ଲକ୍ଷର ସୁପାରି

ମୟୂରୀ କୌଣସି କାରଣରୁ ସାଗରକୁ ବିବାହ କରିବାକୁ ଚାହୁଁ ନଥିଲା। ତେଣୁ ମୟୂରୀ ଦାଙ୍ଗଡେ ଏବଂ ସହଯୋଗୀ ସନ୍ଦୀପ ଗାୱାଡେ ଭାବି ସ୍ବାମୀଙ୍କୁ ହତ୍ୟା କରିବା ପାଇଁ ଷଡ଼ଯନ୍ତ୍ର କଲା। ଏଥିପାଇଁ ଦେଢ଼ ଲକ୍ଷ ଟଙ୍କା ସୁପାରି ଦେଇଥିଲା। ଯେଉଁମାନେ ସୁପାରି ନେଇଥିଲେ ସେମାନେ ପୁଲିସ ହାତରେ ଗିରଫ ହେଲେ। ଗିରଫ ହୋଇଥିବା ବ୍ୟକ୍ତିଙ୍କ ନାମ ହେଉଛି ଆଦିତ୍ୟ ଶଙ୍କର ଦାଙ୍ଗଡେ, ସନ୍ଦୀପ ଦାଦା ଗାୱାଡେ, ଶିବାଜୀ ରାମଦାସ ଜରେ, ସୁରଜ ଦିଗମ୍ବର ଯାଦବ ଏବଂ ଇନ୍ଦ୍ରଭାନ୍ ସାଖରାମ କୋଲପେ। ଏହି ସମସ୍ତ ଅଭିଯୁକ୍ତ ଅହଲ୍ୟାନଗର ଜିଲ୍ଲାର ବାସିନ୍ଦା।

Advertisment

କାଠ ଫାଳିଆରେ ବାଡ଼େଇ ଦରମରା କରିଦେଲେ

ସାଗରଙ୍କୁ ହତ୍ୟା କରିବା ପାଇଁ ଏକ ଡିଲ୍ ହୋଇଥିଲା। କର୍ଜତ ଅଞ୍ଚଳର ଜଳଗାଁଓର ସାଗର ଏକ ହୋଟେଲରେ ରୋଷେଇଆ ଭାବରେ କାମ କରନ୍ତି। ଫେବୃଆରୀ ୨୭ ତାରିଖ ସନ୍ଧ୍ୟା ପ୍ରାୟ ୭ଟା ୩୦। ଏହି ସମୟରେ ଦୌଣ୍ଡ ଅଞ୍ଚର ଖାମଗାଁ ଫାଟା ନିକଟରେ ଥିବା ୟବତ ଥାନା ଅଞ୍ଚଳର ଏକ ହୋଟେଲ ନିକଟରେ ଯୋଜନା ମୁତାବକ ଦୁର୍ବୃତ୍ତମାନେ ସାଗରଙ୍କୁ ରାସ୍ତାରେ ଅଟକାଇଲେ। କାଠ ଫାଳିଆରେ ନିସ୍ତୁକ ମାଡ଼ ମାରି ଲହୁ ଲୁହାଣ କରିଦେଲେ। ଏହି ଘଟଣାକୁ ନେଇ ୟବତ ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।

ମୁଖା ଖୋଲିଦେଲା ଆଦିତ୍ୟ ଶଙ୍କର

ପୁଲିସ ଏହି ମାମଲାରେ ଆଦିତ୍ୟ ଶଙ୍କର ଦାଙ୍ଗଡେକୁ ଶ୍ରୀଗୋଦା ଜିଲ୍ଲା ଅହଲ୍ୟାନଗରରୁ କାବୁ କରିଥିଲା। ତାକୁ ପଚରାଉଚରା କରିବା ସମୟରେ ସେ ତା ସହଯୋଗୀମାନଙ୍କ ସହିତ ଏଭଳି ଅପରାଧ କରିଥିବା ସ୍ୱୀକାର କରିଥିଲା। ପୁରା ହତ୍ୟା ଯୋଜନା ପଛରେ ମୟୁରୀ ମାଷ୍ଟରମାଇଣ୍ଡ ବୋଲି ଜଣାପଡ଼ିଥିଲା। ଏହି ମାମଲାରେ ୟବତ ପୁଲିସ ପାଞ୍ଚ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ଅଭିଯୁକ୍ତମାନଙ୍କ ବିରୁଦ୍ଧରେ ଧାରା ୧୦୯, ୬୧ (୨), ୧୨୬ (୨) ଅନୁଯାୟୀ ମାମଲା ରୁଜୁ କରାଯାଇଛି।

Advertisment
Marriage Contract Killing Supari Killing
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ