Advertisment

ପ୍ରସବ ଜନିତ ଅସ୍ତ୍ରୋପଚାର କାଳ ହେଲା । ଅପରେସନ୍‌ ପରେ ପେଟରେ ଗଜ୍‌ କନା ଛାଡିଦେଲେ ଡାକ୍ତର

ଚିକିତ୍ସା ବିଭାଗର ସୀମାହିନ ତୃଟି ର ନଗ୍ନ ଉଦାହରଣ, ପ୍ରସବ ଜନିତ ଅସ୍ତ୍ରୋପଚାର ପରେ ଗର୍ଭରେ ଛାଡ଼ିଦେଲେ ଏକ ମିଟର ଗଜକନା।

ଅଦ୍ୟତନ ହୋଇଛି
Rayagada

Medical Cotton

Advertisment

ଚିକିତ୍ସା ବିଭାଗର ସୀମାହୀନ ତୃଟିର ନଗ୍ନ ଉଦାହରଣ, ପ୍ରସବ ଜନିତ ଅସ୍ତ୍ରୋପଚାର କରି ଗର୍ଭରେ ଛାଡ଼ିଦେଲେ ଏକ ମିଟର ଗଜ କପଡ଼ା। ଏପରି ଅଭହେଳାର ନଗ୍ନ ଚିତ୍ରର ଅଭିଯୋଗ ଆସିଛି ରାୟଗଡ଼ା ଜିଲ୍ଲା ମେଡ଼ିକାଲ୍‌ରୁ। ଅଭିଯୋଗ ଅନୁସାର ଗତ ୨୦୨୧ ଅକ୍ଟୋବର ୦୩ ତାରିଖ ଦିନ କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ଥାନା ଅନ୍ତର୍ଗତ ବିରିଗୁଡ଼ା ଗାଁର ଚେତନ ହଲବାଙ୍କ ସ୍ତ୍ରୀ କାଞ୍ଚନ ହଲବାଙ୍କ ପ୍ରସବ ଜନିତ ଅସ୍ତ୍ରୋପଚାର ରାୟଗଡ଼ା ଜିଲ୍ଲା ମେଡିକାଲରେ କରାଇଥିଲେ, ଏହି ଅସ୍ତ୍ରୋପଚାର ପ୍ରସୂତି ବିଭାଗର ଡ଼ାକ୍ତର ଲତିକା ବେହେରା ଅସ୍ତ୍ରୋପଚାର ମଧ୍ୟମରେ ପ୍ରସବ କରି ୫ ଦିନ ପରେ ଛାଡ଼ିଦେଇଥିଲେ । ୧୫ ଦିନ ପରେ ପୁଣି କାଞ୍ଚନ ହଳବାଙ୍କ ପେଟର ପ୍ରବଳ ଯନ୍ତ୍ରଣା ଅନୁଭବ କରିବାରୁ ପୁଣି ରାୟଗଡ଼ା ମେଡିକାଲ କୁ ଚିକିତ୍ସା ପାଇଁ ନେଲେ । ସେତେବେଳେ ପ୍ରଫୁଲ୍ଲ ପାଢ଼ୀ ନାମକ ଡ଼ାକ୍ତର ତାଙ୍କୁୂ ଦେଖି କିଛି ଅସୁବିଧା ନାହିଁ କହି କିଛି ଔଷଧ ଦେଇ ପଠାଇଦେଲେ। ୩ ମାସ ପରେ ପୁଣି ଯନ୍ତ୍ରଣାର ମାତ୍ରା ଦିନକୁ ଦିନ ବଢି ଚାଲିବାରୁ ଗତ ଜାନୁୟାରୀ ୩୧ ତାରିଖରେ କୋରାପୁଟ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଆଲଟ୍ରା ସାଉଣ୍ଡ କରି ଜାଣିବାକୁ ପାଇଲେ କି ପେଟର କିଛି ରହିଛି। ଏକଥା ଜାଣିବାପରେ ମହିଳାଙ୍କ ସ୍ବାମୀ ଚେତନ ହଲବାଙ୍କ ଓଡ଼ିଶା ଡାକ୍ତରଙ୍କ ଉପରେ ଭରଷା ପାଇଲା ନାହିଁ। ଏଣୁ ସେ ଜମିବାଡ଼ି ବନ୍ଧା ପକାଇ ଆନ୍ଧ୍ରପ୍ରଦେଶ ବିଶାଖାପାଟଣା ସ୍ଥିତ ହିନ୍ଦସ୍ ମେଡିକାଲ ରେ ଗତ ଫେବ୍ରୁଆରୀ ୪ ତାରିଖରେ ଭର୍ତ୍ତି କରାଇଥିଲେ ଏବଂ ୦୫ ତାରିଖରେ ପେଟ ଅପରେସନ କରି ବଡ ଗଜ କପଡା ବାହାର କରିଥିଲେ ଡାକ୍ତର। ଏଥିପାଇଁ ସ୍ବାମୀ ଚେତନା ହଲବାଙ୍କ ଆନୁମାନିକ ୧୦ ଲକ୍ଷ ଟଙ୍କା ପାଖାପାଖି ଖର୍ଚ୍ଚ ହୋଇଛି ବୋଲି ସେ ଥାନାରେ ଏତଲା ଦେଇଛନ୍ତି। ଏନେଇ ସିଡିଏମଓ ଲାଲମୋହନ ରାଉତରାୟଙ୍କୁ ପଚାରିବାରୁ କୁହନ୍ତି ଏ ବାବଦରେ ସେ ଅବଗତ ଅଛନ୍ତି, ଘଟଣାର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହୁଛନ୍ତି। ଏମିତି ଏକ ଘଟଣା ଉପାନ୍ତ ଅଞ୍ଚଳର ମେଡିକାଲରେ ଘଟିବା ଚିନ୍ତା ବଢାଇ ଦେଉଛି। ଆଉ ନିଯୁକ୍ତ ହୋଇଥିବା ଡାକ୍ତରଙ୍କର ଦାୟିତ୍ୱହୀନତାକୁ ପଦାରେ ପକାଇଛି। 

Advertisment
Odisha Rayagada MedicalProblem
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ