Advertisment

ରଶ୍ମିରେଖାଙ୍କ ସହ ସମ୍ପର୍କ ଛିନ୍ନ ପରେ ତାଙ୍କୁ ଫୋନ୍ କରୁଥିଲେ କି ରାଜା?

ରଶ୍ମିରେଖା ମୃତ୍ୟୁ ମାମଲାରେ ତାଙ୍କ ପୂର୍ବତନ ବୟଫ୍ରେଣ୍ଡ୍‌ଙ୍କୁ ଚାଲିଛି। ଥାନାରେ ହାଜର ହୋଇ ଘଟଣା ସମ୍ପର୍କରେ ପକ୍ଷ ରଖିଛନ୍ତି ଟେଲି ଅଭିନେତା ରାଜା। ଏକାଧିକ ପ୍ରଶ୍ନ ସହ ରାଜାଙ୍କୁ ଗୁଡେଇ ତୁଡେଇ ଜେରା କରିଛି ନୟାପଲ୍ଲୀ ପୋଲିସ।

undefined

Rasmirakha Death Follow up

Advertisment

ଟେଲି ଅଭିନେତ୍ରୀ ରଶ୍ମିରେଖା ମୃତ୍ୟୁ ମାମଲାରେ ରଶ୍ମିଙ୍କ ପୂର୍ବତନ ପୁରୁଷ ବନ୍ଧୁଙ୍କୁ ଜେରା କରାଯାଇଛି। ଥାନାରେ ହାଜର ହୋଇ ଘଟଣା ସମ୍ପର୍କରେ ପକ୍ଷ ରଖିଛନ୍ତି ଟେଲି ଅଭିନେତା ରାଜା। ସିରିଏଲ ଜଗତରେ ଚହଳ ସୃଷ୍ଟି କରିଥିବା ଅଭିନେତ୍ରୀ ରଶ୍ମିରେଖା ଓଝା ମୃତ୍ୟୁ ମାମଲାରେ ଆଜି ଭୁବନେଶ୍ୱର ନୟାପଲ୍ଲୀ ପୋଲିସ ରଶ୍ମିଙ୍କ ପୂର୍ବତନ ବୟଫ୍ରେଣ୍ଡ୍‌ ଅଭିନେତା ରାଜାଙ୍କୁ ଡାକି ପ୍ରାୟ ୨ ଦୁଇ ଘଣ୍ଟାରୁ ଅଧିକ ସମୟ ଧରି ଜେରା କରିଛି (GFX)।

Advertisment

ରଶ୍ମିରେଖାଙ୍କ ସହ ସମ୍ପର୍କ ଛିନ୍ନ ପରେ ବି ତାଙ୍କୁ ବାରମ୍ବାର ଫୋନ୍ କରୁଥିଲେ କି ରାଜା? ଯଦି କରୁଥିଲେ, କାହିଁକି ? ରାଜା ପୁରୁଣା ସମ୍ପର୍କକୁ ପୁଣି ଯୋଡ଼ିବାରୁ ସୃଷ୍ଟି ହେଲା କି ରଶ୍ମି-ସନ୍ତୋଷଙ୍କ ଜୀବନରେ ଝଡ଼? ଏମିତି ଏକାଧିକ ପ୍ରଶ୍ନ ସହ ରାଜାଙ୍କୁ ଗୁଡେଇ ତୁଡେଇ ଜେରା କରିଛି ନୟାପଲ୍ଲୀ ପୋଲିସ। ତେବେ ଥାନାରୁ ବାହାରିବା ପରେ କିନ୍ତୁ ଗଣମାମଧ୍ୟମ ଆଗରେ ବିଶେଷ କିଛି ମୁହଁ ଖୋଲି ନାହାନ୍ତି ରାଜା। ଏପଟେ ରାଜାଙ୍କ ପରେ ଖୁବଶୀଘ୍ର ରଶ୍ମିରେଖାଙ୍କ ସହ ଲିଭ୍ ଇନ୍‌ରେ ରହୁଥିବା ବୟଫ୍ରେଣ୍ଡ୍‌ ସନ୍ତୋଷ ପାତ୍ରଙ୍କୁ ଜେରା ହେବ ବୋଲି ସୂଚନା ଦେଇଛନ୍ତି ଭୁବନେଶ୍ୱର ଡିସିପି ପ୍ରତୀକ ସିଂ।

ଅଭିନେତ୍ରୀ ରଶ୍ମିରେଖା ମାମଲାରେ ପୋଲିସ ତଦନ୍ତ ଗତିଶୀଳ ଭିତରେ ସାମ୍ନାକୁ ଆସିଛି ରଶ୍ମିରେଖାଙ୍କ ଏକ ଡ୍ୟାନ୍ସ ଭିଡିଓ, ଯେଉଁଥିରେ ସେ ଏକ ପବ୍‌ରେ ନାଚୁଥିବା ଦେଖିବାକୁ ମିଳିଛି। ତେବେ ଏ ଭିଡିଓ କେଉଁ ସମୟର, ସେ ସମୟରେ ତାଙ୍କ ସହ କିଏ ଥିଲେ, ଭିଡିଓ ସହ ମୃତ୍ୟୁ ଘଟଣା ଲିଙ୍କ୍ କ’ଣ, ସେନେଇ ବି ତଦନ୍ତ କରୁଛି ପୋଲିସ।

Advertisment

ସେହିଭଳି ତାଙ୍କ କଲ୍‌ ଡିଟେଲ୍ସ ଆନାଲିସିସ୍‌ରୁ ପୋଲିସକୁ ମିଳିଛି ଆଉ କିଛି କ୍ଲୁ। ସେପଟେ ରଶ୍ମୀରେଖାଙ୍କ ମୃତ୍ୟୁ ପାଇଁ ଏବେ ବି ସେ ଲିଭ୍ ଇନ୍ ରିଲେସନ୍‌ରେ ରହୁଥିବା ସନ୍ତୋଷ ପାତ୍ରଙ୍କୁ ଦାୟୀ କରୁଛନ୍ତି ରଶ୍ମିଙ୍କ ପରିବାର ଲୋକେ। ଏପରିକି, ଯଦି ରଶ୍ମି-ସନ୍ତୋଷ ବିବାହ କରିଥିଲେ, ତେବେ ତାଙ୍କ ମୃତ୍ୟୁର ଏତେଦିନ ପରେ ବି ସନ୍ତୋଷ କାହିଁକି ସାମ୍ନାକୁ ଆସୁନାହାନ୍ତି ବୋଲି ପ୍ରଶ୍ନ ଉଠାଇଛନ୍ତି ରଶ୍ମୀରେଖାଙ୍କ ପରିବାର ସଦସ୍ୟ ଓ ସହ କଳାକାର।

ରଶ୍ମିରେଖାଙ୍କ ପୂର୍ବତନ ବୟଫ୍ରେଣ୍ଡ୍‌ଙ୍କୁ ଜେରା ପରେ ଏବେ ପୋଲିସ ନିକଟରେ କେବେ ହାଜର ହେଉଛନ୍ତି ବୟଫ୍ରେଣ୍ଡ୍‌ ସନ୍ତୋଷ ପାତ୍ର ଆଉ ଏ ମୃତ୍ୟୁ ରହସ୍ୟ କେବେ ପରଦା ହଟାଉଛି ପୋଲିସ ତା’ ଉପରେ ସମସ୍ତଙ୍କ ନଜର।

Advertisment
Actress Rashmirekha Death
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ